ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ମାତ୍ରାଧିକ ଔଷଧ ଖାଇ ସ୍କୁଲ ଛାତ୍ରୀ ଗୁରୁତର, କାରଣ ଅସ୍ପଷ୍ଟ

Published By : Harapriya Sethi | February 12, 2025 12:37 PM

ପାପଡାହାଣ୍ଡି,୧୨/୦୨: ମୋକିଆ ସ୍କୁଲର ନବମ ଶ୍ରେଣୀର ଜଣେ ଛାତ୍ରୀ ମାତ୍ରାଧିକ ଔଷଧ ଖାଇ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ଔଷଧ ସେବନର କାରଣ ଜଣାପଡିନାହିଁ । ନବରଙ୍ଗପୁର ଜିଲ୍ଲା ମୋକିଆ ପଞ୍ଚାୟତ ଡଙ୍ଗରିଗୁଡାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବୁଧବାର ଦିନ ୧୦ଟାରେ ସାଇକେଲ ଧରି ସ୍କୁଲ ବାହାରିବା ସମୟରେ ପରିବାର ଲୋକ ଖାଇବା ନେଇ ଯିବାକୁ କହିଥିଲେ । ଏହି ସମୟରେ ଛାତ୍ରୀଙ୍କ ଦାଦାଙ୍କ ଝିଅ ମାତ୍ରାଧକ ଔଷଧ ସେବନ କରିଥିବା ଦେଖି ସମସ୍ତଙ୍କୁ କହିଥିଲେ । ପରିବାର ଲୋକ ଏହା ଜାଣି ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝିଅକୁ ଭର୍ତ୍ତି କରିଥିଲେ । ତେବେ ଏଭଳି ଭାବରେ ମାତ୍ରଧିକ ଓୌଷଧ ସେବନର ବର୍ତ୍ତମାନ ଅସ୍ପଷ୍ଟ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.