ପ୍ରମୂଖ ଖବର
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ, ମେଡିକାଲରେ ୩ ଛୁଆଙ୍କୁ ଛାଡ଼ି ଅଭିଯୁକ୍ତ ଫେରାର୍

Published By : Prameya | February 28, 2025 10:09 AM

ରିଆମାଳ, ୨୮/୦୨ : ସ୍ଵାମୀ ମାଡ଼ରେ ସ୍ତ୍ରୀ ମୃତ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାଡିହ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମେଡିକାଲରେ ୩ ଛୁଆଙ୍କୁ ଛାଡ଼ି ହତ୍ୟାକାରୀ ସ୍ଵାମୀ ଫେରାର୍ ହୋଇଯାଇଛି।

ସୂଚନା ଅନୁସାରେ, ଅରଖପାଳ ଗ୍ରାମର ରମେଶ ମାଝୀଙ୍କ ଝିଅ ଚଞ୍ଚଳା ପ୍ରଧାନ (୨୬ବର୍ଷ) ୮ ବର୍ଷ ପୂର୍ବେ ଝରାଡିହ ଗ୍ରାମର ଜଗ ପ୍ରଧାନଙ୍କ ପୁଅ ବିଭୁତି ଭୂଷଣ ପ୍ରଧାନଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ତିନୋଟି ପୁଅ ଅଛନ୍ତି। ତେବେ ସ୍ୱାମୀ ବିଭୁତି ବହୁ ସମୟରେ ଚଞ୍ଚଳାଙ୍କୁ ମାଡ଼ ମାରୁଥିଲେ। ଗତକାଲି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କାଳିଗୋଳ ହୋଇଥିଲା ଏବଂ ବିଭୁତି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଛତାବର ଡାକ୍ତରଖାନାରେ ଭର୍ତି କରିଥିଲେ। ଡାକ୍ତର ଚଞ୍ଚଳାଙ୍କୁ ମୃତ ଘୋଷଣା କରିବା ପରେ ବିଭୁତି ମୃତ ସ୍ତ୍ରୀଙ୍କ ଶବ ପାଖରେ ତିନି ଛୁଆଙ୍କୁ ଛାଡି ଫେରାର ମାରିଥିଲେ। ପୋଲିସ ଘଟଣା ସମ୍ପର୍କରେ ଜାଣି ଶବ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀକୁ ଖୋଜୁଛି। ବର୍ତ୍ତମାନ ମୃତକଙ୍କ ପାଖରେ ଉଭୟ ପରିବାର ଅଛନ୍ତି।

ଏହି ଖବରଟିକୁ ପଢନ୍ତୁ- ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.