ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଇଣ୍ଡିଆ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ଚତୁର୍ଥ ଦିନ : ୨ୟ ଇଂନିସରେ ଭାରତୀୟ ଟିମ୍‌ ୪୬୨ରେ ଅଟକିଲା , ନ୍ୟୁଜିଲ୍ୟାଣ୍ଡକୁ ୧୦୭ ରନ୍‌ର ଟାର୍ଗେଟ୍‌

ବେଙ୍ଗାଲୁରୁ : ଇଣ୍ଡିଆ - ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ବେଙ୍ଗାଲୁରୁର ଏମ୍ ଚିନ୍ନସ୍ୱାମୀ ଷ୍ଟାଡିୟମରେ ଖେଳା ଯାଉଛି। ୪ର୍ଥ ଦିନ ସରଫରାଜ ଖାନ ଓ ରିଷଭ ପନ୍ତ ଆକର୍ଷଣୀୟ ବ୍ୟାଟିଂ କରି ଭାରତୀୟ ଟିମ୍‌କୁ ମ୍ୟାଚକୁ ଫେରାଇଛନ୍ତି। ସରଫରାଜ ଖାନ ନିଜ ଟେଷ୍ଟ କ୍ୟାରିୟର ପ୍ରଥମ ଶତକ ହାସଲ କରିଥିବା ବେଳେ ରିଷଭ ପନ୍ତ ଶତକରୁ ବଞ୍ଚିତ ହୋଇଛନ୍ତି। ଦୁହିଁଙ୍କ ମଧ୍ୟରେ ୪ର୍ଥ ୱିକେଟ୍‌ରେ ୨୧୧ଟି ବଲରେ ୧୭୭ ରନର ପାର୍ଟନରସିପ୍‌ ହୋଇଛି।

ସରଫରାଜ ୧୯୫ ଟି ବଲରେ୧୫୦ କରି ପାଭେଲିୟନ ଫେରି ଥିଲେ। ରିଷଭ ପନ୍ତ ୯୯ ରନ କରି ଆଉଟ ହୋଇଥିଲେ। ରାହୁଲ ୧୬ଟି ବଲ୍‌ରେ ୧୨ ରନ୍‌ ହିଁ କରି ପାରି ଥିଲେ। ରବିନ୍ଦ୍ର ଜାଡେଜା ୧୫ଟି ବଲରେ ୫ରନ୍‌ ହିଁ କରି ପାରି ଥିଲେ। ଭାରତ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଦ୍ୱିତୀୟ ଇଂନିସରେ ୯୯.୩ ଓଭରରେ ୪୬୨ ରନ୍‌ କରି ଥିଲେ ଏବଂ ୧୦୬ ରନ୍‌ ବୃଦ୍ଧି କରାଇ ଥିଲେ। ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ମ୍ୟାଚ୍‌ ଜିତିବା ପାଇଁ ୧୦୭ ରନ୍‌ କରିବାକୁ ହେବ। ‌

 କହି ରଖୁଛୁ କି, ତୃତୀୟ ଦିନରେ ଭାରତ ସବୁ ବିଭାଗରେ ଜବରଦସ୍ତ  ପ୍ରଦର୍ଶନ କରିଥିଲା । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସକୁ ଯଥା ସମ୍ଭବ ସହଳ ଶେଷ କରିବାର ଲକ୍ଷ୍ୟ ନେଇ ଭାରତ ଶୃଙ୍ଖଳିତ ବୋଲିଂ  କରିଥିଲା । ମାତ୍ର ବାଜି ମାରି ନେଇଥିଲେ ରଚିନ ରବିନ୍ଦ୍ର । ସେ  ଶତକୀୟ ପାଳି ଖେଳିଥିଲେ ଓ ଟିମ ସାଉଦିଙ୍କୁ ସାଥୀ କରି ଅଷ୍ଟମ  ୱିକେଟ୍‌ରେ ୧୩୭ ରନ୍‌ର ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ  ସ୍କୋର ୪୦୨ ରନ୍‌ରେ ପହଞ୍ଚି ଯାଇଥିଲା । ସାଉଦି  ମଧ୍ୟ ୬୫ ରନ୍‌ର ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.