ପ୍ରମୂଖ ଖବର
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଅର୍ଦ୍ଧଶତକ କଲା ପରେ ଭାବୁକ ହେଲେ ହାର୍ଦ୍ଦିକ, କହିଲେ ଏଭଳି କିଛି…

ନୂଆଦିଲ୍ଲୀ, ୨୩/୬ :  ଟି-୨୦ ବିଶ୍ବକପ ୨୦୨୪ରେ ଟିମ୍ ଇଣ୍ଡିଆର ବିଜୟ ରଥ ଆଗେଇ ଚାଲିଛି । ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟରେ ଏବେ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରିନାହିଁ । ସୁପର-୮ର ଦ୍ବିତୀୟ ମ୍ୟାଚରେ ବାଙ୍ଗଲାଦେଶକୁ ହରାଇ ଟିମ୍ ଇଣ୍ଡିଆ ସେମିଫାଇନାଲର ଟିକେଟ କାଟିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ  ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚରେ ସବୁଠାରୁ ଅଧିକ ରନ କରିଥିଲେ । ମ୍ୟାଚ ଜିତିବା ପରେ ହାର୍ଦ୍ଦିକ ନିଜ ବୟାନରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ।

ଟିମ୍ ଇଣ୍ଡିଆକୁ ପ୍ରଥମ ଝଟକା ରୋହିତ ଶର୍ମାଙ୍କ ଓ୍ବିକେଟ ଯିବା ପରେ ଲାଗିଥିଲା । ବିରାଟ କୋହଲୀ ପରେ ଆସି ୨୮ବଲରେ ୩ଛକା ଏବଂ ୧ଚୌକା ଫଳରେ ୩୭ରନର ଏକ ପାଳି ଖେଳିଥିଲେ । ଏହାପରେ ଋଷଭ ପନ୍ତ (୩୬) ଏବଂ ଶିବମ ଦୁବେ(୩୪)ରନର ଏକ କମାଲ୍ ପାଳି ଦେଖିବାକୁ ମିଳିଥିଲା । କିନ୍ତୁ ଏହି ଦୁଇ ଜଣଙ୍କ ଓ୍ବିକେଟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ୨୭ବଲରେ ୩ଛକା ଏବଂ ୪ଚୌକା ସାହାଯ୍ୟରେ ୫୦ରନ୍ କରିଥିଲେ । ଫଳରେ ଭାରତୀୟ ଟିମ୍ ୧୯୬ର ସ୍କୋର ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ୍ ପରେ କହିଥିଲେ କି , ଆମେ ସତରେ ବହୁତ ଭଲ କ୍ରିକେଟ ଖେଳିଛୁ । ସବୁଠାରୁ ବଡ଼ କଥା ହେଲେ ଆମେ ସବୁ ଏକା ସାଥିରେ ମିଶି ନିଜ ଯୋଜନାକୁ ସଫଳ କରିଥିଲୁ । ମୋତେ ଅନୁଭବ ହେଲା କି ବ୍ୟାଟିଂର ହାଓ୍ବା ପ୍ରୟୋଗ କରିବାକୁ ହେବ । ବାରମ୍ବାର ଓ୍ବିକେଟ ଯିବା ଏଭଳି ଜିନିଷ ଯାହାକି ଆମେ ସୁଧାରୀ ପାରିବା ଏବଂ ଭଲ କରିପାରିବା । ଏହା ବ୍ୟତୀତ ଆମେ ଭଲ ପ୍ରଦର୍ଶନ କରିଛୁ । ମୁଁ ଦେଶ ଲାଗି ଖେଳିବା ଲାଗି ଭାଗ୍ୟଶାଳୀ ରହିଛି । ମୋତେ ଏକ ଅଜବ ଆଘାତ ଲାଗିଥିଲା । ମୁଁ ଫେରିବାକୁ ଚାହୁଁଥିଲି କିନ୍ତୁ ଭଗବାନ କିଛି ଭିନ୍ନ ଭାବି କି ରଖିଥିଲେ । ଭାଗ୍ୟ ତାଙ୍କୁ ହିଁ ମିଳିଥାଏ ଯିଏ ବହୁ ପରିଶ୍ରମ କରିଥାଏ ଏବଂ ଏହା ମୋ ସହ ବହୁ ଲମ୍ବା ସମୟ ପର୍ଯ୍ୟନ୍ତ ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.