ପ୍ରମୂଖ ଖବର
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ନାତି ପ୍ରଜ୍ବଳଙ୍କୁ ଦେବେଗୌଡ଼ାଙ୍କ ଚେତାବନୀ; ‘ଭାରତ ଆସି ଆତ୍ମସମର୍ପଣ କର, ନଚେତ ମୋ ରାଗ ଦେଖିବ’

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ନିଜର ନାତି ଏବଂ ଜେଡିଏସ୍‌ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଛନ୍ତି । ଯୌନ କେଳେଙ୍କାରୀ ମାମଲାର ଅଭିଯୁକ୍ତ ପ୍ରଜ୍ବଳ ବିଦେଶ ଚାଲିଯାଇଛନ୍ତି। ତାଙ୍କୁ ବାନ୍ଧିବା ଲାଗି ସରକାରଙ୍କ ଅନୁମତି କ୍ରମେ କର୍ଣ୍ଣାଟକ ପୋଲିସ ଗିରଫ ପରଓ୍ବାନା ଜାରି କରିଛି । ଆଉ ଏବେ ଦେବେଗୌଡ଼ା ତାଙ୍କ ନାତିଙ୍କୁ ଫେରିଆସି ଆତ୍ମସମର୍ପଣ କରିବାକୁ କହିଛନ୍ତି । ଏହା ପୂର୍ବରୁ ପ୍ରଜ୍ବଳ ରେବାନ୍ନାଙ୍କ ଦାଦା ଏଚଡି କୁମାରସ୍ବାମୀ ମଧ୍ୟ ତାଙ୍କୁ ଫେରିଆସିବାକୁ କହିଥିଲେ । 

 ସେପଟେ ଯଦି ନାତିଙ୍କ ବିରୋଧରେ ଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ତାଙ୍କୁ ଉପଯୁକ୍ତ ଶାସ୍ତି ଦେବେ ବୋଲି ଏଚଡି ଦେବେଗୌଡ଼ା କହିଛନ୍ତି ।  ଦୁଇ ପୃଷ୍ଠାର ଚେତାବନୀ ପତ୍ର ଜାରି କରିଛନ୍ତି ଦେବେଗୌଡ଼ା । ଆଉ ଏହାର ଶୀର୍ଷକ ରହିଛି ‘ମାଇଁ ଓାର୍ଣ୍ଣିଂ ଟୁ ପ୍ରଜ୍ବଳ ରେବାନ୍ନା’ । ୯୧ ବର୍ଷୀୟ ରାଜନେତା ଦେବେଗୌଡ଼ା ଲେଖିଛନ୍ତି ଯେ, ମୋ ନାତି ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା କେତେ ମୁଁ ଜାଣିନାହିଁ । ଲୋକେ ମୋ ପରିବାର ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଉଛନ୍ତି । ଏଥିପାଇଁ ମୁଁ କାହା ଉପରେ କ୍ଷୋଭ ପ୍ରକାଶ କରୁନାହିଁ । ମୁଁ କାହା ସହ ବିତର୍କ କରିବାକୁ ଚାହୁଁନାହିଁ ।  ସତ୍ୟ ଉଜାଗର ହେବା ପର୍ଯ୍ୟନ୍ତ ମୁଁ କୌଣସି ଅପମାନର ଜବାବ ଦେବି ନାହିଁ ବୋଲି ସେ ଏହି ପତ୍ରରେ ଲେଖିଛନ୍ତି । 

 ଏହା ସହ ସେ ଆହୁରି ଲେଖିଛନ୍ତି ଯେ, ‘ମୁଁ ତାକୁ (ପ୍ରଜ୍ବଳ) ରକ୍ଷା କରିବାକୁ ଚାହୁଁନାହିଁ । ସେ ବିଦେଶ ଯାଇଛି ବୋଲି ମୁଁ ଜାଣିନାହିଁ କିନ୍ତୁ ଏକଥା କାହାକୁ ମୁଁ ବୁଝାଇପାରିବି ନାହିଁ । ପ୍ରଜ୍ବଳର କାର୍ଯ୍ୟକଳାପ ସଂପର୍କରେ ମୋତେ ଜଣାନାହିଁ, ଏକଥା କାହାକୁ କହିବାର ଆବଶ୍ୟକତା ନାହିଁ । ମୁଁ ଭଗବାନଙ୍କୁ ବିଶ୍ବାସ କରେ । ଭଗବାନ ହିଁ ସତ କଣ ଜାଣିଛନ୍ତି । ମୁଁ ଏତିକି କରିପାରିବି ପ୍ରଜ୍ବଳଙ୍କୁ ଫେରିଆସି ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇପାରିବି ।’ 

 ଏହା ସହ ଯଦି ପ୍ରଜ୍ବଳ ଜେଜେବାପାଙ୍କ କଥା ନଶୁଣେ ତେବେ ପରିବାର ଏବଂ ତାଙ୍କ କ୍ରୋଧର ଶିକାର ହେବେ ବୋଲି ଦେବେଗୌଡ଼ା ଲେଖିଛନ୍ତି । ଆଇନ ଶୃଙ୍ଖଳା ତାଙ୍କ ବିରୋଧରେ ଥିବା ଅଭିଯୋଗର ସତ୍ୟାସତ୍ୟ ଖୋଜିବ । କିନ୍ତୁ ପରିବାର କଥା ନଶୁଣିଲେ ପ୍ରଜ୍ବଳଙ୍କୁ ପରିବାରଠୁ ଦୂରରେ ରହିବାକୁ ପଡ଼ିବ ବୋଲି ଦେବେଗୌଡ଼ା ଚେତାବନୀ ଦେଇଛନ୍ତି । ଏହା ସହ ସେ ଲେଖିଛନ୍ତି,  ଯଦି ମୋ ପାଇଁ ତାଙ୍କ ମନରେ ସମ୍ମାନ ବାକି ରହିଥିବ ତେବେ ସେ ଜଳଦି ଫେରିଆସିବେ ।

 

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.