ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଗୁଡିଆ ସାହିରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଟାଙ୍କି ଫାଟି ପରିବାରର ୩ ସଦସ୍ୟ ଗୁରୁତର

Published By : Harapriya Sethi | February 20, 2025 10:54 AM

ଭୁବନେଶ୍ୱର,୨୦/୦୨: ରୋଷେଇ କରିବା ବେଳେ ଫାଟିଲା ଗ୍ୟାସ୍‌ ଟାଙ୍କି । ଜଳି ପାଉଁଶ ହୋଇଗଲା ଦୁଇ ବଖରା ଘର । ଦୁର୍ଘଟଣାରେ ବାପା, ମାଆ ଏବଂ ପୁଅ ଗୁରୁତର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ ଉଚ୍ଚପଦା ସ୍ଥିତ ଗୁଡିଆ ସାହିରେ ଏହି ଅଗ୍ନିକାଣ୍ଡ ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ବୃନ୍ଦାବନ ସାହୁଙ୍କ ଘରେ ରୋଷେଇ ବେଳେ ପ୍ରଥମେ ଗ୍ୟାସ୍‌ ଲିକ୍‌ ହୋଇଥିଲା । କେହି କିଛି ଭାବିବା ପୂର୍ବରୁ ଗ୍ୟାସ୍‌ ଟାଙ୍କିଟି ଫାଟି ଯାଇଥିଲା । ଗ୍ୟାସ୍‌ ଟାଙ୍କିଟି ଫାଟିବା କାରଣରୁ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ଘର ଭିତରେ ଥିବା ବୃନ୍ଦାବନ ସାହୁ ତାଙ୍କ ସ୍ତ୍ରୀ ବାସନ୍ତୀ ଓ ପୁଅ ଦୀପକ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଉଭୟ ପହଞ୍ଚିଥିଲେ । ସେଠାରେ ପହଞ୍ଚି ବାପା, ମାଆ ଏବଂ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀର ଟିମ୍‌ । ସମସ୍ତଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.