ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ପ୍ରେମିକ ଗିରଫ

Published By : Prameya | April 20, 2025 9:25 PM

ମାଲକାନଗିରି, ୨୦/୪ (ଆପ୍ର ) : ପ୍ରଥମେ ପ୍ରେମ, ପରେ ପ୍ରତାରଣା ଓ ଶେଷରେ ହତ୍ୟା । ଏପରି ଘଟଣାର ପର୍ଦ୍ଦାଫାସ କରି ପ୍ରେମିକକୁ ଗିରଫ କରିବାରେ ସଫଳ ହୋଇଛି ମାଲକାନଗିରି ପୁଲିସ।  ଗିରଫ ପ୍ରେମିକ ଜଣକ ହେଉଛନ୍ତି ସୁକୁମା ଜିଲ୍ଲା ସିନ୍ଧିଗଡ଼ ଥାନା ପାଣ୍ଡୁମ ଗାଁର ରମେଶ ନାଗ। ମାଲକାନଗିରି ଥାନା ଅନ୍ତର୍ଗତ ଚାଲାଣଗୁଡା ପଞ୍ଚାୟତ ରେଙ୍ଗାବନ୍ଧ ଗ୍ରାମ ନିକଟ ସୁନାଟାଙ୍ଗ ଜଙ୍ଗଲରୁ ଗତ ୧୨ ତାରିଖରେ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା। ସୀମାନ୍ତ ଛତିଶଗଡ଼ ପଡୋଶୀ ସୁକୁମା ଜିଲ୍ଲାରେ ଜଣେ ଯୁବତୀ ନିଖୋଜ ସମ୍ପର୍କ ରେ ଏତଲା କୁ ଭିତ୍ତି କରି ମାଲକାନଗିରି ପୁଲିସ ଏହି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି। 

ପୁଲିସ ସୂଚନା ଅନୁଯାଇ  ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ସିନ୍ଧିଗଡ଼ ଥାନା ପାଣ୍ଡୁମ ଗାଁର  ଉମେଶ ନାଗ (୨୦) ସୁକୁମା କଲେଜରେ ପାଠ ପଢେ । ସେ ସୁକୁମା ଥାନା ସ୍ଥ ମୂର୍ତଣ୍ଡା  ଗାଁର ସ୍ୱର୍ଗତ ପଦିଆ ନାଗଙ୍କ ଝିଅ ମଙ୍ଗଳ ଦେଇ ନାଗ (୨୫) ଙ୍କୁ ଗତ   ଏକ ବର୍ଷ ହେଲା ଭଲ ପାଇ ଆସୁଥିଲା। ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା।  ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ଏହା ଜାଣିବା ପରେ ଯୁବକ ଜଣକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ  ଯୁବତୀଙ୍କୁ ଆଣି ପରୀକ୍ଷା କରିବା ସହ ଗର୍ଭ ନଷ୍ଟ ପାଇଁ କହିଥିଲେ । ଯୁବତୀ ଜଣଙ୍କ ଗର୍ଭନଷ୍ଟ ନକରି ବାହା ହେବାକୁ ଜିଦ ଧରିବସିଥିଲେ। ହସ୍ପିଟାଲ ପକ୍ଷରୁ ମଧ୍ୟ ଗର୍ଭ ନଷ୍ଟ ହୋଇପାରିବ ନାହିଁ ବୋଲି ମନା କରିଦେଇଥିଲେ।ପରେ ଯୁବକ ଜଣକ ଉକ୍ତ ଯୁବତୀଙ୍କୁ ସୁକୁମାକୁ ଫେରିଯିବା ପାଇଁ କହିଥିଲା।  ସୁକୁମା ସୀମାନ୍ତ ମାଲକାନଗିରି ଜିଲ୍ଲା ଚାଲାଣ ଗୁଡା ପଞ୍ଚାୟତ ରେଗାବନ୍ଧ ଗାଁ ନିକଟ ସୁନାଟାଙ୍ଗ ଜଙ୍ଗଲ ଭିତରକୁ ନେଇ ପଥରରେ ଛେଚି ହତ୍ୟା କରିବା ସହ ରେଙ୍ଗାବନ୍ଧ ଜଙ୍ଗଲରେ ଫିଙ୍ଗିଦେଇଥିଲେ । ମାଲକାନଗିରି ଥାନା ଅନ୍ତର୍ଗତ ଚାଲାଣଗୁଡା ପଞ୍ଚାୟତ ରେଙ୍ଗାବନ୍ଧ ଗ୍ରାମ ନିକଟ ସୁନାଟାଙ୍ଗ ଜଙ୍ଗଲରୁ ଗତ ୧୨ ତାରିଖରେ ଜଣେ ଯୁବତୀଙ୍କ ଅଚିହ୍ନା ମୃତଦେହ ଉଦ୍ଧାର କରିଥିଲା। ମାଲକାନଗିରି ଥାନା ଅଧୂକାରୀ ରିଗାନ କିଣ୍ଡୋଙ୍କ ତତ୍ତ୍ୱାବଧାନରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରୁ କିଛି ପୋଷାକ, ଚପଲ ଜବତ ହୋଇଥିବା ବେଳେ ମର ଶରୀରଟି ପଚି ନଷ୍ଟ ହୋଇଯାଇଥିବାରୁ ପରିଚୟ ଚିହ୍ନଟ ହୋଇପାରିନଥିଲା ।  ସୀମାନ୍ତ ଛତିଶଗଡ଼ ପଡୋଶୀ ସୁକୁମା ଜିଲ୍ଲା ରେ ଜଣେ ଯୁବତୀ ନିଖୋଜ ସମ୍ପର୍କ ରେ ଏତଲା କୁ ଭିତ୍ତି କରି ମାଲକାନଗିରି ପୁଲିସ ହତ୍ୟା ଘଟଣା ର ପର୍ଦାଫାସ କରିଛି। ମାଲକାନଗିରି ପୁଲିସ ଟିମ ଛତିଶଗଡ଼ ସୁକୁମା ଜିଲ୍ଲା କୁ ଯାଇ ବିଭିନ୍ନ ସ୍ଥାନ ଚଢ଼ାଉ କରି ଅଭିଯୁକ୍ତ ଯୁବକ ଉମେଶ ନାଗ କୁ ଗିରଫ କରି ଥିଲେ। ମାଲକାନଗିରି ଏସପି ବିନୋଦ ପାଟିଲ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।  ଏହି ସମ୍ମିଳନୀରେ ମାଲକାନଗିରି ଏସଡିପିଓ ସଚିନ ପାଟିଲ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ସହ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଅଭିଯୁକ୍ତ ଯୁବକ ଉମେଶ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.