ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପୁରୀ ପାଲଟିଛି ନିଶା କାରବାରର ପେଣ୍ଠସ୍ଥଳୀ, କୋଡ ୱାର୍ଡରେ ମିଳୁଛି ଗଞ୍ଜେଇ: ସୁଖିଲା ଭୋଗ’ କହିଲେ ଦୋକାନୀ ବଢ଼ାଇ ଦେଉଛନ୍ତି ସିଗାରେଟ୍

ପୁରୀ,୦୧/୦୯: ନିଶା  କାରବାରର ପେଣ୍ଠସ୍ଥଳୀ ପାଲଟିଛି ପୁରୀ । ସାହି ଗଳିଠାରୁ ଆରମ୍ଭ କରି ପାନ ଦୋନ  ପର୍ଯ୍ୟନ୍ତ ସବୁଠି ସହଜରେ ମିଳୁଛି  ଗଞ୍ଜେଇ ଭର୍ତ୍ତି ସିଗାରେଟ୍‌ । ‘ଗୋଗୋ’  ଆଉ ‘ରିଜିଲା’ ନାମରେ ଏହି ସିଗାରେଟ୍‌  କାରବାର ଚାଲିଥିବାବେଳେ କୋର୍ଡ ୱାର୍ଡ ‘ସୁଖିଲା ଭୋଗ’ କହିଲେ ଦୋକାନୀ  ବଢ଼ାଇ ଦେଉଛି । ବିଶେଷ କରି ଯୁବପିଢ଼ି  ଏହି ଦୁଇ ସିଗାରେଟ୍‌ ନିଶା କବଳରେ ପଡ଼ିଛନ୍ତି । ସିଟି ରୋଡ଼ ଏହାର ଏନ୍ତୁଡ଼ି  ଶାଳ ପାଲଟିଥିବାବେଳେ ଅବକାରୀ  ବିଭାଗ କିମ୍ବା ପୁଲିସ ଏ ସମ୍ପର୍କରେ କିଛି  ଜାଣି ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ନିଶା ବ୍ୟବସାୟୀମାନେ ବିଭିନ୍ନ  ବ୍ରାଣ୍ଡ୍‌ର ସିଗାରେଟ୍‌ରୁ ପତି ବାହାର କରି  ସେଥିରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି  କରୁଥିଲେ । ଏହାକୁ ବଜାରରେ ‘ବାଜା’  ସିଗାରେଟ୍‌ ନାମରେ ସଭିଏଁ ଚିହ୍ନୁଥିଲେ ।  ଏଭଳି କିଛିଦିନ ଚାଲିବା ପରେ ଏବେ  ଗୋଗୋ ଏବଂ ରିଜିଲା ନାମରେ ମିଳୁଛି  ଗଞ୍ଜେଇ ଭର୍ତ୍ତି ସିଗାରେଟ୍‌ । ବିଦେଶୀ  ପର୍ଯ୍ୟଟକମାନେ ପୁରୀ ବୁଲିବାକୁ ଆସି  ଏହି ଗୋଗୋ ଓ ରିଜିଲାର ପ୍ରଚଳନ  ଆରମ୍ଭ କରିଥିବା ଜଣାପଡ଼ିଛି । ବିଦେଶୀ  ପର୍ଯ୍ୟଟକମାନେ ସିଟି ରୋଡ଼ ତଥା ସମୁଦ୍ର  କୂଳ ଅଞ୍ଚଳରେ ରହୁଥିବାବେଳେ ଏହି  ସ୍ଥାନରୁ ହିଁ କାରବାର ଆରମ୍ଭ ହୋଇଥିଲା ।  ସିଟି ରୋଡ଼ ଅଞ୍ଚଳର କିଛି ନିଶା ବ୍ୟବସାୟୀ  ଏହି କାରବାର ଆରମ୍ଭ କରିଥିଲେ । ଆସ୍ତେ  ଆସ୍ତେ ସାରା ସହରରେ ଏବେ ଏହି  ସିଗାରେଟ୍‌ କାରବାର କାୟା ବିସ୍ତାର କରିବା  ପରେ ଗ୍ରାମାଞ୍ଚଳ ସହ ପୁରୀ-ଭୁବନେଶ୍ୱର,  ପୁରୀ-କୋଣାର୍କ, ପୁରୀ-ବ୍ରହ୍ମଗିରି ରାସ୍ତା  ପାଶ୍ୱର୍ ବହୁ ସଂଖ୍ୟକ ପାନ ଦୋକାନରେ ଏହି  ନିଶା ବିକ୍ରି କରାଯାଉଥିବା ନଜରକୁ ଆସିଛି । 

ସିଗାରେଟ୍‌ ପାଇଁ ସ୍ୱତନ୍ତ୍ର ଭାବେ  ମିଳୁଥିବା ପେପର୍‌ର ନାଁ ହେଉଛି ଗୋଗୋ  ଓ ରିଜିଲା । ମାର୍କେଟ୍‌ରେ ୧୦ ଟଙ୍କାରେ ୩ଟି  ପିସ୍‌ ମିଳୁଛି । ବେପାରୀ ଏହି ପେପର କିଣି  ଫିଲଟର୍‌ ଓ ରୋଲର୍‌ ପ୍ରସ୍ତୁତ କରି ଗୋଟାକୁ  ୫ ଓ ୧୦ ଟଙ୍କାରେ ବିକ୍ରି କରୁଛନ୍ତି । ଏହି  ପେପର କେଉଁଠାରୁ ଆସୁଛି ଓ କିଏ  ଆଣି ବେପାର କରୁଛି ତାହାର କୌଣସି  ତଥ୍ୟ ଅବକାରୀ ବିଭାଗ ଓ ପୁଲିସ  ପାଖରେ ନାହିଁ । ଏହାକୁ କିଣି ନିଶା ବେପାରୀମାନେ ସେଥିରେ ଗଞ୍ଜେଇ ଭର୍ତ୍ତି  କରି ଛୋଟ ଓ ବଡ଼ ଭାବେ ୨ ପ୍ରକାରର  ସିଗରାରେଟ୍‌ ପ୍ରସ୍ତୁତ କରୁଛନ୍ତି । ଛୋଟ  ସିଗାରେଟ୍‌ ଗୋଟାକୁ ୧୫ରୁ ୨୦ ଟଙ୍କା ଓ  ବଡ଼ ସିଗାରେଟ୍‌କୁ ୩୦ରୁ ୪୦ ଟଙ୍କାରେ  ବିକ୍ରି କରୁଛନ୍ତି ବେପାରୀ । ଏଥିପାଇଁ ସିଟି  ରୋଡ୍‌ର କିଛି ବେପାରୀ ସ୍ୱତନ୍ତ୍ର ଭାବେ  ଗଞ୍ଜେଇ ପ୍ରସ୍ତୁତ କରୁଥିବା ଅଭିଯୋଗ  ହୋଇଛି । ଗଞ୍ଜେଇ ସହ କିଛି ରାସାୟନିକ  ମିଶାଇ କଞ୍ଚାମାଲ୍‌ ପ୍ରସ୍ତୁତ କରିବା ପରେ  ଏହାକୁ ଛୋଟ ବେପାରୀଙ୍କୁ ଯୋଗାଇ  ଦିଆଯାଉଛି । ଅତି ସହଜରେ ମାର୍କେଟ୍‌ରେ  ଏହି ପେପର ମିଳି ଯାଉଛି । ତେଣୁ ଘରେ  ବସି ସେଥିରେ ଗଞ୍ଜେଇ ସିଗାରେଟ୍‌ ତିଆରି  କରିବା ପରେ ନିଶା ବେପାରୀମାନେ  ବିଭିନ୍ନ ଦୋକାନରେ ପହଞ୍ଚାଇ କାରବାର କରୁଛନ୍ତି । ଏପରିକି ଛକ ବଜାରରେ ଛିଡ଼ା  ହୋଇ ମଧ୍ୟ ଅନେକ ଏହି ସିଗାରେଟ୍‌  ବିକି ପେଟ ପୋଷୁଥିବା ଦେଖାଯାଇଛି । 

ବିଭିନ୍ନ କଲେଜ ନିକଟରେ  ଏହି କାରବାର ଖୁଲମ୍‌ଖୁଲ୍ଲା ଚାଲିଛି ।  ପୁରୀର ଏସ୍‌ସିଏସ୍‌ କଲେଜ୍‌ ଛକ ଓ  ଦତ୍ତତୋଟାରେ କିଛି ବେପାରୀ ବାଇକରେ  ବସି କାରବାର କରୁଥିବା ଅଭିଯୋଗ  ହୋଇଛି । ବ୍ୟାଗ୍‌ ଓ ଗାଡ଼ି ଡିକିରେ ଆଣି  ବିକ୍ରି କରାଯାଉଥିବାବେଳେ ପକେଟ୍‌ରେ ପୁରାଇ ନେବାକୁ ସହଜ ହେଉଥିବାରୁ  ଏହି କାରବାରରେ ବେପାରୀ ଓ ନିଶାଖୋର  ସଫଳ ହେଉଥିବା କୁହାଯାଉଛି ।  ବଡ଼ଦାଣ୍ଡ ଓ ସମୁଦ୍ର କୂଳ ଅଞ୍ଚଳରେ ଏହି  କାରବାର ଏବେ ଅବାଧରେ ଚାଲିଛି । 

ସହରରେ ଦିନକୁ ପ୍ରାୟ ୨୦  ହଜାରରୁ ଅଧିକ ଗଞ୍ଜେଇ ଭର୍ତ୍ତି ସିଗାରେଟ୍‌  ବିକ୍ରି ହେଉଥିବା ଏକ ବେସରକାରୀ  ସୂତ୍ରରୁ ଖବର ମିଳିଛି । ଏଥିପାଇଁ  ପ୍ରଚୁର ପରିମାଣର ଗଞ୍ଜେଇ ଆବଶ୍ୟକ  ହେଉଥିବାବେଳେ ତାହା ଚୋରାରେ  ବାହାର ବେପାରୀମାନେ ଯୋଗାଇ  ଦେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।  ହେଲେ ଏଥିପ୍ରତି ପ୍ରଶାସନର ନଜର  ରହୁନି । ଦେଶୀମଦ, କଫ୍‌ସିରପ୍‌,  ବ୍ରାଉନ୍‌ସୁଗର୍‌ କାରବାର ଉପରେ ପୁଲିସ  ଓ ଅବକାରୀ ବିଭାଗ ରୋକ୍‌ ଲଗାଉଥିବା  ଡିଣ୍ଡିମ ପିଟୁଛି । ହେଲେ ଅନ୍ୟପଟେ  ଅବାଧରେ ଗଞ୍ଜେଇ କାରବାର ଜାରି  ରହିଛି । ନା କୌଣସି ଦୋକାନ ଉପରେ  ଚଢ଼ଉ ହେଉଛି ନା ଏହି କାରବାର  କରୁଥିବା ବେପାରୀମାନଙ୍କୁ ଧରାଯାଉଛି ।  ଏନେଇ ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର  ସାହୁ କହିଛନ୍ତି ଯେ, ଏହା ଏକ ନୂଆ  କାରବାର । ଏଥିପ୍ରତି ଧ୍ୟାନ ଦିଆଯାଇ  ରୋକ୍‌ ଲଗାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.