ପ୍ରମୂଖ ଖବର
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଆଇସିସି ବୈଠକରେ ପହଞ୍ଚିଲେନି ପିସିବି ଚେୟାରମ୍ୟାନ୍, ଜାଣନ୍ତୁ ପୂରା ଘଟଣା

Published By : Prameya | April 15, 2025 6:51 PM

ମୁମ୍ବାଇ,୧୫/୪ :   ଆଇସିସି ପକ୍ଷରୁ ନିକଟରେ ଜିମ୍ବାଓ୍ବେର ହରାରେରେ ଏକ ବୈଠକ ରଖାଯାଇଥିଲା । ଚାମ୍ପିୟନ୍ସ ଟ୍ରଫି ୨୦୨୫ପରେ ଏହା ପ୍ରଥମ ବୈଠକ ଥିଲା । ଆଇସିସିର ଏହି କ୍ବାର୍ଟରଲୀ ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡ଼ର ଚେୟାରମ୍ୟାନ ମୋହସିନ ନକଓ୍ବି ପହଞ୍ଚିନାହାନ୍ତି । ଏକ ରିପୋର୍ଟ ଅନୁସାରେ ନକଓ୍ବିଙ୍କ ତରଫରୁ କୁହାଯାଇଛି କି ସେ ବ୍ୟକ୍ତିଗତ କାମରେ ଥିଲେ । ଏହି କାରଣରୁ ବୈଠକରେ ସାମିଲ ହୋଇପାରିନାହାନ୍ତି ।

ପ୍ରକାଶ ଯେ, ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ପରେ ପିସିବିର କୌଣସି ବି ଅଧିକାରୀ ଟ୍ରଫି ଦେବା ଲାଗି ଷ୍ଟେଜରେ ନ ଥିଲେ । ଫାଇନାଲ ମ୍ୟାଚ୍ ଭାରତ ଜିତିଥିଲା। ଟିମ୍ ଇଣ୍ଡିଆ କାରଣରୁ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ଼ ମଡେଲରେ ହୋଇଥିଲା । ପ୍ରକାଶ ଯେ, ଦୁବାଇରେ ପାକିସ୍ତାନ ବୋର୍ଡ଼ର କୌଣସି ଅଧିକାରୀ ନ ଥିଲେ । ଫାଇନାଲ୍ ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଥିଲା। ଏକ ଖବର ଅନୁସାରେ ପିସିବି ଏହାର କାରଣ ବି ପଚାରିଥିଲା । କିନ୍ତୁ ଆଇସିସି କୌଣସି ଜବାବ ଦେଇନଥିଲା ।

ଆଇସିସିର ବୈଠକ‌ରେ ପାକିସ୍ତାନ ତରଫରୁ ସୁମ୍ୟାର ଅହମଦ ସାମିଲ ହୋଇଥିଲେ । ସେ ପାକିସ୍ତାନ କ୍ରିକେଟ ବୋର୍ଡ଼ର ବରିଷ୍ଠ ଅଧିକାରୀ ଅଟନ୍ତି। ସୁମ୍ୟାର ଚାମ୍ପିୟନ୍ସ ଟ୍ରଫି ସମୟରେ ବି ଦୁବାଇରେ ହିଁ ଥିଲେ । ମାତ୍ର ପିସିବିର ଚେୟାରମ୍ୟାନ ନକଓ୍ବିଙ୍କ ବୈଠକରେ ସାମିଲ ନ ହେବା ତାଙ୍କର ନିରାଶ ହେବାକୁ ଇଶାରା କରୁଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.