ପ୍ରମୂଖ ଖବର
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଇଣ୍ଡିଆ ମେଣ୍ଟର ବଡ଼ ଦାବି : ଆମେ ୨୯୫ସିଟ୍ ଜିତିବୁ

ନୂଆଦିଲ୍ଲୀ,୧/୬ : ଲୋକସଭା ନିର୍ବାଚନର ଫଳାଫଳ ପୂର୍ବରୁ ପୁଣି ଥିରେ ବିପକ୍ଷ ଇଣ୍ଡି ମେଣ୍ଟ ଚିନ୍ତାଗ୍ରସ୍ତ ଅବସ୍ଥାରେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦିଲ୍ଲୀ ସ୍ଥିତ ଘରେ ଆଜି ଗଠବନ୍ଧନର କୋ-ଅର୍ଡ଼ିନେଶନ କମିଟିର ବୈଠକ ହୋଇଛି । ଏହି ବୈଠକରେ ଗଠବନ୍ଧନରେ ସାମିଲ ୧୪ପାର୍ଟିର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି କମିଟିର ଗଠନ ମୁମ୍ବାଇରେ ହୋଇଥିବା ଗଠବନ୍ଧନର ବୈଠକରେ ନିଆଯାଇଥିଲା । ବୈଠକରେ ନିର୍ବାଚନର ଫଳାଫଳ ଆସିବା ପରେ ପରିସ୍ଥିତି ଉପରେ ବିଚାର କରି ରଣନୀତି କରାଯାଇଛି ।

ଇଣ୍ଡି ଗଠବନ୍ଧନର ଏହି ବୈଠକରେ ସାମିଲ ହେବା ଲାଗି ଏନସିପିର ଅଧ୍ୟକ୍ଷ ଶରତ ପାଓ୍ବାର ଖଡ଼ଗେଙ୍କ ଘରେ ପହଞ୍ଚିଯାଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ବି ପହଞ୍ଚିବାରେ ଅଛନ୍ତି । ରାଘବ ଚଡ୍ଢା କହିଛନ୍ତି କି ଏହି ବୈଠକରେ ଆମ ଆଦମୀ ପାର୍ଟି ତରଫରୁ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ସାମିଲ ହେବେ । ସେହିଭଳି ମମତା ବାନାର୍ଜୀଙ୍କ ବିଷୟରେ କୁହାଯାଉଛି କି ସେ ଏହି ମିଟିଂରେ ସାମିଲ ହେବେ ନାହିଁ । ତାଙ୍କ ତରଫରୁ କୌଣସି ପ୍ରିତିନିଧିଙ୍କୁ ପଠାଯିବ । 



ଗଠବନ୍ଧନ ବୈଠକରେ କଂଗ୍ରେସ ତରଫରୁ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ, ସପା ତରଫରୁ ଅଖିଳେଶ ଯାଦବ, ଏନିସିପି ଶରତ ଗୋଷ୍ଠୀଙ୍କ ତରଫରୁ ଶରତ ପାଓ୍ବାର ଏବଂ ଜିତେନ୍ଦ୍ର ଆହ୍ବାଡ଼, ଆମ ଆଦମୀ ପାର୍ଟି ତରଫରୁ ଅରବିନ୍ଦ କେଜ୍ରିଓ୍ବାଲ, ଭଗଓ୍ବନ୍ତ ମାନ, ସଞ୍ଜୟ ସିଂହ ଏବଂ ରାଘବ ଚଡ୍ଢା, ଡିଏମକେ ତରଫରୁ ଟିଆର ବାଲୁ ଏବଂ ଆରଜେଡି ତରଫରୁ ତେଜସ୍ବୀ ଯାଦବ ଏବଂ ସଞ୍ଜୟ ଯାଦବ ସାମିଲ ଅଛନ୍ତି ।

ବୈଠକରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ଚମ୍ପଇ ସୋରେନ ଏବଂ କଳ୍ପନା ସୋରେନ ବି ସାମିଲ ଅଛନ୍ତି । ସେହିଭଳି ନେଶନାଲ କନଫ୍ରେନ୍ସର ଫାରୁକ ଅବ୍ଦୁଲ୍ଲା, ସିପିଆଇ ତରଫରୁ ଡି.ରାଜା, ମାକପାଙ୍କ ତରଫରୁ ସୀତାରାମ ‌ୟେଚୁରୀ, ଶିବ ସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ଅନୀଲ ଦିସାଇ, ସିପିଆଇଏମଲରୁ ଦୀପାଙ୍କର ଭଟ୍ଟାଚାର୍ଯ୍ୟ ଏବଂ ବିଆଇପି ପାର୍ଟିରୁ ମୁକେଶ ସହନୀ ବି ବୈଠକରେ ଭାଗ ନେଇଛନ୍ତି ।

ସେହିଭଳି ବିପକ୍ଷଙ୍କ ବୈଠକ ପୂର୍ବରୁ ତେଜସ୍ବୀ ଯାଦବଙ୍କୁ ପିଏମ୍ ପ୍ରାର୍ଥୀଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା । ଯାହାକୁ ସେ ଟାଳିଥିବା ନଜର ଆସିଥିଲେ । ସୂଚନା ମୁତାବକ ଏହି ବୈଠକର ଏଜେଣ୍ଡା ୪ଜୁନରେ ଆସିବାକୁ ଥିବା ଫଳାଫଳ ଉପରେ ମନ୍ଥନ । ଫଳାଫଳ ପରେ ରଣନୀତିର ପ୍ରସ୍ତୁତି ଏବଂ କାଉଣ୍ଟିଂ ଡେରେ ଇଭିଏମକୁ ନେଇ ରଣନୀତି କରିବା ଅଟେ । ଅନ୍ୟପଟେ ବିପକ୍ଷ ଦଳର ଏହି ବୈଠକକୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ଟାର୍ଗେଟ କରିଛନ୍ତି । କହିଛନ୍ତି କି ରେଜଲ୍ଟ ପରେ ଏହି ଲୋକ ଦେଖାଯିବେ ନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.