ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ମହାନଦୀ ଗର୍ଭରେ ଆଉ ଦେଖାଯାଉନି ଗୋପୀନାଥ ମନ୍ଦିର, ବାଲିରେ ପୋତି ହୋଇଯାଇଥିବା ସନ୍ଦେହ

ନୟାଗଡ଼,୧୬/୦୬: ନୟାଗଡ଼  ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ  ନିକଟ ମହାନଦୀର ଅତଳ ଗର୍ଭରେ ବୁଡ଼ି  ରହିଥିବା ଗୋପୀନାଥ ମନ୍ଦିର ଚଳିତ  ବର୍ଷ ଆଉ ଦେଖାଯାଉନାହିଁ । ପ୍ରତ୍ୟେକ  ବର୍ଷ ଫେବ୍ରୁଆରୀ ମାସ ପରଠାରୁ  ମହାନଦୀର ଜଳସ୍ତର କମିଯାଇଥାଏ ଏବଂ  ଗୋପୀନାଥ ମନ୍ଦିରର ଦଧିନଉତି ଦୃଶ୍ୟମାନ  ହୋଇଥାଏ । ଚଳିତ ବର୍ଷ ମହାନଦୀରେ  ଜଳ ସ୍ତର ବିଗତ ବର୍ଷମାନଙ୍କ ଅପେକ୍ଷା  ଅଧିକ ହ୍ରାସ ପାଇଥିଲେ ମଧ୍ୟ ମନ୍ଦିରଟି ଆଉ  ଦୃଶ୍ୟମାନ ହୋଇନାହିଁ । ମନ୍ଦିରଟି ବାଲିରେ  ପୋତି ହୋଇଯାଇଥିବା ସ୍ଥାନୀୟ ଲୋକେ  ସନ୍ଦେହ କରିଛନ୍ତି । ଫଳରେ ଚଳିତ ବର୍ଷ  ମନ୍ଦିର ଆଉ ଦେଖାଯାଉନି ବୋଲି କହିଛନ୍ତି ।  

ଏହି ମନ୍ଦିର ମହାନଦୀ ଗର୍ଭକୁ  କେମିତି ଆସିଲା ତାହାକୁ ନେଇ  ସାଧାରଣରେ ବେଶ ଚର୍ଚ୍ଚା ହେଉଛି ।  ପଦ୍ମାବତୀ ଗ୍ରାମବାସୀଙ୍କ ସୂଚନା ଅନୁସାରେ  ପ୍ରାଚୀନ କାଳରୁ ମହାନଦୀ କୂଳରେ  ବୋରେଇ ନାମକ ଏକ ସମୃଦ୍ଧ ଗ୍ରାମ ଥିଲା ।  ଗୋପୀନାଥ ମନ୍ଦିରଟି ପଞ୍ଚଦଶରୁ ଷୋଡ଼ଶ  ଶତାଦ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା  ଅନୁମାନ କରାଯାଉଛି। ଏହି ମନ୍ଦିରରେ  ବୋରେଇ ଗ୍ରାମବାସୀ ଗୋପୀନାଥ  ଦେବଙ୍କ ପୂଜାର୍ଚ୍ଚନା କରୁଥିଲେ ।  ୧୯୩୩ ମସିହାରେ ମହାନଦୀରେ  ଏକ ବଡ଼ ଧରଣର ବନ୍ୟା ଆସିବାରୁ  ମହାନଦୀ କୂଳ ଲଙ୍ଘନ କରିଥିବା ବେଳେ ବୋରେଇ ଗ୍ରାମକୁ ଭସାଇ ନେଇଥିଲ ।  

ବୋରେଇ ଗ୍ରାମର ଲୋକମାନେ  ଘରଦ୍ୱାର ଛାଡ଼ି ଅନ୍ୟତ୍ର ପଳାଇ  ଯାଇଥିଲେ । ଯାହାକି ବର୍ତ୍ତମାନର ପଦ୍ମାବତୀ,  ଯଶୋବନ୍ତପୁର, ଟିକିରିପଡ଼ା ଶାସନ,  ରଗଡ଼ିପଡ଼ା, ସୁନାତଇଲା ପ୍ରଭୃତି ଗ୍ରାମ ସୃଷ୍ଟି  ହୋଇଛି । କେତେକ ପରିବାର ଖୋର୍ଦ୍ଧା ଜିଲ୍ଲା  ବୋଲଗଡ଼ ଅଞ୍ଚଳକୁ ମଧ୍ୟ ଚାଲିଯାଇଥିବା  କୁହାଯାଉଛି । ଲୋକମାନେ ସିନା ଚାଲିଗଲେ  ହେଲେ ଗୋପୀନାଥ ମନ୍ଦରଟି ମହାନଦୀର  ଅତଳ ଜଳରାଶିରେ ବୁଡ଼ି ରହିଲା । ୧୫  ବର୍ଷ ତଳେ ମହାନଦୀର ପାଣି କମି  ଯାଇଥିବାରୁ ମନ୍ଦିରର ଦଧିନଉତି ଦେଖା  ଦେଇଥିଲା । 

ସେହିଭଳି ୨୦୨୦ ମସିହାରେ  ମନ୍ଦିରଟି ପୁଣି ମହାନଦୀ ଗର୍ଭରେ ଦୃଶ୍ୟମାନ  ହୋଇଥିଲା । ଉକ୍ତ ମନ୍ଦିର ଦେଖିବାକୁ  ବିଭିନ୍ନ ଅଞ୍ଚଳର ଲୋକେ ଆସିଥିଲେ ।  ପ୍ରସିଦ୍ଧ ସ୍କୁବା ଡାଇଭର ସବୀର ବକ୍ସ ମଧ୍ୟ  ପାଣିରେ ବୁଡ଼ି ମନ୍ଦିର ସମ୍ପର୍କରେ ଅନୁଧ୍ୟାନ  କରିଥିଲେ । ଗତବର୍ଷ ପର୍ଯ୍ୟନ୍ତ ମନ୍ଦିରଟି  ପାଣି ଭିତରେ ଦେଖାଯାଇଥିଲା । ତେବେ  ଚଳିତ ବର୍ଷ ମନ୍ଦିର ଆଉ ଦେଖାଯାଇନାହିଁ ।  ଏବେ ମହାନଦୀରେ ଜଳସ୍ତର ସମ୍ପୂର୍ଣ୍ଣ କମି  ଯାଇଥିବା ବେଳେ ମନ୍ଦିରଟି ଦୃଶ୍ୟମାନ ହେଉନାହିଁ । ଫଳରେ ମନ୍ଦିରଟି ବାଲି  ଭିତରେ ପୋତି ହୋଇଯାଇଥିବା ଅନୁମାନ  କରାଯାଉଛି । ଏହାର ଅନୁସନ୍ଧାନ କରାଗଲେ  ମନ୍ଦିର କେଉଁଠାରେ ଅଛି ଜଣାପଡ଼ନ୍ତା  ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.