ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଲଗାଣ ବର୍ଷାରେ ବେହାଲ ତେଲକୋଇ; ଫୁଲୁଛି ନଦୀ ନାଳ, ଯୋଗାଯୋଗ ବିଚ୍ଛିନ୍ନ

Published By : Harapriya Sethi | August 23, 2025 10:23 AM

ତେଲକୋଇ,୨୩/୦୮: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ତେଲକୋଇ ଅଞ୍ଚଳ ବେହାଲ ହୋଇ ପଡ଼ିଛି । ବିଭିନ୍ନ ନଦୀ ନାଳ ଫୁଲିବା ସହିତ ସମଗ୍ର ତେଲକୋଇ ବ୍ଲକ ଅଞ୍ଚଳ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ଶୁକ୍ରବାର ଅପରାହ୍ଣରୁ ଲଗାଣ ବର୍ଷା ହେବା ଫଳରେ ସମାକୋଇ ନଦୀ ପୋଲ ଉପରେ ଶନିବାର ଭୋରୁ ୩ଟାରୁ ୩ରୁ ୪ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । 

ସେହିପରି ହନୁମନ୍ତିଆ, ନୂଆଗଡ ଟେନାର, କରଦାଙ୍ଗୀ ଘୁରୁଡ଼ିଆ, ପିଟା ନାଳୀ ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରୁଥିବା ପୋଲ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ତେଲକୋଇରୁ କଟକ, ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୁଳ, ତାଳଚେର ଏବଂ ତେଲକୋଇରୁ ଜଗମୋହନପୁର ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ପିଟା ନାଳୀ ସ୍ଥିତ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଆଦର୍ଶ ବିଦ୍ୟାଳୟ ଓ ସାପଲାଞ୍ଜି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଅନ୍ୟପଟେ ରାଇସୁଆଁ ଅଞ୍ଚଳରେ ମଧ୍ୟ କେତେକ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଉକ୍ତ ଅଞ୍ଚଳରେ ମଧ୍ୟ ଗମନାଗମନ ଓ ଯୋଗାଯୋଗ ପ୍ରଭାବିତ ହୋଇଥିବା ସୂଚନା ରହିଛି । 

ତେଲକୋଇ ବ୍ଲକର ଖୁଣ୍ଟା ପଡ଼ା, ଦେଉଳ ଡିହା, କରଦାଙ୍ଗୀ, ଭିମକାଣ୍ଡ, ପୋଡାଙ୍ଗ, ସିରିଗିଡା, ଆକୁଳ, କରମଙ୍ଗି, ବିମଳା, ପୁରୁଜୁଡ଼ା, ରାଇସୁଆଁ, କାଳିଆ ହତା ଆଦି ପଞ୍ଚାୟତର ଶତାଧିକ ଗାଁ ତେଲକୋଇ ବ୍ଲକ ମୁଖ୍ୟାଳୟରୁ ବିଚ୍ଛିନ୍ନ ରହିଛି । ଫଳରେ ଉକ୍ତ ଅଞ୍ଚଳରେ ଜରୁରୀ କାଳୀନ ସେବା ପ୍ରଭାବିତ ହୋଇଛି । ହନୁମନ୍ତିଆ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଦୋବଲା ପାଳ, ଛାମୁଣ୍ଡା, ଜଗମୋହନପୁରରୁ ବିଞ୍ଜ ବାହାଳ ଆଦି ପଞ୍ଚାୟତର ୧୫ ରୁ ଉର୍ଦ୍ଧ୍ୱ ଗ୍ରାମ ବ୍ଲକ ମୁଖ୍ୟାଳୟରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି । ଏଠାରେ ମଧ୍ୟ ଜରୁରୀ କାଳୀନ ସେବା ପ୍ରଭାବିତ ହୋଇଛି । 

କେତେକ ଅମାନିଆ ବନ୍ୟା ଜଳ ବହୁ ଥିବା ପୋଲ ଦେଇ ବିପଦ ସଙ୍କୁଳ ଭାବେ ଯିବା ଆସିବା କରୁଛନ୍ତି । ତେଲକୋଇ ବ୍ଲକ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କଡା ନଜର ରଖା ଯାଇଛି। ଶନିବାର ସକାଳ ସୁଦ୍ଧା ତେଲକୋଇ ରେ ୧୦୩ ମିଲି ମିଟର ବର୍ଷା ହୋଇଥିବା ପ୍ରଶାସନ ପକ୍ଷରୁ ରେକର୍ଡ କରାଯାଇଛି । ଶନିବାର ପୂର୍ବାହ୍ଣ ରୁ ବର୍ଷା ସାମାନ୍ୟ କମିଥିବାରୁ ନଦୀରେ ଜଳ ସ୍ତର ମଧ୍ୟ କ୍ରମଶଃ କମୁଥିବା ଦେଖା ଯାଇଛି । ମାତ୍ର ଯୋଗାଯୋଗ ଓ ଲୋକଙ୍କ ଜୀବନ ଯାତ୍ରା ସୁଗମ ହୋଇ ନାହିଁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.