ନୂଆଦିଲ୍ଲୀ: ଜମ୍ମୁର ଅଖନୁର୍ ସେକ୍ଟରରୁ ଏକ ଖବର ଏବେ ସାମ୍ନାକୁ ଆସୁଛି। ଏଠାରେ ପରଓ୍ବାର୍ଡ ପୋଷ୍ଟରେ ଆଇଇଡି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ସେନାର ଜଣେ କ୍ୟାପଟେନ ଏବଂ ଜଣେ ଯବାନ ସହୀଦ୍ ହୋଇଛନ୍ତି। ପାଟ୍ରୋଲିଂ ସମୟରେ ଯବାନ ମାନେ ଏହାର କବଳକୁ ଆସିଥିଲେ । ସନ୍ଦେହ କରାଯାଉଛି କି ଆଇଇଡି ଆତଙ୍କବାଦୀଙ୍କ ଦ୍ବାରା ଲଗାଯାଇଥିଲା। ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂତ୍ର ଅନୁସାରେ, ଏହି ଘଟଣାଟି ୩:୫୦ ରେ ଘଟିଥିଲା। ଏକ ସେନା ପାଟ୍ରୋଲିଂ ଦଳ ନିୟମିତ ପାଟ୍ରୋଲିଂରେ ଥିଲା। ତେବେ ସୀମା ନିକଟରେ ଏକ ଆଇଇଡି ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଜଣେ ଅଧିକାରୀ ସମେତ ତିନି ଜଣ ସୈନିକ ଗୁରୁତର ଆହତ ହୋଇଥିଲେ। ଆହତ ମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା।
ଅଧିକାରୀ ମାନେ କହିଛନ୍ତି ଯେ ସୈନିକ ମାନେ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ଏକ IED ବିସ୍ଫୋରଣ ହୋଇଥିଲା। ଏହାକୁ ଆତଙ୍କବାଦୀ ମାନଙ୍କ ଦ୍ବାରା ଲଗାଯାଇଥିବା ବିଶ୍ୱାସ କରାଯାଉଛି। ଅଧିକାରୀମାନେ କହିଛନ୍ତି ଯେ ବିସ୍ଫୋରଣ ପରେ ତୁରନ୍ତ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା। ସେ କହିଛନ୍ତି ଯେ ଆହତ ସୈନିକମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି ଏବଂ ସେମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।