ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଆଇଆଇଏମ ସମ୍ବଲପୁର ପକ୍ଷରୁ ଭାରତୀୟ ଜ୍ଞାନ ପ୍ରଣାଳୀରେ ସାଂସ୍କୃତିକ ଐତିହ୍ୟ ଏବଂ ସ୍ଥାୟୀ ପରିଚାଳନା ଉପରେ ଆନ୍ତର୍ଜାତୀୟ ସେମିନାର ଆୟୋଜିତ

Published By : Bijay Swain | February 13, 2025 11:48 PM

ସମ୍ବଲପୁର: ଆଇଆଇଏମ ସମ୍ବଲପୁରର ରଙ୍ଗବତୀ ସେଂଟର ଫର୍ ଏକ୍ସଲେନ୍ସ ଇନ କଲ୍‌ଚର ଆଣ୍ଡ୍ ସଷ୍ଟେନନବଲ୍ ମ୍ୟାନେଜମେଂଟ ପକ୍ଷରୁ ନୂଆଦିଲ୍ଲୀର ଭାରତୀୟ ସାମାଜିକ ବିଜ୍ଞାନ ଅନୁସନ୍ଧାନ ପରିଷଦ ସହ ମିଳିତ ଆନୁକୂଲ୍ୟରେ “ସ୍ୱାଧୀନତା ସଂଗ୍ରାମର ଅଜ୍ଞାତ ଦିଗ; ଭାରତୀୟ ଜ୍ଞାନ ପ୍ରଣାଳୀରେ ସାଂସ୍କୃତିକ ଐତିହ୍ୟ ଏବଂ ସ୍ଥାୟୀ ପରିଚାଳନା' ଉପରେ ଏକ ଦିନିକିଆ ଆନ୍ତର୍ଜାତୀୟ ସେମିନାର ଆୟୋଜନ କରାଯାଇଛି।

ଏହି ସେମିନାରର ଉଦ୍ଦେଶ୍ୟ ଥିଲା ପଶ୍ଚିମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର କମ୍ ଜଣାଶୁଣା ଦିଗକୁ ଅନୁସନ୍ଧାନ ଏବଂ ଉଜ୍ଜ୍ୱଳ କରିବା ଯେପରିକି ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱପୂର୍ଣ୍ଣ ସଂଘର୍ଷ ଏବଂ କୁଦୋପାଲି ହତ୍ୟାକାଣ୍ଡ ଏବଂ ଏହି ଅଂଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସ୍ଥାୟୀ ପରିଚାଳନାରେ ଏହାର ଭୂମିକା ନେଇ ଆଲୋଚନା କରିବା। ଏହି କାର୍ଯ୍ୟକ୍ରମ ଏକ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରିଛି ଯେଉଁଠି ଶିକ୍ଷାଗତ ପେପର, କି ନୋଟ୍‌ ବକ୍ତବ୍ୟ ଏବଂ ପେପର୍ ଉପସ୍ଥାପନ ମାଧ୍ୟମରେ ଆଦିବାସୀ ଜ୍ଞାନ ପ୍ରଣାଳୀର ଦସ୍ତାବିଜ ପ୍ରସ୍ତୁତ କରିବା, ଐତିହାସିକ ବ୍ୟାଖ୍ୟାନକୁ ସମକାଳୀନ ସ୍ଥାୟୀ ପ୍ରୟାସ ସହ ସଂଯୋଜିତ କରିବା ଏବଂ ଭାରତର ସାଂସ୍କୃତିକ ଏବଂ ଐତିହାସିକ ଐତିହ୍ୟ ଉପରେ ବିଭିନ୍ନ ବିଷୟରେ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା।

ଏହି କାର୍ଯ୍ୟକ୍ରମରେ ୟୁଏନ୍‌ଏସଡିଏସଏନ୍ ଗ୍ଲୋବାଲ୍ କ୍ଲାଇମେଟ୍ ହବ୍‌, ଗ୍ରୀସ୍‌ର ଚେୟାର ପ୍ରଫେସର୍ ଡ. ଫୋଏବେ କୌଣ୍ଡୋରୀ, ଦି ବ୍ରୁକିଙ୍ଗ୍ସ ଇନ୍‌ଷ୍ଟିଚ୍ୟୁସନ୍ ଏବଂ ପୂର୍ବତନ ଭିପି, ବିଶ୍ୱ ବ୍ୟାଙ୍କ, ୟୁଏସଏର ପ୍ରଫେସର୍ ଓଟାଭିଆନୋ କାନୁଟୋ, ତ୍ୱିଲିସି ଷ୍ଟେଟ୍ ୟୁନିଭର୍ସିଟି, ଜର୍ଜିଆର ଡ. ତାମାର ବାଗ୍ରାଟିଆ, ଏସିଆନ୍ ଡେଭଲପମେଂଟ୍ ବ୍ୟାଙ୍କ୍ ଇନ୍‌ଷ୍ଟିଚ୍ୟୁଟ୍‌, ଜାପାର ଉପାଧ୍ୟକ୍ଷ ପ୍ରଫେସର୍ ଦିଲ୍ ରାହୁତ ଓ ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲଙ୍କ ଭଳି ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ବିଶେଷଜ୍ଞଙ୍କ ସହଭାଗିତା ରହିଥିଲା।

ଏହି କାର୍ଯ୍ୟକ୍ରମରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଆୟୋଜିତ ହୋଇଥିଲା, ଯଥା "ସ୍ୱାଧୀନତା ସଂଗ୍ରାମ ଏବଂ ସଂସ୍କୃତି’ ଯାହା ଡ. ଆଲୋକ ଭୋଇ, ଶ୍ରୀ ବିରେନ୍ଦ୍ର ଝଙ୍କାର, ଏବଂ ଡ. ବିଭୁଦତ ମିଶ୍ର ଭଳି ବିଶେଷଜ୍ଞଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଯେଉଁଥିରେ ପଶ୍ଚିମ ଓଡ଼ିଶାର ଅନେକ ଅଜ୍ଞାତ ଐତିହାସିକ ସ୍ୱାଧୀନତା ସଂଗ୍ରାମୀଙ୍କ ଅଜ୍ଞାତ ପ୍ରତିରୋଧ ଏବଂ ସଂଘର୍ଷ ଉପରେ ଆଲୋକପାତ କରାଯାଇଥିଲା। ଅନ୍ୟ ଅଧିବେଶନ ଯାହାକି ସାଂସ୍କୃତିକ ଐତିହ୍ୟ ଏବଂ ସ୍ଥାୟୀ ପରିଚାଳନା, ଯେଉଁଥିରେ ଶ୍ରୀ ଦୁଃଖୀ ସେବକ ସାହୁ, ଶ୍ରୀ ରାଜେଶ ଝଙ୍କାର, ଡ. ଶ୍ର୍ରବଣ କୁମାର ବାଗ୍ ଏବଂ ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ଦ୍ୱାରା ଆଦିବାସୀ ଐତିହ୍ୟ ଏବଂ ସ୍ଥାୟୀ ପରିଚାଳନାରେ ଏହାର ସମକାଳୀନ ପ୍ରାସଙ୍ଗିକତା ଉପରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। 

ଏହା ବ୍ୟତୀତ ଏହି ଅବସରରେ ଏକ ଅନୁସନ୍ଧାନ ରିପୋର୍ଟ ଏବଂ ସଂକଳନ ଉନ୍ମୋଚନ କରାଯାଇଥିଲା। ଏହା ଗୁରୁତ୍ୱପୂର୍ଣ୍ଣ ଯେ ଏହି ସେମିନାରରେ ୧୦୦ରୁ ଅଧିକ ବିଦ୍ୱାନ, ଅନୁସନ୍ଧାନକାରୀ ଏବଂ ଛାତ୍ରଛାତ୍ରୀଙ୍କ ସହଭାଗିତା ରହିଥିଲା ଯାହା ଭାରତର ସ୍ୱାଧୀନତା ସଂଗ୍ରାମର କମ୍ ଜଣାଶୁଣା ଦିଗ ଏବଂ ସ୍ଥାୟୀ ପରିଚାଳନାରେ ସାଂସ୍କୃତିକ ଐତିହ୍ୟର ଗୁରୁତ୍ୱ ଉପରେ ଚିନ୍ତାପ୍ରବଣ ଆଲୋଚନାକୁ ପ୍ରୋତ୍ସାହିତ କରିଥିଲା। ଆଇଆଇଏମ୍ ସମ୍ବଲପୁରର ଡକ୍ଟର ସୁଜିତ କୁମାର ପୃଷେଠ୍‌ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସେମିନାର୍‌ରେ ଆଇଆଇଏମ୍ ସମ୍ବଲପୁରର ଡକ୍ଟର ହେମଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.