ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

'ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ' ବ୍ୟାନ୍‌ କରିବାକୁ ଉଠିଲା ଦାବି; ମୁମ୍ବାଇରୁ ଦିଲ୍ଲୀ ଯାଏଁ ମାଳମାଳ ଅଭିଯୋଗ, ଫଶିଲେ ରଣବୀର ଆହ୍ଲାବାଦିଆ-ସମୟ ରୈନା

Published By : Prameya | February 10, 2025 6:57 PM

Image source: TV9

ମୁମ୍ବାଇ,୧୦/୦୨: ଷ୍ଟାଣ୍ଡ୍‌ଅପ୍‌ କମେଡିଆନ ସମୟ ରୈନାଙ୍କ ଶୋ 'ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ'କୁ ନେଇ ଏବେ ବିବାଦ ଉପୁଜିଛି। ନିକଟରେ ଶୋ’ର ଏକ ନୂଆ ଏପିସୋଡ୍ ଆସିଥିଲା ଯେଉଁଥିରେ ରଣବୀର ଆହ୍ଲାବାଦିଆ, ଆଶିଷ ଚଞ୍ଚଲାନି ଏବଂ ଅପୂର୍ବା ଉପସ୍ଥିତ ଥିଲେ। ଏତିକି ବେଳେ ରଣବୀର ଆହ୍ଲାବାଦିଆ ବାପାମାଆଙ୍କ ବିଷୟରେ ଏପରି ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ ଯେ ଲୋକମାନେ ଉତ୍ୟକ୍ତ ହୋଇ ଉଠିଥିଲେ। ସୂଚନାଥାଉକି, ଏହି ଶୋ ଏବଂ ସମୟ ରୈନା ବିବାଦ ଦୀର୍ଘ ସମୟ ଧରି ଲାଗି ରହିଛି। କିନ୍ତୁ ଏଥର, ସେ ଆଇନଗତ ସମସ୍ୟାରେ ଫସି ରହିଥିବା ପରି ମନେ ହେଉଛି। ହିନ୍ଦୁ ଆଇଟି ସେଲ୍ ନାମକ ଏକ ସଂଗଠନ ଏହି ଶୋ’ ବିରୋଧରେ ଅଭିଯୋଗ ଦାଖଲ କରିଛି। 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'ରେ ପଚରାଯାଇଥିବା ଅଶ୍ଳୀଳ ପ୍ରଶ୍ନ, ଜାତିଗତ ମନ୍ତବ୍ୟ ଏବଂ ଅଶାଳୀନ ବୟାନକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା ଚାଲିଛି। ଏପରି ପରିସ୍ଥିତିରେ, ହିନ୍ଦୁ ଆଇଟି ସେଲ୍ ଏକ ସରକାରୀ ଅଭିଯୋଗ ଦାଖଲ କରିଛି। ଏହାରି ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ କାର୍ଯ୍ୟାନୁଷ୍ଠାନ ବିଷୟରେ କହିଛନ୍ତି।

ଦିଲ୍ଲୀରେ ଅଭିଯୋଗପତ୍ର:

ଏହି ମାମଲାରେ କେବଳ ମୁମ୍ବାଇ ନୁହେଁ, ଦିଲ୍ଲୀରେ ମଧ୍ୟ ସମୟ, ରଣବୀର ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଅଭିଯୋଗ ଦାୟର କରାଯାଇଛି। ନବୀନ ଜିନ୍ଦଲ ନାମକ ଜଣେ ଓକିଲ ସାଇବର ପୋଲିସ ଏବଂ ଦିଲ୍ଲୀ ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ଏପରି ଲୋକମାନେ ଆମର ସଂସ୍କୃତି ଏବଂ ସାମାଜିକ ଗଠନକୁ ନଷ୍ଟ କରୁଛନ୍ତି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଏହା ବ୍ୟତୀତ ସମୟ ରୈନାଙ୍କ ଏହି ଶୋ’କୁ ବ୍ୟାନ୍ କରାଯିବା ଉଚିତ ବୋଲି ଅଭିଯୋଗରେ ଦାବି କରାଯାଇଛି। ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ଏକ ଅଭିଯୋଗ ଦାଖଲ କରାଯାଇଛି।

'ଣ କହିଲେ ଫଡନବିସ୍‌?

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ଶୋ’ ବିଷୟରେ କହିଛନ୍ତି, "ମୁଁ ଏହା ବିଷୟରେ ସୂଚନା ପାଇଛି।" କିନ୍ତୁ ମୁଁ ତାଙ୍କୁ ଏପର୍ଯ୍ୟନ୍ତ ଦେଖିନାହିଁ। ମୁଁ ଜାଣିବାକୁ ପାଇଛି ଯେ  ଅସଭ୍ୟ ଭାବରେ କାର୍ଯ୍ୟକ୍ରମଟି ପରିଚାଳିତ ହେଉଛି, ଯାହା ସମ୍ପୂର୍ଣ୍ଣ ଭୁଲ। ବାକ୍ ସ୍ୱାଧୀନତା ସମସ୍ତଙ୍କ ପାଇଁ, କିନ୍ତୁ ଯେତେବେଳେ ଆମେ ଅନ୍ୟ କାହାର ସ୍ୱାଧୀନତାରେ ହସ୍ତକ୍ଷେପ କରୁ, ସେତେବେଳେ ଆମର ସ୍ୱାଧୀନତା ଶେଷ ହୋଇଯାଏ। ଏହା ଠିକ୍ ନୁହେଁ। ସମସ୍ତଙ୍କର ସୀମା ଅଛି, ଆମେ ଅଶ୍ଳୀଳତା ପାଇଁ ମଧ୍ୟ ନିୟମ ସ୍ଥିର କରିଛୁ। ଯଦି କେହି ସେଗୁଡ଼ିକୁ ଅତିକ୍ରମ କରନ୍ତି, ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.