ପ୍ରମୂଖ ଖବର
  • ୩୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଆଠଗଡ଼ : ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା: ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ଦେବଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ, ଅଭିଯୁକ୍ତ ଫେରାର୍
  • ||
  • କେନ୍ଦୁଝର : ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ଆସିବ ଚଳିତ ବର୍ଷର ବିଏମ୍‌ସି ବଜେଟ୍, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ହେବ ଆଲୋଚନା
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ଲଢ଼େଇ, ଜିତିଲେ ସେମି ଫାଇନାଲ
  • ||
  • କଟକ : ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ନିର୍ଦ୍ଦେଶ
  • ||
  • ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ରାଜ୍ୟରେ ପାଗ ଏବେ ଶୁଖିଲା: ୩୪ ଡିଗ୍ରୀ ଉପରେ ୬ ସହର ତାପମାତ୍ରା, ୨ ଦିନ ପରେ ୩ ଡିଗ୍ରୀ ବଢ଼ିବ ପାରଦ
  • ||

ସାଂସଦ ବଳଭଦ୍ର ମାଝୀଙ୍କ କୁଶ ପୁତ୍ତଳିକା ଦାହ

Published By : Prameya | February 28, 2025 9:20 PM

ଚନ୍ଦାହାଣ୍ଡି ୨୮/୦୨ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଆମ୍ଭେଦକର ନାଗରିକ ମଞ୍ଚର   ବରିଷ୍ଠ ସଦସ୍ୟ  କ୍ଷେମରାଜ ବାଘ ଏବଂ ପାନାବେଡା ଗଣ୍ଡା ସମାଜର ସଭାପତି  ନରେଶ୍ୱର ବେଶ୍ରାଙ୍କ ନେତୃତ୍ବରେ ଶୁକ୍ରବାର ଦିନ ବିଧାୟକ ପ୍ରତିନିଧି ପ୍ରତାପ ବାଘଙ୍କୁ   ସାଂସଦ ପ୍ରତିନଧି ବସନ୍ତ ମାଝି ଏବଂ ବିଜେପି କର୍ମୀଙ୍କ ଚପଲ ମାଡ଼ ଘଟଣାର ପ୍ରତିବାଦ କରାଯାଇଛି। ନାଗରିକ ମଞ୍ଚ ଏବଂ ଗଣ୍ଡା ସମାଜର ଶତାଧିକ ସଦସ୍ୟ ଚନ୍ଦାହାଣ୍ଡି ସଦର ଦୋକାନ ବଜାର ବନ୍ଦ କରିବା ସହ ଚନ୍ଦାହାଣ୍ଡି ଥାନା ଘେରାଉ କରିଥିଲେ l ଏହା ସହ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝିଙ୍କ କୁଶପୁତୁଳିକା ଦାହ କରିବା ସହ ଉତ୍ୟକ୍ତ ଆନ୍ଦୋଳନକାରୀ ମାନେ ସାଂସଦ ବଳଭଦ୍ର ମାଝି ଏବଂ ସାଂସଦ ପ୍ରତିନଧି ବସନ୍ତ ମାଝିଙ୍କ ଫୋଟୋ ଚିତ୍ରରେ ଚପଲ ମାଡ଼ କରିବା ସହ ସାଂସଦ ପ୍ରତିନିଧି ଏବଂ ଦଳୀୟ କର୍ମୀଙ୍କ ବିରୁଦ୍ଧରେ ବିଧାୟକ ପ୍ରତିନିଧି ପ୍ରତାପ ବାଘ ଏକ ଲିଖିତ ଅଭିଯୋଗ ଦେଇଥିଲେ l 

 ବିଜେପି ଦଳ ମଧ୍ୟରେ ଏବାବଦରେ ଆଲୋଚନା ହେବା ପରେ କେସ ପଞ୍ଜିକୃତ କରାଯିବ ବୋଲି ବିଧାୟକ ପ୍ରତିନିଧି ଥାନା ଅଧିକାରୀଙ୍କୁ କହିଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲର୍ସ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ଏହା ଦଳୀୟ କନ୍ଧଳ ଏହାକୁ ଦଳ ମଧ୍ୟରେ ନିଷ୍ପତି ହେବା ପରେ ଯାହାବି ନିଷ୍ପତି ନେବେ ବୋଲି ବିଧାୟକ ପ୍ରତିନିଧି ପ୍ରତାପ ବାଘ ସୂଚନା ଦେଇଛନ୍ତି l ଏହାକୁ ନେଇ ଗଣ୍ଡା ସମାଜ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । 

ପ୍ରକାଶ ଥାଉକି ଗତ ଗୁରୁବାର ଦିନ ଠିକା କାମକୁ ନେଇ ବ୍ଲକ ସମ୍ମୁଖରେ ବିଧାୟକ ପ୍ରତିନିଧି ପ୍ରତାପ ବାଘଙ୍କୁ ସାଂସଦ ପ୍ରତିନିଧି ବସନ୍ତ ମାଝିଙ୍କ ସମେତ ବିଜେପି ଦଳୀୟ କର୍ମୀ ମାନେ ଆକ୍ରମଣ କରିବା ସହ ଚପଲରେ ପିଟିଥିଲେ l ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପାଇଥିବା ସହ ଏକ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.