ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବନ୍ଧୁକ ଦେଖାଇ ମକା ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଲୁଟ ଘଟଣା : ୨ ଯୁବକ ଗିରଫ

Published By : Prameya | February 19, 2025 10:49 PM

ଚନ୍ଦାହାଣ୍ଡି,୧୯।୨ - ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା କୁଆଆମ୍ଭ ଗ୍ରାମର ମକା ବ୍ୟବସାୟୀ ସଦନ ସରକାରଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।  ଗିରିଫ ୨ ଜଣ ହେଲେ    ରାଇଘର ଥାନା ଅଧିନ  କୁମୁଲି ଗ୍ରାମର ଉଜ୍ବଳ ବିଶ୍ୱାସ (୨୯) ଏବଂ ଉମରକୋଟ ଥାନା ଅଧିନ ଅଧିକାରୀଗୁଡା ଗ୍ରାମର ତୁଲାରାମ ହରିଜନ (୩୭)। ଗିରଫ ଦୁଇ ଲୁଟେରାଙ୍କ ଠାରୁ ଟଙ୍କା ଏବଂ ଗୋଟିଏ ଖେଳଣା ବନ୍ଧୁକ ପୋଲିସ ଜବତ କରିଛି।

 ଗତ ଜାନୁଆରୀ ୧୫ ତାରିଖରେ  କୁହୁଡି ପଞ୍ଚାୟତ ଅଧିନ କୁଆଆମ୍ଭ ଗ୍ରାମର  ମକା ବ୍ୟବସାୟୀ ସଦନ ସରକାର   ଉମରକୋଟ ବ୍ୟାଙ୍କରୁ  ୫ ଲକ୍ଷ ଟଙ୍କା  ଉଠାଇ ବାଇକରେ ଆସୁଥିଲେ। ୩ ଜଣ ଦୁର୍ବୃତ୍ତ  ମୁହଁରେ କପଡା ବାନ୍ଧି ଏକ ବାଇକ ଯୋଗେ ତାଙ୍କୁ ପିଛା କରିଥିଲେ l  କୁଆଆମ୍ଭ ମଝି ରାସ୍ତା ନିଛାଟିଆ ଜାଗାରେ ସଦନଙ୍କ ବାଇକକୁ  ଦୁର୍ବୃତ୍ତମାନେ ଅଟକାଇ ମାରଣାସ୍ତ୍ର ଏବଂ ମୁଣ୍ଡ ରେ ଖେଳଣା ବନ୍ଧୁକ ଲଗାଇ ଭୟଭୀତ କରାଇଥିଲେ। ବାଇକ ହ୍ୟାଣ୍ଡଲରେ ଝୁଲୁଥିବା  ୫ ଲକ୍ଷ ଟଙ୍କା ଭର୍ତ୍ତୀ ବ୍ୟାଗ ଛଡାଇ ସେଠାରୁ ଦ୍ରୁତ ଗତିରେ ଚାଲି ଯାଇ ଥିଲେ l  ଏ ନେଇ ସଦନ ସରକାର ଚନ୍ଦାହାଣ୍ଡି ଥାନା ରେ   ଏତଲା ଦେଇଥିଲେ।  ଏସ ଆଇ ଖଗେଶ୍ୱର ଖୋସଲା ଏହାର ତଦନ୍ତ  କରି ଥିଲେ l ରାଇଘର ଏବଂ ଉମରକୋଟ ଅଞ୍ଚଳ ରୁ  ଦୁଇ ଲୁଟେରା ଙ୍କୁ ଗିରଫ କରିଥିଲେ। ସେମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ଏଥିରେ ସମ୍ପୃକ୍ତି ଥିବା ଅନ୍ୟ ଲୁଟେରାଙ୍କୁ ମଧ୍ୟ ଖୁବ ଶିଘ୍ର ଗିରଫ କରାଯିବ ବୋଳି  ତଦନ୍ତ ଅଧିକାରୀ ଖଗେଶ୍ୱର ଖୋସଲା ପ୍ରକାଶ କରିଛନ୍ତି l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.