ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ମାମଲା , କେନ୍ଦ୍ରକୁ ହାଇକୋର୍ଟଙ୍କ ନୋଟିସ୍‌

Published By : Prameya | February 20, 2025 8:05 PM

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ବୁଧବାର କେନ୍ଦ୍ରକୁ କହିଛନ୍ତି ଯେ, ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଡୁଆଲ ନାଗରିକତ୍ୱ ( ସିଡିଜେନସିପ୍‌)ମାମଲାକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀଙ୍କ ଦ୍ୱାରା କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟକୁ ପଠାଯାଇ ଥିବା ଚିଠିର ଜବାବରେ , ସରକାରଙ୍କ ଦ୍ୱାରା ନିଆଯାଇ ଥିବା ପଦକ୍ଷେପ ବିଷୟରେ କୋର୍ଟଙ୍କୁ ଅବଗତ କରାନ୍ତୁ। 

ଅଗଷ୍ଟ ୨୦୧୯ ରେ ସୁବ୍ରମଣ୍ୟମ୍‌ ସ୍ୱାମୀ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଅଭିଯୋଗ କରିଥିଲେ କି ଗାନ୍ଧୀ ବ୍ରିଟିଶ ସରକାରଙ୍କୁ ‘ସ୍ୱଇଚ୍ଛାରେ ଖୁଲାସା’ କରିଥିଲେ କି ,ସେ ବ୍ରିଟିଶ ଜାତୀୟତାର ନାଗରିକ , ଯାହାକି ବ୍ରିଟିଶ୍‌ ପାସପୋର୍ଟ ରଖିବା ସହ ସମାନ। ବିଜେପି ନେତା ଅଭିଯୋଗ କରିଥିଲେ କି, ଏହିପରି ଗାନ୍ଧୀ  ଭାରତୀୟ ହେବାରେ ବଞ୍ଚିତ ହୋଇଯିବେ କିମ୍ୱା ହେବେ ନାହିଁ , କାରଣ ଏହା ସମ୍ୱିଧାନର ଅନୁଚ୍ଛେଦ ୯ ଓ ଭାରତୀୟ ନାଗରିକତା ଅଧିନିୟମ, ୧୯୫୫ର ଉଲ୍ଲଙ୍ଘନ ଅଟେ। 

ମୁଖ୍ଯ ନ୍ୟାୟାଧିଶ ଡିକେ ଉପାଧ୍ୟାୟ ଓ ନ୍ୟାୟମୂର୍ତ୍ତି ତୁଷାର ରାଓ ଗେଡେଲାଙ୍କ ପୀଠ  ବୁଧବାର ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଚେତନ ଶର୍ମାଙ୍କ ଠାରୁ ନିର୍ଦ୍ଦେଶ ମାଗିବାକୁ କହିଛନ୍ତି , ଯେବେ ସ୍ୱାମୀ କହିଥିଲେ କି ସେ ନିଜର ଅଗଷ୍ଟ ୨୦୧୯ର ଅଭିଯୋଗର ସ୍ଥିତି ବିଷୟରେ ଅପଡେଟ୍‌ ଦାବି କରିବା ପାଇଁ ଅନେକ ରିପ୍ରେଜେଣ୍ଟେସନ ପଠାଇ ଥିଲେ । କେନ୍ଦ୍ର ନା କିଛି ପଦକ୍ଷେପ ନେଇଛି ନା ହିଁ ତାଙ୍କୁ ତାଙ୍କର ଅଭିଯୋଗର ସ୍ଥିତି ବିଷୟରେ ସୂଚିତ କରିଛି। 

ପୀଠ ଏଏସଜିଙ୍କୁ କହିଛନ୍ତି , ପ୍ରାର୍ଥନା ଲମ୍ୱିତ ମାମଲାର ମୂଳ ମାମଲା ଉପରେ ନିଷ୍ପତ୍ତି ନେବା ପାଇଁ ନୁହେଁ। ସେ (ସ୍ୱାମୀ) କେବଳ ନିଜର ପ୍ରତିନିଧିତ୍ୱ(ରିପ୍ରେଜେଣ୍ଟେସନ) ଉପରେ ନିର୍ଦ୍ଦେଶ ମାଗୁଛନ୍ତି। କାର୍ଯ୍ୟବାହୀ (ପ୍ରୋସିଡିଙ୍ଗ)ର ପର୍ଯ୍ୟାୟ , ଚିଠି (ଅଗଷ୍ଟ ୨୦୧୯ ଚିଠି)ର ସମ୍ୱନ୍ଧରେ ନିର୍ଦ୍ଦେଶ ମାଗନ୍ତୁ ଏବଂ ଶୁଣାଣିର ଆଗାମୀ ତାରିଖ ୨୬ ମାର୍ଚ୍ଚ ସ୍ଥିର କରିଛନ୍ତି। 

ଏହି ମାମଲା ସ୍ୱାମୀଙ୍କ ଦ୍ୱାରା ଦାଏର ଆବେଦନରେ ସୃଷ୍ଟି ହୋଇଥିଲା, ଯେଉଁଥିରେ ସେ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ କି, ସେ ଗାନ୍ଧୀଙ୍କ ନାଗରିକତା ରଦ୍ଦ କରିବାକୁ ତାଙ୍କର ଅନୁରୋଧ ଉପରେ ନିଷ୍ପତ୍ତି ନିଅନ୍ତୁ। ପିଟିସନରେ କୁହା ଯାଇଥିଲା କି , ଯଦିଓ ତାଙ୍କର ଚିଠି ପରେ ସରକାର ଗାନ୍ଧୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ତାଙ୍କର ବ୍ରିଟଶ ନାଗରିକତା ବିଷୟରେ ସ୍ପଷ୍ଟୀକରଣ ମାଗି ଥିଲେ, କିନ୍ତୁ ଗାନ୍ଧୀ ଏହାର ଜବାବ ଦେଇ ନାହାନ୍ତି ଏବଂ ଏମିତି କି ସରକାର ମଧ୍ୟ ଏହାପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.