ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ, ବିଭିନ୍ନ ଛାତ୍ରଛାତ୍ରୀ ହେଲେ ପୁରସ୍କୃତ

Published By : Bijay Swain | February 7, 2025 7:48 PM

ଚନ୍ଦାହାଣ୍ଡି, ୦୭/୦୨: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ବିଇଓ ଶୁଭେନ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚନ୍ଦାହାଣ୍ଡି ସରପଞ୍ଚ ଗଂଗେଶ୍ୱରୀ ପୂଜାରୀ, ସମିତି ସଭ୍ୟ ପୌରଷ ମାଝୀ, ଏବିଇଓ ପ୍ରେମଚାନ୍ଦ ସିଂ ଧୂରୁଆ, ବିଜୟାନନ୍ଦ ସୋରି ପ୍ରମୁଖ ମଞ୍ଚାସିନ ଥିଲେ। ସିଆରସିସି ରାଜେଶ୍ୱର ଦଣ୍ଡସେନା ମଞ୍ଚ ପରିଚାଳନା କରିଥିଲେ।  

ଅତିଥି ମାନେ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପଢୁଥିବା ପିଲାଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲ କରିବା ଏହି ନିପୁଣ ଓଡିଶାର ମୂଳ ଲକ୍ଷ୍ୟ ବିଷୟରେ କହିଥିଲେ। ପିଲା ଲେଖିବା, ପଢ଼ିବା, ଗଣିତ ଜ୍ଞାନ ହାସଲ କରିବା ଆଦି ଲକ୍ଷ୍ୟ ରହିଛି ବୋଲି କହିଥିଲେ। ବିଶେଷ କରି ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାଙ୍କ ମୂଳଦୁଆ ସୁଦୃଢ଼ ହୋଇପାରିଲେ ସେମାନେ ଆଗକୁ ବଢିବା ସହଜ ହେବା ସହ ବିଭିନ୍ନ କୌଶଳ ହାସଲ କରିବେ ଓ ସେମାନଙ୍କ ବ୍ୟକ୍ତିତ୍ଵ ବିକାଶ ହୋଇ ପାରିବ ବୋଲି କହିଥିଲେ। 

ସାକ୍ଷରତା ,ସଂଖ୍ୟା ଜ୍ଞାନ,ସକ୍ରୀୟାତ୍ମକ କାର୍ଯ୍ୟ ଓ ମତାମତ ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ଶିକ୍ଷକମାନଙ୍କ ଦ୍ୱାରା ଟିଏଲଏମ ପ୍ରଦର୍ଶନୀ ସହ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ଶେଷରେ ଶିକ୍ଷା ଅଧିକାର ଆଇନ ଉପରେ ଶପଥ ପାଠ କରାଯାଇଥିଲା। ଚନ୍ଦାହାଣ୍ଡି କ୍ଲଷ୍ଟରର ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.