ପ୍ରମୂଖ ଖବର
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

T-20 ବିଶ୍ୱକପ୍ ସୁପର ୮ ମୁକାବିଲା: ଆଫଗାନିସ୍ତାନ ପ୍ରଥମ ବିଜୟ, ୨୧ରନ୍‌ରେ ଅଷ୍ଟ୍ରେଲିଆ ପରାସ୍ତ

କିଙ୍ଗଷ୍ଟନ,୨୩/୦୬: କିଙ୍ଗ୍‌ଷ୍ଟନରେ ଆଫଗାନିସ୍ତାନ- ଅଷ୍ଟ୍ରେଲିଆ ଲଢ଼େଇରେ ଟୁଇଷ୍ଟ। ସୁପର-୮ ରାଉଣ୍ଡ ମୁକାବିଲା କଙ୍ଗାରୁ ବାହିିନୀକୁ ମାତ୍‌ ଦେଲ ରସିଦ ବାହିନୀ। ୨୧ରନ୍‌ରେ କଲା ପରାସ୍ତ।। ଏହା ସହିତ ଦିନିକିଆ ବିଶ୍ବକପ୍ ପରାଜୟର ବଦ୍‌ଲା ନେଇଛି ଦଳ । ଟି-୨୦ ବିଶ୍ବକପର ସୁପର-୮ ରାଉଣ୍ଡରେ ପ୍ରଥମ ବିଜୟ ହାସଲ କରିଛି ଆଫଗାନିସ୍ତାନ ଟିମ । ପରବର୍ତ୍ତୀ ମ୍ୟାଚ୍ ବାଂଲାଦେଶ ସହିତ ଖେଳିବ ଅଫଗାନ ବାହିନୀ।

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବିରୋଧୀ ଟିମ୍‌କୁ କମ୍ ସ୍କୋର ଭିତରେ ଅଲ୍ଆଉଟ୍ କରିବାକୁ ଟାର୍ଗେଟ ରଖିଥିଲା କଙ୍ଗାରୁ ବାହିନୀ । ହେଲେ ଆଫଗାନ ବ୍ୟାଟର୍ ଆରମ୍ଭ କରିଥିଲେ ଦୁର୍ଦ୍ଦଶ ବ୍ୟାଟିଂ । ଦଳ ପକ୍ଷରୁ ଓପନର ରହମନୁଲ୍ଲା ଗୁରବାଜ ଏବଂ ଇବ୍ରାହିମ୍ କରିଥିଲେ ଜବରଦସ୍ତ ବ୍ୟାଟିଂ । ୧୫ ଓଭରରେ ଦଳ ୧୧୮ ରନ୍ କରିଥିବା ବେଳେ ଟିମ୍‌କୁ  ଲାଗିଲା ପ୍ରଥମ ଝଟ୍‌କା  । ଗୁରବାଜ ୬୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଭଲ ଆରମ୍ଭ ସତ୍ତେୱ ବି ବିଶାଳ ସ୍କୋର କରିପାରିନଥିଲା ଆଫଗାନ ଟିମ୍ । ଗୁରୁବାଜ୍ ଏବଂ ଇବ୍ରାହିମ୍ ଜର୍ଦାନଙ୍କ ଛାଡି ଆଉ କାହା ବ୍ୟାଟ୍ ଚାଲିନଥିଲା । କଙ୍ଗାରୁ ବୋଲର କରିଚାଲିଲେ ଗୋଟିଏ ପରେ ଗୋଟିଏ ଶୀକାର । ଶେଷରେ ଦଳ ମୋଟ ୨୦ ଓଭର ଖେଳି ୬ ଓ୍ୱିକେଟ ହରାଇ ୧୪୮ ରନ୍ କରିବାର ସକ୍ଷମ ହୋଇଥିଲା ।

ସେପଟେ ୧୪୯ ରନ୍‌କୁ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ କଙ୍ଗାରୁ ଟିମ୍‌ର ଦୁର୍ଦ୍ଦଶ ବ୍ୟାଟର ଟ୍ରାଭିସ୍ ହେଡ୍ ଏବଂ ଡେଭିଡ ଓ୍ୱାର୍ଣ୍ଣର । ହେଲେ କଙ୍ଗାରୁର ସବୁ ପ୍ଲାନ୍ ମାରିଥିଲା ଫେଲ୍ । ଦୁର୍ଦ୍ଦସ ବ୍ୟାଟର ତଥା ବିରୋଧୀ ବୋଲରଙ୍କ ପାଇଁ କାଳ ସାଜିଥିବା ଟ୍ରାଭିସ୍ ହେଡ୍‌ଙ୍କୁ ସଅଳ ଶୀକାର କରିଥିଲେ ଆଫଗାନୀ ବୋଲର । ପ୍ରଥମ ଓଭରରେ ହେଡ୍‌କୁ  ଓ୍ୱିକେଟ୍ ନେଇଥିଲେ ନଭିନ୍ । ଏହାପରେ ମିଚେଲ୍ ମାର୍ସ, ଡେଭିଡ ଓ୍ୱାର୍ଣ୍ଣରଙ୍କ ଓ୍ୱିକେଟ୍ ନେଇଥିଲେ ରସିଦ ସେନା । କେବଳ ଗ୍ଲେନ୍ ମାକ୍ସଓ୍ୱେଲ୍‌ଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟର ଆଫଗାନୀ ବୋଲିରଙ୍କ ମୁକାବିଲା କରିପାରିନଥିଲେ । ଗ୍ଲେନ୍ ୪୧ ବଲରେ ୫୯ ରନ୍ ବିସ୍ଫୋରକ ପାରି ଖେଳିଥିଲେ । ଶେଷରେ ତାଙ୍କ ଓ୍ୱିକେଟ ବି ନେଇଥିଲେ ଆଫାଗାନୀ ବୋଲର । ଷ୍ଟାର୍ ଖେଳାଳି ଭର୍ତ୍ତି ମାର୍ସ ବାହିନୀ ୧୯.୨ ବଲରେ ଅଲ୍ଆଉଟ୍ ହୋଇଯାଇଛି । ଦଳ ମୋଟ ୧୨୭ ରନ୍ କରିବାକୁ ସକ୍ଷମ ହୋଇଛି । ଆଉ ଆଫଗାନୀ ଟିମ୍ ସୁପର -୮ର ଏହି ହାଇଭୋଲଟେଜ୍ ମ୍ୟାଚକୁ ୨୧ରନରେ ବିଜୟୀ ହୋଇଛି ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.