ପ୍ରମୂଖ ଖବର
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

IPL-2025: ଲକ୍ଷ୍ନୋକୁ ୫ ୱିକେଟରେ ହରାଇଲା ଚେନ୍ନାଇ; ୧୧ ବଲରୁ ୨୬ ରନ ସଂଗ୍ରହ କଲେ ଧୋନି

Published By : Bijay Swain | April 14, 2025 11:38 PM

ନୂଆଦିଲ୍ଲୀ: ଲଗାତାର ପାଞ୍ଚଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ଆଇପିଏଲ ଋତୁରେ ଦ୍ୱିତୀୟ ବିଜୟ ହାସଲ କରିଛି। ଦଳ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ୫ ୱିକେଟରେ ପରାସ୍ତ କରିଦେଇଛି। ସୋମବାର ଚେନ୍ନାଇ ଏକାନା ଷ୍ଟାଡିୟମରେ ବୋଲିଂ କରିବାକୁ ବାଛିଥିଲା। ଲକ୍ଷ୍ନୌ ୭ ୱିକେଟ୍ ହରାଇ ମୋଟ ୧୬୬ ରନ୍ କରିଥିଲା। ଚେନ୍ନାଇ ୧୯.୩ ଓଭରରେ ୫ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା।

ଚେନ୍ନାଇର ଅଧିନାୟକ ଏମଏସ ଧୋନି ୧୧ଟି ବଲରୁ ୨୬ ରନ କରିଥିଲେ। ଶିବମ୍ ଦୁବେ ୪୩, ରଚିନ୍ ରବିନ୍ଦ୍ର ୩୭ ଏବଂ ଶେଖ୍ ରସିଦ୍ ୨୭ ରନ୍ ହାସଲ କରିଥିଲେ। ରବିନ୍ଦ୍ର ଜାଡେଜା ଏବଂ ମାଥିଶ ପାଥିରାନା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଲକ୍ଷ୍ନୌରୁ ଋଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଥିଲେ। ରବି ବିଷ୍ଣୋଇ ୨ଟି ୱିକେଟ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.