ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ; ପ୍ରତ୍ୟାବର୍ତ୍ତନ କଲେ ଇଶାନ କିଶନ

Image source: Sportskeeda

ନୂଆଦିଲ୍ଲୀ,୨୨/୧୦: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ଦୀର୍ଘ ଦିନ ଧରି ଆଉଟ୍ ହୋଇଥିବା ୱିକେଟ୍ କିପର ବ୍ୟାଟର ଇଶାନ୍ କିଶାନ୍ ପୁଣି ଦଳକୁ ଫେରିଛନ୍ତି।ଋତୁରାଜ ଗାଇକୱାଡଙ୍କୁ ଦଳର ଅଧିନାୟକ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ତେବେ ଆସନ୍ତୁ ଜାଣିବା ଏହି ଟୁର୍ ରେ ଅନ୍ୟ କେଉଁ ଖେଳାଳି ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି।

ସୂଚନାଥାଉକି, ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇ ଇଣ୍ଡିଆ-ଏ ଦଳ ଘୋଷଣା କରିଛି। ଅକ୍ଟୋବର ୩୧ ରୁ ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଦୁଇଟି ପ୍ରଥମ ଶ୍ରେଣୀ (ଚାରି ଦିନିଆ) ମ୍ୟାଚ୍ ଖେଳାଯିବ। ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବା ପରେ ଭାରତ-ଏ ଦଳ ଭାରତୀୟ ସିନିୟର ପୁରୁଷ ଦଳ ବିପକ୍ଷରେ ତିନି ଦିନିଆ ଆନ୍ତଃ- ସ୍କ୍ୱାର୍ଡ ମ୍ୟାଚରେ ଭାଗ ନେବ। ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ପ୍ରଥମ ଫାଷ୍ଟ କ୍ଳାସ୍‌ ମ୍ୟାଚ୍ ମକାୟରେ ଖେଳାଯିବ। ଏହା ପରେ ମେଲବର୍ଣ୍ଣରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ତେବେ ପର୍ଥରେ ସିନିୟର ପୁରୁଷ ଦଳ ବିପକ୍ଷରେ ଇଣ୍ଡିଆ-ଏର ଇଣ୍ଟ୍ରା ସ୍କ୍ୱାଡ୍ ମ୍ୟାଚ୍ ଖେଳାଯିବ।

କହିରଖୁଛୁ ଯେ, ଭାରତୀୟ ସିନିୟର ପୁରୁଷ ଦଳ ପାଇଁ ଇଶାନ କିଶନଙ୍କ ଶେଷ ମ୍ୟାଚ୍ ନଭେମ୍ବର ୨୦୨୩ ରେ ଟି ୨୦ ମାଧ୍ୟମରେ ଖେଳିଥିଲେ। ଏହା ପରେ, ଇଶାନ ମାନସିକ ଥକାପଣ ଦର୍ଶାଇ ଏକ ବିରତି ନେଇଥିଲେ, କିନ୍ତୁ ଏହି ବିରତି ପରେ ଇଶାନ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ଫେରିପାରି ନଥିଲେ। 

ଇଣ୍ଡିଆ ଏ' ର ତିନି ମ୍ୟାଚ୍‌ ବିଶିଷ୍ଟ ସେଡ୍ୟୁଲ:

ଇଣ୍ଡିଆ ଏ ବନାମ ଅଷ୍ଟ୍ରେଲିଆ ଏ, ପ୍ରଥମ ଚାରିଦିନିଆ ମ୍ୟାଚ୍- ୩୧ ଅକ୍ଟୋବରରୁ ୩ ନଭେମ୍ବର

ଇଣ୍ଡିଆ ଏ ବନାମ ଅଷ୍ଟ୍ରେଲିଆ ଏ, ଦ୍ବିତୀୟ ଚାରିଦିନିଆ ମ୍ୟାଚ୍- ୭ ନଭେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ

ଇଣ୍ଡିଆ ଏ ବନାମ ସିନିୟର ଟିମ୍‌ ଇଣ୍ଡିଆ ଇଣ୍ଟ୍ରା ସ୍କ୍ବାଡ ମ୍ୟାଚ୍‌- ୧୫ ନଭେମ୍ବରରୁ ୧୭ ନଭେମ୍ବର ପର୍ଯ୍ୟନ୍ତ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଏ ଦଳ::

ଋୁତୁରାଜ ଗାଇକୱାଡ (ଅଧିନାୟକ), ଅଭିମନ୍ୟୁ ଇଶ୍ବରନ (ଉପ-ଅଧିନାୟକ), ସାଇ ସୁଦର୍ଶନ, ନୀତୀଶ କୁମାର ରେଡ୍ଡୀ, ଦେବଦତ୍ତ ପାଡିକଲ, ରିକି ଭୁଇ, ବାବା ଇନ୍ଦରଜିତ, ଇଶାନ କିଶନ (ୱିକେଟ୍ କିପର) ଅଭିଷେକ ପୋରେଲ (ୱିକେଟ୍ କିପର), ମୁକେଶ ଅହମ୍ମଦ କୁମାର , ନବଦୀପ ସୈନି, ମାବବ ସୂତାର, ତନୁଷ କୋଟିଆନ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.