ପ୍ରମୂଖ ଖବର
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍ ସୁପର ୮ ମୁକାବିଲା: ସନ୍ଧ୍ୟାରେ ସାମ୍ନା ସାମ୍ନି ହେବେ ଇଂଲଣ୍ଡ- ୟୁଏସଏ, ବିଜୟ ଲକ୍ଷ୍ୟ​‌​‌ରେ ବଟଲର ବାହିନୀ

ବ୍ରିଜଟାଉନ୍‌,୨୩/୦୬: ରବିବାର ଗ୍ରୁପ୍‌-୨ରେ ଇଂଲଣ୍ଡ ଓ ୟୁଏସଏ ସାମ୍ନା ସାମ୍ନି ହେବେ । ୟୁଏସଏ ପ୍ରଥମ ୨ଟି ମ୍ୟାଚ ହାରି ସେମି ଦୌଡ଼ରୁ ବାଦ ପଡ଼ି ସାରିଛି। ଇଂଲଣ୍ଡ ଆଶା ଉଜ୍ଜୀବିତ ରହିଛି । ତଥାପି ସେମିରେ ପହଞ୍ଚିବାକୁ ହେଲେ  ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ଜିତି ରନ୍‌ ରେଟ୍‌ରେ ଉନ୍ନତି ଆଣିବାକୁ ପଡ଼ିବ । କାରଣ ଏହି ଗ୍ରୁପ୍‌ରେ ଦକ୍ଷିଣ ଆଫ୍ରିକା ୨ଟି  ମ୍ୟାଚ୍‌ ଜିତି ସାରିଛି । ଶେଷ ମ୍ୟାଚ୍‌ରେ ଦଳ ୱେଷ୍ଟ ଇଣ୍ଡିଜ୍‌କୁ ଭେଟିବ । ୱେଷ୍ଟ ଇଣ୍ଡିଜ୍‌ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ  ପରାଜିତ ହୋଇଥିଲେ ହେଁ ଦ୍ୱିତୀୟ ମ୍ୟାଚ୍‌ରେ ୟୁଏସଏକୁ ୫୫ଟି ବଲ୍‌ ବାକି ଥାଇ ହରାଇ ରନ୍‌ ରେଟ୍‌ ବୃଦ୍ଧି କରିସାରିଛି ।  ଗ୍ରୁପ୍‌-୨ ପଏଣ୍ଟ ତାଲିକାରେ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି । 

ୟୁଏସଏ ପ୍ରାଥମିକ ଲିଗ୍‌ ରାଉଣ୍ଡ୍‌ରେ ଉନ୍ନତ ପ୍ରଦର୍ଶନ  କରିଥିଲା । ମାତ୍ର ସୁପର-୮ ରାଉଣ୍ଡ ପୂର୍ବରୁ ଦଳର ଅଧିନାୟକ ମୋନାଙ୍କ ପଟେଲ ଆହତ ହେବାରୁ ବ୍ୟାଟିଂ ବିଭାଗର ସନ୍ତୁଳନ  ବିଗିଡ଼ି ଯାଇଛି । ବୋଲିଂ ବିଭାଗର ପ୍ରଦର୍ଶନ ଠିକ୍‌ ଠାକ୍‌ ରହିଥିଲେ  ହେଁ ଅଭିଜ୍ଞତାର ଅଭାବ ଯୋଗୁଁ ୟୁଏସଏ ପରାଜିତ ହେଉଛି । 

ଶୃଙ୍ଖଳିତ ବୋଲିଂ ବିଭାଗ ବିପକ୍ଷରେ ଇଂଲଣ୍ଡ ଫେଲ ମାରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳର ବ୍ୟାଟିଂ ବିଫଳତା  ପରାଜୟର ମୁଖ୍ୟ କାରଣ ସାଜିଥିଲା । ମାତ୍ର ରବିବାର ଦଳ  ନିକଟରେ ବିଜୟ ସୁଯୋଗ ରହିଛି । ତଥାପି ୟୁଏସକୁ ହାଲକା  ଭାବେ ନେବା ଭାରି ପଡ଼ିପାରେ । 

ବ୍ରିଜଟାଉନ୍‌ର କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡ ବ୍ୟାଟିଂ ପାଇଁ  ବେଶ୍‌ ଅନୁକୂଳ । ମାତ୍ର ଏଠାରେ ସ୍ପିନରମାନେ ପିଚ୍‌ର ଫାଇଦା  ଉଠାଇ ପାରିବେ । ଦିନ ବେଳା ଏହି ମ୍ୟାଚ୍‌ ରହିଥିବାରୁ ଟସ୍‌  ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇ ପାରନ୍ତି । 

ସମ୍ଭାବ୍ୟ ଦଳ

ଇଂଲଣ୍ଡ: ଫିଲ ସଲ୍ଟ, ଜୋସ ବଟଲର(ଅଧିନାୟକ),  ଜନି ବେୟାରଷ୍ଟୋ, ମୋଇନ ଅଲି, ହ୍ୟାରୀ ବ୍ରୁକ୍‌, ଲାଏମ  ଲିଭିଙ୍ଗଷ୍ଟୋନ୍‌, ସାମ କୁରାନ, ଜୋଫ୍ରା ଆର୍ଚର, ଆଦିଲ ରସିଦ,  ମାର୍କ ଉଡ୍‌, ରିସ ଟପଲି । 

ୟୁଏସଏ: ଷ୍ଟିଭେନ ଟେଲର, ଆନ୍ଦ୍ରିୟସ ଗସ, ନିତିଶ କୁମାର,  ଆରୋନ ଜୋନ୍ସ(ଅଧିନାୟକ), କୋରି ଆଣ୍ଡରସନ, ମିଲିନ୍ଦ  କୁମାର, ହରମିତ ସିଂହ, ସାଡଲି ଭାନ ସଲ୍କୱିକ, ନୋସ୍ତୁସ  କେଞ୍ଜିଗେ, ଅଲି ଖାନ, ସୌରଭ ନେତ୍ରଭଲକର ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.