ପ୍ରମୂଖ ଖବର
  • ଭଦ୍ରକ : ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ୭ ଗୁରୁତର
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ, ଲୋକାର୍ପଣ କରିବେ ୪ ହଜାର କୋଟିର ପ୍ରକଳ୍ପ
  • ||
  • ସିଲଭର୍ ସିଟିରେ ଡବଲ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ କଟାସ, ଜୁବୁଲା ଆହତ, ବରିଷ୍ଠ ପୁଲିସ ଅଧିକାରୀଙ୍କ ପଚରାଉଚରା
  • ||
  • ଗୁରୁବାର ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା,୯ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ନେଇ ଆଲର୍ଟ
  • ||

କ୍ରିକେଟ୍‌ ଗ୍ରାଉଣ୍ଡ ପରେ ରାଜନୀତି ମୈଦାନ: ବିଜେପିରେ ସାମିଲ ହେଲେ କେଦାର ଯାଦବ

Published By : Tapas Panda | April 8, 2025 5:22 PM

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର କେଦାର ଯାଦବ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାୱନକୁଲେ ଏବଂ ଅଶୋକ ଚୌହାନଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି କେଦାର ଯାଦବ ।  ପୁଣେରେ ଜନ୍ମଗ୍ରହଣ କରିବା କେଦାର ଯାଦବ ରାଜନୀତି ମୈଦାନକୁ ଓହ୍ଲାଇବା ପୂର୍ବରୁ କ୍ରିକେଟ ପଡ଼ିଆରେ ନିଜ ଦମ ଦେଖାଇଥିଲେ ।   

ସେ ଭାରତ ୭୩ଟି ଦିନିକିଆ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୪୨.୦୯ ହାରରେ ୧୩୮୯ ରନ କରିଥିଲେ। ଟି-୨୦ରେ ସେ ୯ଟି ମ୍ୟାଚ୍ ଖେଳି ୧୨୨ ରନ୍ କରିଥିଲେ। ତାଙ୍କୁ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା । ସେ ଦିନିକିଆରେ ୨୭ ୱିକେଟ୍ ନେଇଥିଲେ । ଇଣ୍ଡିଆନ ପ୍ରିମିୟର ଲିଗ୍‌ ବା ଆଇପିଏଲ୍‌ରେ ମଧ୍ୟ ସେ ଖେଳିଛନ୍ତି । କିନ୍ତୁ ଆଇପିଏଲ୍‌ରେ ସେ ଭଲ ପ୍ରଦର୍ଶନ କରିପାରି ନଥିଲେ  ।  ସେ IPLରେ ପାଞ୍ଚଟି ଦଳ ପାଇଁ ଖେଳିଥିଲେ। ସେ ୯୫ଟି ମ୍ୟାଚ୍ ଖେଳି ୧୨୦୮ ରନ୍ କରିଥିଲେ। 

୨୦୧୬ରୁ ୧୭ ଆରସିବି ଦଳରେ ସାମିଲ ଥିଲେ । ୨୦୧୮ରୁ ୨୦୨୦ ଚେନ୍ନାଇ ପାଇଁ ଖେଳିଥିଲେ । ଏହାପରେ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିବାର ସୁଯୋଗ ପାଇଥିଲେ କେଦାର ଯାଦବ ୧୬ ନଭେମ୍ବର ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ। ସେ ୮ ଫେବୃଆରୀ ୨୦୨୦ରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ପ୍ରଥମ ଟି-୨୦ ମ୍ୟାଚ୍ ଜୁଲାଇ ୨୦୧୫ରେ ଖେଳିଥିଲେ ଏବଂ ଶେଷ ମ୍ୟାଚ୍ ଅକ୍ଟୋବର ୨୦୧୭ରେ ଖେଳିଥିଲେ କେଦାର ଯାଦବ । କ୍ରିକେଟ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିବା କେଦାର ଯାଦବ ରାଜନୀତି ମୈଦାନରେ କଣ କରିବେ ତା ଉପରେ ଏବେ ସମସ୍ତଙ୍କ ନଜର ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.