କୋଣାର୍କ, ୨୭/ ୨ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ରାତି ୯ଟା୫୦ରେ କଡ଼ା ସୁରକ୍ଷା ବଳୟରେ କୋଣାର୍କରେ ପହଞ୍ଚିଛନ୍ତି । ଏଠାରେ ପହଂଚିବା ପରେ କୋଣାର୍କ ଯାତ୍ରୀନିବାସ ସମ୍ମୁଖରେ କୋଣାର୍କ ବିଜେପି ମଣ୍ଡଳ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରି କୋଣାର୍କ ବଜାର, ଚନ୍ଦ୍ରଭାଗା ଦେଇ ଇକୋ ରିଟ୍ରିଟରେ ପହଞ୍ଚିଥିଲା । ମନ୍ତ୍ରୀ ଶ୍ରୀନଡ୍ଡା ଇକୋ ରିଟ୍ରିଟରେ ରାତ୍ରୀଯାପନ କରିବେ।
ଶୁକ୍ରବାର ସକାଳ ୯ଟାରେ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପୁରୀ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ନାଥ ତରାଇ,କୋଣାର୍କ ମଣ୍ଡଳ ସଭାପତି ଗୋପିନାଥ ସ୍ବାଇଁ, ବିଜେପି ସଂଗଠକ ରଶ୍ମି ରଞ୍ଜନ ବିଶ୍ବାଳ, ବିଜେପିର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା