ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

IPL 2025; ଆଜି ପଞ୍ଜାବ କିଙ୍ଗ୍‌ସ-ନାଇଟ ରାଇଡର୍ସ ମୁକାବିଲା, କୋଲକାତା ପଲ୍ଲା ଭାରି

Published By : Prameya | April 15, 2025 10:05 AM

ମୁଲନପୁର,୧୫/୦୪: ଚଳିତ ଆଇପିଏଲ୍‌ର ୩୧ତମ ଲିଗ୍‌ ମୁକାବିଲାରେ ଆଜି ପଞ୍ଜାବ କିଙ୍ଗ୍‌ସ ଘରୋଇ ଗ୍ରାଉଣ୍ଡ୍‌ରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ଉଭୟ ବିଜୟ ସହ ପଏଣ୍ଟ ବୃଦ୍ଧି କରି ତାଲିକାର ପ୍ରଥମ ୪ ମଧ୍ୟରେ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଫଳରେ ଆଜି ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ । ଇତି ମଧ୍ୟରେ ନାଇଟ୍‌ ରାଇଡର୍ସ ୬ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ସହ ମୋଟ୍‌ ୬ ପଏଣ୍ଟ ହାସଲ କରିଛି । ପଞ୍ଜାବ କିଙ୍ଗ୍‌ସ ୫ଟି ମ୍ୟାଚ୍‌ ଖେଳି ୬ ପଏଣ୍ଟ ଅର୍ଜନ କରି ସାରିଛି । ପଏଣ୍ଟ ତାଲିକାରେ ନାଇଟ୍‌ ରାଇଡର୍ସ ପଞ୍ଚମ ଓ ପଞ୍ଜାବ କିଙ୍ଗ୍‌ସ ଷଷ୍ଠ ସ୍ଥାନରେ ରହିଛନ୍ତି । ଏହି ମ୍ୟାଚ୍‌ ଅପେକ୍ଷା ସମଗ୍ର କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିବ ଶ୍ରେୟାସ ଆୟରଙ୍କ ଉପରେ । ଆୟର ଗତ ବର୍ଷ ନାଇଟ୍‌ ରାଇଡର୍ସର ନେତୃତ୍ୱ ନେଇଥିଲେ । ତାଙ୍କ ଅଧିନରେ ଦଳ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା । ମାତ୍ର ସବୁ ପ୍ରଶଂସା ନେଇଥିଲେ ମୁଖ୍ୟ କୋଚ ଗୌତମ ଗମ୍ଭୀର । 

ଏଥର ମେଗା ନିଲାମ ପୂର୍ବରୁ ନାଇଟ ରାଇଡର୍ସ ଆୟରଙ୍କୁ ରିଟେନ କରିନଥିଲା । ଏଥର ସେ ପଞ୍ଜାବ କିଙ୍ଗ୍‌ସର ନେତୃତ୍ୱ ନେଉଛନ୍ତି ଓ ଚମତ୍କାର ଫର୍ମରେ ରହିଛନ୍ତି । ୨୦୦ରୁ ଊଦ୍ଧ୍ୱର୍ ଷ୍ଟ୍ରାଇକ ରେଟ୍‌ରେ ସେ ରନ୍‌ ସଂଗ୍ରହ କରୁଛନ୍ତି । ପୂର୍ବ ରେକର୍ଡକୁ ଦେଖିଲେ ଆଜି ନାଇଟ୍‌ ରାଇଡର୍ସର ପଲା ଭାରି ରହିବ । ଉଭୟ ଦଳ ଗତ ୧୭ ବର୍ଷ ମଧ୍ୟରେ ପରସ୍ପରକୁ ୩୩ଥର ଭେଟିଛନ୍ତି । ଏଥିରୁ ନାଇଟ ରାଇଡର୍ସ ୨୧ଟି ମ୍ୟାଚ୍‌ ଜିତିଛି । ପଞ୍ଜାବ କିଙ୍ଗ୍‌ସ ଜିତିଛି ୧୨ଟି ମ୍ୟାଚ୍‌ । କିନ୍ତୁ ଚଳିତ ବର୍ଷର ପ୍ରଦର୍ଶନ, ଘରୋଇ ଗ୍ରାଉଣ୍ଡ୍‌ ଓ ସମର୍ଥନ ପଞ୍ଜାବ କିଙ୍ଗ୍‌ସକୁ ବିଜୟ ଦାବିଦାର କରିଛି । ଗତ ସିଜନରେ ଉଭୟ ଦଳ ଥରେ ମାତ୍ର ସାମ୍ନାସାମ୍ନି ହୋଇଥିଲେ ଓ ପଞ୍ଜାବ କିଙ୍ଗ୍‌ସ ଉକ୍ତ ମ୍ୟାଚ୍‌ ଜିତିଥିଲା । ପଞ୍ଜାବ କିଙ୍ଗ୍‌ସ ପ୍ରଦର୍ଶନରେ ସେଭଳି କୌଣସି ତ୍ରୁଟି ଦେଖିବାକୁ ମିଳିନାହିଁ । କେବଳ ୟୁଝବେନ୍ଦ୍ର ଚହଲ ପୂର୍ବ ଭଳି ୱିକେଟ୍‌ ନେବାରେ ବିଫଳ ହୋଇଛନ୍ତି । ପୂର୍ବରୁ ସେ ବ୍ୟାଟରଙ୍କୁ ଆକ୍ରମଣ ପାଇଁ ଆମନ୍ତ୍ରଣ କରି ସଫଳ ହେଉଥିଲେ । ମାତ୍ର ଏଥର ସେ ମାପ ଚୁପ ବୋଲିଂ କରି ରନ୍‌ ଗତିରେ ଅଂକୁଶ ଲଗାଇବାକୁ ପ୍ରୟାସ କରୁଛନ୍ତି । ତାଙ୍କର ଏହି ନୂଆ ରଣନୀତି ବିଫଳ ହୋଇଛି । ବିଳମ୍ବରେ ହେଉ ପଛେ ନାଇଟ୍‌ ରାଇଡର୍ସ ଲୟକୁ ଫେରିଛି । ଅଧିକାଂଶ ବ୍ୟାଟର ଫର୍ମ ଫେରି ପାଇଛନ୍ତି । 

କେବଳ ରଣନୀତିରେ କିଛି ବିଫଳତା ଦେଖିବାକୁ ମିଳିଛି । ଆଜି ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ଗତ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରୁଥିବା ସମୟରେ ଲୋକି ଫର୍ଗୁସନ ବାମ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେ ଆଜି ନଖେଳିଲେ ତାଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ଅଜମତୁଲ୍ଲା ଓମାରଜାଇ କିମ୍ବା ଜାଭିୟର ବାର୍ଟଲେଟଙ୍କ ମଧ୍ୟରୁ ଜଣେ ଖେଳିବା ସମ୍ଭାବନା ରହିଛି । ମୁଲନପୁର ସ୍ଥିତି ପିସିଏ ଗ୍ରାଉଣ୍ଡର ପିଚ୍‌ ସ୍ପିନରଙ୍କୁ ସହାୟତା କରୁଛି । ପ୍ରଥମାର୍ଦ୍ଧରେ ବ୍ୟାଟିଂ ସହଜ ହେଉଛି । ଇତି ମଧ୍ୟରେ ଏହି ଗ୍ରାଉଣ୍ଡ୍‌ରେ ୨ଟି ମ୍ୟାଚ୍‌ ଖେଳାଯାଇଛି ଓ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟ ହାସଲ କରିଛନ୍ତି । ତେଣୁ ଆଜି ଟସ୍‌ ସେଭଳି ଗୁରୁତ୍ୱ ରଖିବ ନାହିଁ ।

ସମ୍ଭାବ୍ୟ ଦ୍ୱାଦଶ

ପଞ୍ଜାବ କିଙ୍ଗ୍‌ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, ଶ୍ରେୟାସ ଆୟର (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ଗ୍ଲେନ ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟଇନିସ୍‌, ଅଜମତୁଲ୍ଲା ଓମାରଜାଇ/ଆରନ ହାର୍ଡି, ମାର୍କୋ ଜାନସେନ, ୟୁଝବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ୟଶ ଠାକୁର । 

ନାଇଟ୍‌ ରାଇଡର୍ସ: କ୍ୱିଣ୍ଟନ ଡି କକ୍‌, ସୁନୀଲ ନାରାଏନ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରିଶ ରଘୁବଂଶୀ, ଭେଙ୍କଟେଶ ଆୟର, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ମୋଇନ ଅଲି, ହର୍ଷିତ ରାଣା, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.