ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

Monte Carlo Masters: ଲରେଞ୍ଜୋଙ୍କୁ ହରାଇ ପ୍ରଥମ ଟାଇଟଲ୍ ହାତେଇଲେ କାର୍ଲୋସ ଅଲ୍‌କାରାଜ

Published By : Prameya | April 14, 2025 2:56 PM

ମଣ୍ଟେ କାର୍ଲୋ,୧୪/୦୪: ସ୍ପେନର ଷ୍ଟାର୍‌  ଖେଳାଳି କାର୍ଲୋସ ଅଲ୍‌କାରାଜ ପ୍ରଥମ ଥର ଏଟିପି  ମଣ୍ଟେ କାର୍ଲୋ ମାଷ୍ଟର୍ସ ଚାମ୍ପିଅନ୍‌ ହୋଇଛନ୍ତି । ପୁରୁଷ  ବର୍ଗ ଫାଇନାଲ୍‌ରେ ସେ ୩-୬, ୬-୧, ୬-୦ ସେଟ୍‌ରେ  ଇଟାଲୀର ଲରେଞ୍ଜୋ ମୁସେଟ୍ଟିଙ୍କୁ ପରାସ୍ତ କରିଥିଲେ ।  ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ୧ଘଣ୍ଟା ୪୬ମିନିଟ୍‌ ଲାଗିଥିଲା ।  ୪ଥର ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ୍‌ ଅଲ୍‌କାରାଜ କ୍ୟାରିୟରରେ  ଷଷ୍ଠ ମାଷ୍ଟର୍ସ ୧୦୦୦ ଟାଇଟଲ ଜିତିଛନ୍ତି । କ୍ଲେ-କୋର୍ଟରେ  ଏହା ତାଙ୍କର ତୃତୀୟ ମାଷ୍ଟର୍ସ ଟାଇଟଲ ରହିଥିଲା । 

କ୍ୟାରିୟରରେ ପ୍ରଥମ ମାଷ୍ଟର୍ସ ୧୦୦୦ ଫାଇନାଲ୍‌ ଖେଳିଥିବା ମୁସେଟ୍ଟି ପ୍ରଥମ ସେଟ୍‌ରେ ଅତି ଚମତ୍କାର  ପ୍ରଦର୍ଶନ କରି ୬-୩ରେ ବିଜୟ ହାସଲ କରିଥିଲେ ।  ମାତ୍ର ଏହାପରେ ଲୟ ହରାଇ ବସିଥିଲେ । ପରବର୍ତ୍ତୀ  ସେଟ୍‌ରେ ଅଲ୍‌କାରାଜ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ  କ୍ରମାନ୍ୱୟରେ ୨ଟି ସେଟ୍‌ ଜିତି ଟାଇଟଲ୍‌ ହାତେଇବାରେ ସଫଳ ହୋଇଥିଲେ । ଚାମ୍ପିଅନ୍‌ ହେବା ସହ ଏଟିପି  ମାନ୍ୟତା ତାଲିକାରେ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ଦ୍ୱିତୀୟ  ସ୍ଥାନ ପକ୍କା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.