ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ସୁପ୍ରିମ କୋର୍ଟର ରାୟ ପ୍ରଦାନ ପରେ ଚେତିଲେ ସରକାର; ନିର୍ଦ୍ଦେଶନାମା ଜାରିକଲା ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟ

Published By : Bijay Swain | February 20, 2025 5:01 PM

Image courtesy: indiantoday

ନୂଆଦୀଲ୍ଲି: ୟୁଟ୍ୟୁବରେ ପ୍ରସାରିତ ହେଉଥିବା ଅଶ୍ଲୀଳ କଣ୍ଟେଣ୍ଟ ଉପରେ ସୁପ୍ରିମ କୋର୍ଟ ରାୟ ପ୍ରଦାନ କରିବା ପରେ ସରକାରଙ୍କ ଚେତା ପଶିଛି। ଏନେଇ ସରକାର ଗୁରୁବାର ବିଭିନ୍ନ ଓଟିଟି ପ୍ଲାଟଫର୍ମ ସହ ୟୁଟ୍ୟୁବକୁ ଭାରତରେ ଥିବା ନିୟମ କାନୁନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଷ୍ଟାଣ୍ଡଅପ କମେଡିଆନ ସମୟ ରାଇନାଙ୍କ ବନ୍ଦ ହୋଇଯାଇଥିବା କମେଡି ଶୋ ‘ଇଣ୍ଡିଆ ଗଟ ଲାଟେଣ୍ଡ’ରେ ବିବାଦୀୟ ବୟାନ ଆସିବା ପରେ ଏହାକୁ ନେଇ ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଥିଲେ। 

ଗୁରୁବାର ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଯେଉଁଥିରେ କଣ୍ଟେଣ୍ଟ ନିର୍ମାତା ଓ ଓଟିଟି ପ୍ଲାଟଫର୍ମ ଗୁଡିକର ସେଲ୍ଫ ରୋଗୁଲାଟୋରି ସଂସ୍ଥା ଗୁଡିକୁ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୨୧ ସହ ସହ ଭାରତରେ ଥିବା ନିୟମ କାନୁନକୁ ମାନି କଣ୍ଟେଣ୍ଟ ନିର୍ମାଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ସୂଚନା ଓ ପ୍ରସାରଣ ବିଭାଗର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ପ୍ରଦାନ କରିଛନ୍ତି। 

“ସାମାଜିକ ଗଣମାଧ୍ୟମ ସହ ବିଭିନ୍ନ ପ୍ଲାଟଫର୍ମରେ ଅଶ୍ଲିଳ ବିଷୟବସ୍ତୁ ଯୁକ୍ତ କଣ୍ଟେଣ୍ଟ ପ୍ରସାରିତ ହେଉଛି। ଏନେଇ ସଂସଦର ମାନ୍ୟବର ସଦସ୍ୟ, ଅନେକ ସଂଗଠନ ସହ ଜନସାଧାରଣଙ୍କ ନିକଟରୁ ମନ୍ତ୍ରଣାଳୟ ପାଖକୁ ଅନେକ ଅଭିଯୋଗ ଆସିଛି।” ଏଣୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁଥିରେ ଓଟିଟି ପ୍ଲାଟଫର୍ମ ଗୁଡିକୁ କାନୁନ ମାନିବା ସହ ନିୟମ ବାହାରେ କୌଣସି ଭିଡିଓ ପ୍ରସିତ କରିବାକୁ ବାରଣ କରାଯାଇଛି ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।  

ସୂଚନା ମୁତାବକ, କମେଡିଆନ ସମୟ ରାଇନାଙ୍କ କମେଡି ଶୋ ‘ଇଣ୍ଡିଆ ଗଟ ଲାଟେଣ୍ଡ’ରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଯୋଗ ଦେଇ ଜଣେ ପ୍ରତିଯୋଗୀଙ୍କୁ ତାଙ୍କ ବାପାମାଙ୍କୁ ନେଇ ଅଶ୍ଳିଳ କମେଣ୍ଟ ପ୍ରଦାନ କରିଥିଲେ। ଏନେି ତାଙ୍କ ଉପରେ ଏକାଧିକ ମାମଲା ରୁଜୁ ହୋଇଥିଲା। ତେବେ ଗତ ମଙ୍ଗଳବାର ସୁପ୍ରିମକୋର୍ଟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ଯାଚିକା ଉପରେ ରାୟ ପ୍ରଦାନ କରିଥିଲେ। ଏହି ରାୟରେ ସୁପ୍ରିମକୋର୍ଟ ବର୍ତ୍ତମାନ କିଛି କରିବାର ଆବଶ୍ୟକତା ରହିଛି। ୟୁଟ୍ୟୁବର୍ସ ମାନେ ନିୟମର ଅଭାବରେ ଏହାର ଖରାପ ବ୍ୟବହାର କରୁଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ। 

ସୁପ୍ରିମକୋର୍ଟ ଏହି ରାୟ ପ୍ରଦାନ କରିବାର ଦୁଇଦିନ ପରେ ସୂଚନା ଓ ପ୍ରସାରଣ ବିଭାଗ ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.