ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଷାଣ୍ମାସିକ ପ୍ରଶ୍ନପତ୍ର ଲିକ୍ ଘଟଣା, ଜଣେ ଶିକ୍ଷକଙ୍କ ସହ ବନ୍ଧା ହେଲେ ୪ ୟୁଟ୍ୟୁବର

Published By : Prameya | February 16, 2025 11:21 AM

ଭୁବନେଶ୍ୱର, ୧୬।୨: ମାଟ୍ରିକ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଘଟଣା । ଘଟଣାରେ ପରେ କଟକ ସାଇବର ଥାନା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ ଜଣେ ସହକାରୀ ଶିକ୍ଷକ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ବାଲେଶ୍ୱରର ଶିକ୍ଷକ ଫେରାର ଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରାଇରଙ୍ଗପୁରର ଜଣେ ଶିକ୍ଷକଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି । ପ୍ରଶ୍ନ ପତ୍ର ଲିକ୍ ନେଇ ଗତ ନଭେମ୍ବର ୧ ତାରିଖରେ ଓଷ୍ଟା ପକ୍ଷରୁ ଏତଲା କରାଯାଇଥିଲା । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଘଟଣାରେ ଅନ୍ୟ କେହି ସାମିଲ ଥିବା ଏନେଇ ଆହୁରି ତଦନ୍ତ ଜାରି ରଖିଛି ପୋଲିସ । 

ସ୍କୁଲ୍‌ ସ୍ତରରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହେଉଥିବା ପରୀକ୍ଷାର ପ୍ରଶ୍ନପତ୍ରକୁ ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଭିଡିଓ ମାଧ୍ୟମରେ ଛାଡ଼ୁଥିବା ଏକ ବଡ଼ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି କଟକ ସାଇବର ଥାନା । ଏହି ଘଟଣାରେ ୪ ଜଣ ୟୁଟ୍ୟୁବର୍‌ ଓ ସରକାରୀ ସ୍କୁଲ୍‌ର ଜଣେ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି । ପ୍ରଶ୍ନପତ୍ର ଲିକ୍‌ର ଏହି ଖେଳ କରୋନା ପୂର୍ବରୁ ଚାଲିଥିବା ପୁଲିସ କହିଛି । ଏତିକି ନୁହେଁ, ଏହି ପ୍ରଶ୍ନପତ୍ର ବେପାରରେ ଲକ୍ଷଲକ୍ଷ ଟଙ୍କା କାରବାର ମଧ୍ୟ ହୋଇଛି । 

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ‘ସ୍ମାର୍ଟ ଷ୍ଟଡି ଲର୍ଣ୍ଣ’ ନାଁରେ ଚାନେଲ୍‌ ଚଲାଉଥିବା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ୨୬ ବର୍ଷୀୟ ଜ୍ୟୋତିରଞ୍ଜନ ବାରିକ, ‘ଏଜୁକେସ୍‌ନାଲ୍‌ ଜ୍ଞାନ୍‌’ ଚ୍ୟାନେଲ୍‌ କରିଥିବା ବରଗଡ଼ ଅତାବିରାର ୨୪ ବର୍ଷୀୟ ସାହିଲ କୁମାର ମିଶ୍ର, ‘ସ୍ମାର୍ଟ ଓଡ଼ିଆ’ ଚାନେଲ୍‌ ମାଲିକ ବରଗଡ଼ ଜିଲ୍ଲା ଟିଟିଲାଗଡ଼ର ୨୮ ବର୍ଷୀୟ ସୁଶାନ୍ତ କୁମାର ବିଶି ଓ ‘ଭାଇବ୍ରେଟ୍‌ ଏଜୁକେସନ୍‌’ ଚାନେଲ୍‌ ଖୋଲିଥିବା ଗଞ୍ଜାମ ହିଞ୍ଜିଳିକାଟୁର ୧୮ ବର୍ଷୀୟ ସାଇଶଙ୍କର ପାତ୍ର । ସେହିପରି ଗିରଫ ସହକାରୀ ଶିକ୍ଷକ ମୟୂରଭଞ୍ଜ ରାଇରଙ୍ଗପୁରର ଘନଶ୍ୟାମ ବେଉରା । ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଶିକ୍ଷକ ଆଜି ପୁଲିସ ଚଢ଼ାଉ ସମୟରେ ଖସିଯାଇଛି । ଗିରଫ ଅଭିଯୁକ୍ତଙ୍କଠାରୁ ୬ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ଟାବ୍‌ଲେଟ୍‌ (ମିନି କମ୍ପ୍ୟୁଟର) ଜବତ ହୋଇଛି । 

କଟକ ସାଇବର ଥାନା ପୁଲିସର ସୂଚନା ଅନୁସାରେ, ଗତ ନଭେମ୍ବର ୧ ତାରିଖରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍‌ ଟିଚର୍ସ ଆସୋସିଏସ୍‌ ବା ‘ଓଷ୍ଟା’ର ସଂପାଦକ ରଞ୍ଜନ କୁମାର ଦାଶ ଥାନାରେ ଏକ ଏତଲା ଦେଇଥିଲେ । ଗତ ଅକ୍ଟୋବର ୨୮ରୁ ନଭେମ୍ବର ୪ ତାରିଖ ମଧ୍ୟରେ ସ୍କୁଲ୍‌ ସ୍ତରରେ ଅଷ୍ଟମରୁ ଦଶମ ମଧ୍ୟରେ ଚାଲିଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ । ଏପରିକ ପୂର୍ବ ବର୍ଷର ‘ପ୍ରି ବୋର୍ଡ’ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ବିଭିନ୍ନ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମାଧ୍ୟମରେ ଭାଇରାଲ୍‌ କରାଯାଇଥିବା ଅଭିଯୋଗ ହୋଇଥିଲା ।

                                               

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.