ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ବିସିସିଆଇର ବଡ଼ ଆକ୍ସନ, ଟିମ୍ ଇଣ୍ଡିଆର ୩ ସପୋର୍ଟ ଷ୍ଟାଫ୍ ହେଲେ ବିଦା : ଗମ୍ଭୀରଙ୍କ ଥିଲେ ଘନିଷ୍ଠ

Published By : Prameya | April 17, 2025 3:39 PM

ନୂଆଦିଲ୍ଲୀ,୧୭।୪: ବର୍ଡର ଗାଭାସ୍କର ଟ୍ରଫିରେ ଭାରତର ଥିଲା ନୈରାଶ୍ୟଜନକ ପ୍ରଦର୍ଶନ। ଅଷ୍ଟେ୍ରଲିଆଠାରୁ ଲଜ୍ଜାଜନକ ପରାଜୟ ପରେ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡର ବଡ଼ ଆକ୍ସନ। ଟିମ୍ ସର୍ପୋଟ ଷ୍ଟାଫ୍‌ଙ୍କ ଉପରେ ପଡିଲା ଚଡକ। ଜ‌ଣେ ନୁହେଁ, ଏକାଥରକେ ତିନି ଜଣଙ୍କୁ କଲ ବିଦା। ଏହି ସମସ୍ତେ ହେଡ୍‌ କୋଚ୍ ଗୌତମ୍ ଗମ୍ଭୀରଙ୍କ ଥିଲେ ଖୁବ୍ ଘନିଷ୍ଠ।

ଆଇପିଏଲ ଚାଲିଥିବା ବେଳେ ବିସିସିଆଇର ବଡ଼ ଆକ୍ସନ। ଟିମ୍ ଇଣ୍ଡିଆର ହେଡ୍‌ କୋଚ୍‌ ଗୌତମ ଗମ୍ଭୀରଙ୍କ ୩ ସପୋର୍ଟ ଷ୍ଟାଫ୍‌ ହୋଇଛନ୍ତି ବିଦା। ଏହି କାର୍ଯ୍ୟାନୁଷ୍ଠାନ ଅଷ୍ଟେ୍ରଲିଆ ବିପକ୍ଷ ଟେଷ୍ଟ ସିରିଜରେ ଲଜ୍ଜାଜନକ ପରାଜୟ ଏବଂ ଡ୍ରେସିଂ ରୁମ୍‌ର କଥା ବାହାରେ ଲିକ୍ ହେବାପରେ ନିଆଯାଇଛି। ଗମ୍ଭୀରଙ୍କୁ ନିଜ ପସନ୍ଦର ଲୋକଙ୍କୁ ସପୋର୍ଟ ଷ୍ଟାଫ୍ ରଖିବାର କ୍ଷମତା ଦିଆଯାଇଥିଲା। ବରଖାସ୍ତ ଏହି ୩ ସପୋର୍ଟ ଷ୍ଟାଫ୍ ଗମ୍ଭୀରଙ୍କ ଖୁବ୍ ଘନିଷ୍ଠ ଥିଲେ। 

ବିସିସିଆଇ ଆସିଷ୍ଟାଣ୍ଟ କୋଚ୍ ଅଭିଷେକ ନାୟରଙ୍କୁ ବାହାର କରିଛି। ସେ ୮ ମାସ ପୂର୍ବରୁ ଟିମ୍ ଇଣ୍ଡିଆର କୋଚିଂ ଡିପାର୍ଟମେଣ୍ଟ ଜଏନ୍ କରିଥିଲେ। ଏହାଛଡା ଫିଲ୍ଡିଂ କୋଚ୍ ଟି.ଦିଲ୍ଲୀପ ଓ ଟ୍ରେନ୍‌ର ସୋହମ ଦେସାଇଙ୍କ ମଧ୍ୟ ହୋଇଛି ଛୁଟି। ଦୁହେଁ ଗତ ୩ ବର୍ଷ ହେବ ଟିମ୍ ଇଣ୍ଡିଆରେ କାମ କରୁଥିଲେ। ଅଭିଷେକଙ୍କୁ ଗମ୍ଭୀରଙ୍କ ଖୁବ୍ ଘନିଷ୍ଠ ବୋଲି କୁହାଯାଏ।  ଦୁହେଁ କୋଲକାତା ନାଇଟ୍ ରାଇଡର୍ସରେ ଏକାଠି କାମ କରିସାରିଛନ୍ତି। ଏବେ ତାଙ୍କ ସ୍ଥାନରେ ଖୁବ୍ ଶୀଘ୍ର ନୂତନ ନିଯୁକ୍ତି କରାଯାଇପାରେ। କାରଣ ଆଗକୁ ଜୁନ୍ ୨୦ ରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ତା ପୂର୍ବରୁ ଖାଲି ଥିବା ପଦ ଗୁଡିକୁ ପୂରଣ କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.