ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଚନ୍ଦାହାଣ୍ଡି ବ୍ଲକ ଶିକ୍ଷା ବିଭାଗରେ ପ୍ରଧାନ ଶିକ୍ଷକ ମରୁଡି

Published By : Prameya | March 10, 2025 10:24 PM

ଚନ୍ଦାହାଣ୍ଡି, ୧୦।୩ - ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲରେ ଶିକ୍ଷକ ମରୁଡି। ଅଧିକାଂଶ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉନ୍ନତୀ ଉଚ୍ଚ ବିଦ୍ୟାଳୟମାନଙ୍କରେ ପ୍ରଧାନ ଶିକ୍ଷକ ନାହାନ୍ତି। ଯାହା ଫଳରେ ବିଦ୍ୟାଳୟର ଶିକ୍ଷାର ଉତ୍ତମ ମାର୍ଗ ଦର୍ଶନରୁ ଛାତ୍ର ଛାତ୍ରୀ ବଞ୍ଚିତ ହେଉଛନ୍ତି।

 ଚନ୍ଦାହାଣ୍ଡି  ବ୍ଲକ ଶିକ୍ଷା ବିଭାଗ ଅଧିନରେ ସରକାରୀ ସ୍ତରରେ ରହିଛି ୧୦୫ ଅନୁଷ୍ଠାନ l ସେଥିରେ ରହିଛି ୫୮ ଟି ପ୍ରାଥମିକ, ୩୮ ଟି ଉଚ୍ଚ ପ୍ରାଥମିକ ଏବଂ ୯ ଟି ଉନ୍ନତୀ ଉଚ୍ଚ ବିଦ୍ୟାଳୟ l   ପ୍ରାଥମିକ ବିଦ୍ୟାଳୟରେ    ୩୫ ଜଣ  ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ରହିଥିବା ବେଳେ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ହେଲେ  ପ୍ରଧାନ ଶିକ୍ଷକ ନାହାନ୍ତି।  ଉନ୍ନତୀ ଉଚ୍ଚ ବିଦ୍ୟାଳୟରେ ମାତ୍ର ୨ ଜଣ ପ୍ରଧାନ ଶିକ୍ଷକ ରହି ଥିବା ନେଇ ଚନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭେନ୍ଧୁ କୁମାର ମଣ୍ଡଳ ପ୍ରକାଶ କରିଛନ୍ତି l  ପ୍ରଧାନ ଶିକ୍ଷକ ଏଠାରେ    ନ ଥିବା ଫଳରେ ବିଦ୍ୟାଳୟର ସହକାରୀ ଶିକ୍ଷକ   ଏବଂ ପ୍ରାଥମିକ ବିଦ୍ୟାଳୟର  ପ୍ରଧାନ ଶିକ୍ଷକମାନଙ୍କୁ  ଉଭୟେ  ଉଚ୍ଚ ପ୍ରାଥମିକ ଏବଂ ଉନ୍ନତୀ ଉଚ୍ଚ ବିଦ୍ୟାଳୟର ଦାୟିତ୍ୱ ଦିଆ ଯାଇଥିବା ନେଇ ସୂଚନା ଦେଇଛନ୍ତି l  ବ୍ଲକ ଶିକ୍ଷା ବିଭାଗରେ   ପ୍ରଧାନ ଶିକ୍ଷକ ମରୁଡି ବ୍ୟତୀତ,  ଉନ୍ନତୀ ଉଚ୍ଚ ବିଦ୍ୟାଳୟମାନଙ୍କରେ କିରାଣୀ ପଦବୀ ଖାଲି  ଥିବା ଯୋଗୁଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦରମା ବିଲ, ଏବଂ ବିଦ୍ୟାଳୟର ଅନ୍ୟ ସରକାରୀ କାମରେ ଘୋର  ବ୍ୟାଘାତ ଦେଖା ଦେଉଥିବା ନେଇ  ବିଦ୍ୟାଳୟ କର୍ତ୍ତୃପକ୍ଷ ସୂତ୍ରରୁ ଜଣାପଡିଛି l ବିଇଓଙ୍କ କାର୍ଯ୍ୟଳୟରେ ଦୀର୍ଘ ଦିନ ହେବ ବରିଷ୍ଠ ସହାୟକ ପଦବୀ ସମେତ ଗୋଟିଏ ରାତ୍ର ଜଗୁଆଳି ପଦବୀ ଖାଲି ପଡିଛି ।

ଏ ସମ୍ପର୍କରେ  ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟା ଗଣ୍ଡଙ୍କ କାର୍ଯ୍ୟଳୟକୁ ଯୋଗାଯୋଗ କରାଯାଇଥିଲା  l  ଏ ବାବଦରେ  ବ୍ଲକ ବିଇଓ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହାର ତାଲିକା ମଗା ଯାଇ ପୂରଣ କରିବା ଦିଗରେ ପଦକ୍ଷେପ ନିଆ ଯିବ ବୋଲି ଗଣ ଶିକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ  ସୂଚନା ଦିଆଯାଇଛି l  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.