ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଜିପ୍‌କୁ ଧକ୍କା ଦେଲା କାର୍; ୫ମୃତ , ୮ ଗୁରୁତର

Published By : prameya | February 4, 2025 8:26 AM

ନୂଆଦିଲ୍ଲୀ,୦୪/୦୨: ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜିପ୍‌କୁ ଧକ୍କା ଦେଲା କାର୍। ଫଳରେ ଗୋଟିଏ ପରିବାରର ଚାଲିଗଲା ୫ ଜଣଙ୍କ ଜୀବନ । ଏଥିସହ ୮ ଜଣ ଆହତ ହୋଇଛନ୍ତି ତେବେ ସମସ୍ତ ଆହତଙ୍କ ନିତଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ରାଜସ୍ଥାନର ବାଲୋତରାର ସିନ୍ଧାରୀ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। 

ସେପଟେ ଦୁର୍ଘଟଣା ସମ୍ପର୍କରେ  ଖବର ପାଇ  ବାଲୋତରା ଏସପି ହରିଶଙ୍କର ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏନେଇ ସେ କହିଛନ୍ତି ଯେ,  ସିନ୍ଧାରୀ ଥାନା ଅଞ୍ଚଳରେ  ଏକ କାର ଏକ ଜିପ୍‌କୁ  ଧକ୍କା ଦେଇଥିଲା। ଫଳରେରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।ଏସପି ଆହୁରି ମଧ୍ୟ କହିଛନ୍ତି ଯେ ପାୟାଲାର ବାସିନ୍ଦା ଅଶୋକ କୁମାର ସୋନି ସିନ୍ଧାରୀରୁ ଜିନିଷପତ୍ର ନେଇ ପରିବାର ସହିତ ତାଙ୍କ ଗାଁକୁ ଫେରୁଥିଲେ। ଏହି ସମୟରେ,  ହାଇୱେରେ, ଗୁଜରାଟରୁ ଆସୁଥିବା ଏକ ଜିପ୍‌କୁ କାରଟି  ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାରରେ ଥିବା ଅଶୋକ କୁମାର ସୋନି, ତାଙ୍କ ପୁଅ, ବୋହୂ ଏବଂ ନାତିନାତୁଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଯୋଧପୁରକୁ ସ୍ଥାନାନ୍ତର କରାଯାଇଛି। ତେବେ ଉଭୟ ଗାଡ଼ିରେ ୧୩ ଜଣ ଯାତ୍ରା କରୁଥିବା ଜଣାପଡ଼ିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.