ପ୍ରମୂଖ ଖବର
  • ବଲାଙ୍ଗୀର : ଜଙ୍ଗଲରୁ ୨ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଗଜପତି : ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ
  • ||
  • ଢେଙ୍କାନାଳ : କଷ୍ଟ ସହି ନପାରି ରେଲ୍‌ ୱେ ଟ୍ରାକ୍‌ରେ ଜୀବନ ହାରିଲେ ପୂଜକ, ଉଦ୍ଧାର ହେଲା ମୃତଦେହ
  • ||
  • ଢେଙ୍କାନାଳ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୯ଟି ସ୍ଥାନରେ ଚଢାଉ
  • ||
  • ବରଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ଜଣେ ଗୁରୁତର
  • ||
  • ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ଭୁବନେଶ୍ୱର : ଟ୍ରାକ୍ଟରକୁ ପିଟିଲା ଟ୍ରାଭେଲର୍, ୨ ଆହତ
  • ||

ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କୁ ନେଇ ଆସିଲା ବଡ଼ ଖବର, MCA ନେଲା ଏହି ନିଷ୍ପତ୍ତି

Published By : Ankita S | April 16, 2025 8:40 AM

ନୂଆଦିଲ୍ଲୀ,୧୬ /୦୪: ହିଟ୍‌ମ୍ୟାନଙ୍କୁ ସମ୍ମାନ । ୱାଙ୍ଖଡ଼େ ଷ୍ଟାଡିୟମ୍‌ର ରୋହିତ ଶର୍ମାଙ୍କର ଷ୍ଟାଣ୍ଡର ନାମକରଣ ହେବ । ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ଭାବେ ୨ଟି ଆଇସିସି ଟ୍ରଫି ଜିତିଥିବା ମୁମ୍ବାଇ କ୍ରିକେଟ୍‌ ଖେଳାଳି ରୋହିତ ଶର୍ମାଙ୍କୁ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଏହି ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯିବ ।

ରୋହିତଙ୍କ ନାମରେ ୱାଙ୍ଖଡ଼େ ଷ୍ଟାଡିୟମ୍‌ର ଏକ ଷ୍ଟାଣ୍ଡର ନାମକରଣ କରାଯିବ ବୋଲି ମଙ୍ଗଳବାର ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକ ଅବସରରେ ଘୋଷଣା କରାଯାଇଛି । ରୋହିତଙ୍କ ବ୍ୟତୀତ ମୁମ୍ବାଇ କ୍ରିକେଟ୍‌ ସହ ଜଡ଼ିତ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ମଧ୍ୟ କିଛି ଷ୍ଟାଣ୍ଡର ନାମକରଣ କରାଯିବ । ଦିଭେଚା ପାଭିଲିୟନ (ଲେଭଲ-୩)ର ନାମ ପରିବର୍ତ୍ତନ କରାଯାଇ ରୋହିତ ଶର୍ମା ଷ୍ଟାଣ୍ଡ ରଖାଯିବ । ସେହିପରି ଗ୍ରାଣ୍ଡ ଷ୍ଟାଣ୍ଡ (ଲେଭଲ-୩)ର ନାମ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ତଥା ଶରଦ ପାୱାର ଷ୍ଟାଣ୍ଡ ଓ ଲେଭଲ-୪ର ନାମ ପୂର୍ବ ଭାରତୀୟ ଅଧିନାୟକ ଅଜିତ ୱାଦେକର ଷ୍ଟାଣ୍ଡ ରଖାଯିବ ।

ଅଧିକ ପଢନ୍ତୁ...ମୀରାବାଈ ଚାନୁଙ୍କୁ ଗୁରୁ ଦାୟିତ୍ୱ, ଭାରଉତ୍ତୋଳନ ସଂଘର ଅଧ୍ୟକ୍ଷା ହେଲେ

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି-ଟ୍ୱେଣ୍ଟି ଚାମ୍ପିଅନ ହୋଇଥିଲା । ୨୦୨୫ ଚମ୍ପିଆନ୍ସ ଟ୍ରଫି ମଧ୍ୟ ରୋହିତଙ୍କ ଅଧିନାୟକତ୍ୱରେ ଜିତିଥିଲା ଟିମ୍‌ ଇଣ୍ଡିଆ । ତାଙ୍କୁ ସମ୍ମାନ ଦେବାକୁ ଏମସିଏ ରୋହିତଙ୍କ ନାମରେ ଷ୍ଟାଣ୍ଟ କରିବାକୁ ନିଷ୍ପତ୍ତି ନେଇଛି । ପୂର୍ବରୁ ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ନାମରେ ମଧ୍ୟ ୱାଙ୍ଖଡ଼େରେ ଷ୍ଟାଣ୍ଡ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.