ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଶ୍ରେୟାସ ଆୟରଙ୍କୁ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର, ଜାଣନ୍ତୁ କିଏ ଦେଲା

Published By : Ankita S | February 14, 2025 10:56 AM

ମୁମ୍ବାଇ,୧୪/୦୨: ଫୁଲ ଫର୍ମରେ ଅଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ଶ୍ରେୟସ ଆୟର । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରଜକୁ ୩-୦ରେ ପୋଛି ନେଇଛି ଭାରତୀୟ କ୍ରିକେଟ ଦଳ । ଏଥିରେ ଆୟରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଇଂଲଣ୍ଡ ବିପକ୍ଷ ସିରିଜରେ ଭାରତୀୟ ଖେଳାଳିମାନେ ଚମତ୍କାର କ୍ଷେତ୍ରରକ୍ଷଣ କରିଥିଲେ । ଏ ନେଇ ଶ୍ରେୟାସ ଆୟରଙ୍କୁ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି ।

ଦିନିକିଆ ସିରଜରେ ସମସ୍ତଙ୍କଠାରୁ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ବହୁତ ଭଲ କ୍ଷେତ୍ରରକ୍ଷଣ କରିଥିଲେ । ଏଥିଲାଗି ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ଟି. ଦିଲୀପ ଶୃଙ୍ଖଳାର ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ବାଛିଛନ୍ତି । ଦଳୀୟ ଖେଳାଳିଙ୍କ ଉପସ୍ଥିତିରେ ଡ୍ରେସିଂ ରୁମରେ ଆୟରଙ୍କୁ ଦିଲୀପ ଶୃଙ୍ଖଳାର ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପଦକ ପ୍ରଦାନ କରିଛନ୍ତି । ଶୁଭମନ ଗିଲ ତାଙ୍କୁ ପଦକ ପିନ୍ଧାଇ ଦେଇଥିଲେ । ଇଂଲଣ୍ଡ ବିପକ୍ଷ ଉଭୟ ଟି-୨୦ ଓ ଦିନିକିଆ ସିରିଜରେ ଭାରତୀୟ ଖେଳାଳିମାନେ କେତେକ ଦର୍ଶନୀୟ କ୍ୟାଚ୍ ଧରିବା ସହ ରୋମାଞ୍ଚକ ରନଆଉଟ ବି କରିଥିଲେ । ପଏଣ୍ଟ ଓ ଡିପ୍ ସ୍କୋୟାର ସହ ଲଙ୍ଗ ଅନ୍ ଓ ଲଙ୍ଗ ଅଫରେ ଜବରଦସ୍ତ କ୍ଷେତ୍ରରକ୍ଷଣ କରି ଇଂଲିଶ ଦଳକୁ ଘାବୁରେଇ ଦେଇଥିଲେ ।

ଏହା ବି ପଢନ୍ତୁ... ଇଂଲଣ୍ଡକୁ ୧୪୨ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ, ୩-୦ରେ ଭାରତର ସିରିଜ୍‌ କ୍ଲିନ୍‌ ସୁଇପ୍‌

କହି ରଖୁଛୁ କି, ଘରୋଇ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟି ଟି-ଟ୍ବେଣ୍ଟି ସିରିଜ ଓ ୩ ମ୍ୟାଚ ବିଶିଷ୍ଠ ଦିନିକିଆ ସିରିଜ ଖେଳାଯାଇଥିଲା । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ଭାରତ ଟି-ଟ୍ବେଣ୍ଟି ସିରିଜକୁ ୪-୧ରେ ଜିତିଥିଲା । ରୋହିତ ଶର୍ମାଙ୍କ ନେତୃତ୍ବରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ପୋଛି ନେଇଥିଲା ଭାରତ । ଦିନିକିଆ ମ୍ୟାଚରେ ଶ୍ରେୟାସ ଆୟରଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବୁଧବାର ଖେଳାଯାଇଥିବା ଅନ୍ତିମ ଦିନିକିଆକୁ ଭାରତ ୧୪୨ରନରେ ଜିତିଥିଲା । ଏହି ମ୍ୟାଚରେ ଶ୍ରେୟାସ ୭୮ରନ ପାଳି ଖେଳିଥିଲେ । ଆସନ୍ତା ୧୯ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ଏହା ପୂର୍ବରୁ ଭାରତ ଶକ୍ତି ପରୀକ୍ଷାରେ ପାସ୍ କରି ସାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.