ମୁମ୍ବାଇ, ୧୭/୪ : ଆଇପିଏଲ୍ ୨୦୨୫ରେ ଯେଉଁଠାରେ ଗୋଟିଏ ପଟେ ୧୦ଟିମ୍ ଟ୍ରଫି ଲାଗି ଲଢେଇ କରୁଛନ୍ତି, ଅନ୍ୟପଟେ କିଛି ଖେଳାଳୀଙ୍କ ମଧ୍ୟରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍ ଜିତିବାକୁ ନେଇ ଲଢେଇ ଚାଲୁଛି । ବିଶେଷ କଥା ଏହା କି ଆଇପିଏଲ୍ ୨୦୨୫ରେ ଅରେଞ୍ଜ କ୍ୟାପ୍ ଏବଂ ପର୍ପଲ କ୍ୟାପ୍ ଜିତିବାର ଦାବିଦାରରେ କେତେକ ଭାରତୀୟ ସାମିଲ୍ ଅଛନ୍ତି । ସୂଚନା ମୁତାବକ ଆଇପିଏଲରେ ପ୍ରତ୍ୟେକ ବର୍ଷ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ବୋଲରଙ୍କୁ ପର୍ପଲ କ୍ୟାପ୍ ମିଳିଥାଏ । ସେହିଭଳି ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟରଙ୍କୁ ଅରେଞ୍ଜ କ୍ୟାପ୍ ମିଳିଥାଏ । କ୍ୟାପ୍ ବ୍ୟତୀତ ଏହି ଖେଳାଳୀଙ୍କୁ ପ୍ରାଇଜ୍ ମନି ବି ଦିଆଯାଇଥାଏ ।
ଆଇପିଏଲ୍ ୨୦୨୫ରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ରନ୍ ଲକ୍ଷ୍ନୌ ସୁପର ଜାୟଣ୍ଟ୍ସର ବିସ୍ଫୋରକ ବ୍ୟାଟର ନିକୋଲସ ପୁରନ କରିଛନ୍ତି । ପୁରନଙ୍କ ନାଁରେ ୭ମ୍ୟାଚରେ ୫୯.୫୦ର ବ୍ୟାଟିଂ ଆଭରେଜ ଏବଂ ୨୦୮.୭୭ର ଷ୍ଟ୍ରାଇକ୍ ରେଟରେ ୩୫୭ରନ୍ ଅଛି । ଦ୍ବିତୀୟ ନମ୍ବରରେ ଗୁଜୁରାଟ ଟାଇଟନ୍ସର ସାଇ ସୁଦର୍ଶନ ଅଛନ୍ତି । ତାଙ୍କା ନାଁରେ ୩୨୯ରନ୍ ଅଛି । ତୃତୀୟ ନମ୍ବରରେ ଲକ୍ଷ୍ନୌର ମିଶେଲ ମାର୍ଶ ଅଛନ୍ତି । ମାର୍ଶ ୬ମ୍ୟାଚରେ ୨୯୫ରନ୍ କରିଛନ୍ତି। ଏହି ଲିଷ୍ଟରେ ଚତୁର୍ଥ ନମ୍ବରରେ ଶ୍ରେୟସ ଅୟର ଏବଂ ୫ମ ନମ୍ବରରେ ବିରାଟ କୋହଲୀ ଅଛନ୍ତି ।
ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଅୟରଙ୍କ ନାଁରେ ୬ମ୍ୟାଚରେ ୬୨.୫୦ ପ୍ରତିଶତ ଏବଂ ୨୦୪.୯୨ର ଷ୍ଟ୍ରାଇକ୍ ରେଟରେ ୨୫୦ରନ୍ ଅଛି । ସେହିଭଳି ଆରସିବିର ଷ୍ଟାର୍ ବ୍ୟାଟର ବିରାଟ କୋହଲୀଙ୍କ ନାଁରେ ୨୪୮ରନ୍ ଅଛି । ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟରଙ୍କ ମଧ୍ୟରେ ଟପ୍ ୫ରେ ଏବେ ୩ଜଣ ଭାରତୀୟ ଅଛନ୍ତି ।
ପର୍ପଲ କ୍ୟାପ୍ ରେସ୍ ଅଧିକ ରୋଚକ ହୋଇଥାଏ । ଯଦି ଆମେ ଦେଖିବା ତେବେ ସବୁଠାରୁ ଅଧିକ ଓ୍ବିକେଟ ଚେନ୍ନାଇ ସୁପର କିଙ୍ଗ୍ସର ନୁର ଅହମଦଙ୍କ ନାଁରେ ଅଛି । ସେ ୧୨ଓ୍ବିକେଟ ନେଇ ସାରିଛନ୍ତି । ଏହାପରେ ଆଗାମୀ ୯ନାଁ ଭାରତୀୟ ବୋଲରଙ୍କର ରହିଛି । କୂଲଦୀପ ଯାଦବ, ଖଲୀଲ ଅହମଦ ଏବଂ ଶାର୍ଦୁଳ ଠାକୁରଙ୍କ ୧୧-୧୧ଓ୍ବିକେଟ ରହିଛି । ୫ନମ୍ବରରେ ବଋଣ ଚକ୍ରବର୍ତ୍ତି ଅଛନ୍ତି । ତାଙ୍କ ନାଁରେ ୧୦ଓ୍ବିକେଟ ରହିଛି । ମାତ୍ର ପ୍ରସିଦ୍ଧ କୃଷ୍ଣା, ସାଇ କିଶୋର, ମୋହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା ଏବଂ ମିଚେଲ ଷ୍ଟାର୍କଙ୍କ ନାଁରେ ବି ୧୦-୧୦ ଓ୍ବିକେଟ ରହିଛି ।