ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ୍ ଆଇପିଏଲ ଇତିହାସର ସବୁଠୁ ଛୋଟ ସ୍କୋରକୁ ଡିଫେଣ୍ଡ କରିନେଇଛି। ଦଳ ମଙ୍ଗଳବାର ଦିନ ମୁଲ୍ଲାନପୁରସ୍ଥିତ ମହାରାଜା ୟାଦବେନ୍ଦ୍ର ସିଂହ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସଙ୍କୁ ୧୧୨ ରନର ଟାର୍ଗେଟ ଦେଇଥିଲା। କିନ୍ତୁ କୋଲକାତା ଏହି ରନକୁ ଚେଜ୍ ନକରିପାରି ଲଜ୍ଜାଜନକ ପରାଜୟ ବରଣ କରିଛି। କୋଲକାତା ମୋଟ୍ ୯୫ ରନ କରି ଅଲଆଉଟ ହୋଇଯାଇଥିଲା।
ପଞ୍ଜାବ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ ୱିକେଟ ନେଇ ମ୍ୟାଚକୁ ପଲଟେଇ ଦେଇଥିଲେ। ମାର୍କୋ ଜନସାନ ମଧ୍ୟ ୩ଟି ୱିକେଟ ହାସଲ କରିଛନ୍ତି। ପ୍ରଭସୀମରନ ସିଂହ ୩୦ ରନ ବନାଇତିବା ବେଳେ ପ୍ରିୟାଂଶ ଆର୍ଯ୍ୟା ୨୨ ରନ ବନାଇ ଥିଲେ। ସେହିଭଲି କୋଲକାତା ପକ୍ଷରୁ ହର୍ଷିତ ରାଣା ୩ଟି ୱିକେଟ ହାସଲ କରିଥିଲେ। ସେହିଭଳି ବରୁଣ ଚକ୍ରବର୍ତ୍ତି ଓ ସୁନୀଲ ନରେନହ୍କୁ ମଧ୍ୟ ୨-୨ଟି ୱିକେଟ ହାସଲ ହୋଇଥିଲା।