ଚନ୍ଦାହାଣ୍ଡି ,୧୧।୨ (ଆ ପ୍ର )- ଚନ୍ଦାହାଣ୍ଡି କଲ୍ୟାଣ ମଣ୍ଡପ ଠାରେ ବିଜେପିର ସମର୍ପଣ ଦିବସ ତଥା ମହାମାନବ ସ୍ୱର୍ଗତ ଦୀନ ଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସ ପାଳିତ ହୋଇ ଯାଇଛି l ବିଜେପି ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ଭୋଦେବ ବାଘଙ୍କ ନେତୃତ୍ୱରେ ଏହା ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରତାପ ବାଘ ଯୋଗ ଦେଇ ଥିଲେ l ସମ୍ମାନୀତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଗୋବିନ୍ଦ କୁମାର ଜୈନ, ଅକାଳୁ ଜାଳି, ମହେନ୍ଦ୍ର ନାୟକ, ଚନ୍ଦାହାଣ୍ଡି ମଣ୍ଡଳ ସଭାନେତ୍ରୀ ହେମଳତା ବାଗ, ପ୍ରଭାତ ସୁନା, ସମିତି ସଭ୍ୟ ପୌରଷ ମାଝି ତିଳକ ସିଂ ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ l
ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ଭୋଦେବ ବାଗ ଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା l ବୈଠକ ରେ ମୁଖ୍ୟ ଅତିଥି ପ୍ରତାପ ବାଗ ସ୍ବର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ତ୍ୟାଗ, ବଳିଦାନ, କୁ ନେଇ ତାଙ୍କ ସ୍ମୃତି ଚାରଣ କରିଥିଲେ l ତାଙ୍କର ଆଦର୍ଶ ରେ ଅନୁ ପ୍ରାଣିତ ହୋଇ ଜନସାଧାରଣ ଙ୍କ ସେବା କରିବା ସହ l ଦଳୀୟ ସଙ୍ଗଠନ କୁ ଆଗକୁ ବଢ଼ାଇ ନେବା ନିମନ୍ତେ ବରିଷ୍ଠ ନେତା ଗୋବିନ୍ଦ କୁମାର ଜୈନ ଉପସ୍ଥିତ ଦଳୀୟ କର୍ମୀ ଏବଂ କାର୍ଯ୍ୟକର୍ତ୍ତା ଙ୍କୁ ଆହ୍ୱାନ ଦେଇ ଥିଲେ l ଦୀନଦୟାଲଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରିବା ଶକାଶେ ସମସ୍ତ କର୍ମୀ ଏବଂ କାର୍ଯ୍ୟକର୍ତ୍ତା ସାମୁହିକ ଶପଥ ପାଠ କରି ଥିଲେ l ଏହି ଅବସର ରେ ଲକ୍ଷ୍ମଣ ମାଝି, କଣ୍ଠେଶ୍ୱର ନାୟକ, ଗୌରାଙ୍ଗ ମନହିରା, ରୋହିତ ପ୍ରଧାନ ଶୁକ୍ରୁ ନାୟକ, ମଦନା ସୁନା, କୁମାରୀ ପ୍ରଧାନ, ଧନମତୀ ଚଣ୍ଡି, ନୀଳାମ୍ଭର ମାଝି ପ୍ରମୁଖ ଉପସ୍ଥିତ ରହି ଥିଲେ l