ପ୍ରମୂଖ ଖବର
  • ବଲାଙ୍ଗୀର : ଜଙ୍ଗଲରୁ ୨ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଗଜପତି : ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ
  • ||
  • ଢେଙ୍କାନାଳ : କଷ୍ଟ ସହି ନପାରି ରେଲ୍‌ ୱେ ଟ୍ରାକ୍‌ରେ ଜୀବନ ହାରିଲେ ପୂଜକ, ଉଦ୍ଧାର ହେଲା ମୃତଦେହ
  • ||
  • ଢେଙ୍କାନାଳ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୯ଟି ସ୍ଥାନରେ ଚଢାଉ
  • ||
  • ବରଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ଜଣେ ଗୁରୁତର
  • ||
  • ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ଭୁବନେଶ୍ୱର : ଟ୍ରାକ୍ଟରକୁ ପିଟିଲା ଟ୍ରାଭେଲର୍, ୨ ଆହତ
  • ||

ମୀରାବାଈ ଚାନୁଙ୍କୁ ଗୁରୁ ଦାୟିତ୍ୱ, ଭାରଉତ୍ତୋଳନ ସଂଘର ଅଧ୍ୟକ୍ଷା ନିଯୁକ୍ତ

Published By : Ankita S | April 16, 2025 7:51 AM

ନୂଆଦିଲ୍ଲୀ,୧୬ /୦୪: ଟୋକିଓ ଅଲମ୍ପିକ୍ସରେ ପଦକ ବିଜୟୀନି ମୀରାବାଈ ଚାନୁଙ୍କୁ ଗୁରୁ ଦାୟିତ୍ୱ ମିଳିଛି । ଭାରତୀୟ ଭାରଉତ୍ତୋଳନ ମହାସଂଘଙ୍କ ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି ମୀରା । ଦାୟିତ୍ୱ ତୁଲାଇବା ସହିତ ଏହା ଭାରଉତ୍ତୋଳନର ସ୍ୱର ଶାଣିତ କରିବାର ଅବସର ବୋଲି କହିଛନ୍ତି ମୀରାବାଈ ଚାନୁ । ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ଭାରଉତ୍ତୋଳନକାରୀ ଥିଲେ ମୀରା ।

ଆଇଡ଼ବ୍ଲୁଏଫ୍‌ର ଅଧ୍ୟକ୍ଷା ନିଯୁକ୍ତ ହେବା ପରେ ମୀରା କହିଛନ୍ତି, "ମୋତେ ଅଧ୍ୟକ୍ଷା ଭାବେ ନିଯୁକ୍ତି କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଏହି ଦାୟିତ୍ୱକୁ ତୁଲାଇବାକୁ ସଂକଳ୍ପ ନେଉଛି । ଏହା ସହିତ ବିଭିନ୍ନ ମଞ୍ଚରେ ଭାରଉତ୍ତୋଳନ କ୍ରୀଡ଼ାବିତ୍‌ଙ୍କ ସ୍ୱରକୁ ଶାଣିତ କରିବି । ସେମାନେ କିପରି ଖେଳ ଉପରେ ଧ୍ୟାନ ଦେବେ, ସେ ଦିଗରେ ଦୃଷ୍ଟି ଦେବି ।''

ଅଧିକ ପଢନ୍ତୁ...ଆଇସିସି ବୈଠକରେ ପହଞ୍ଚିଲେନି ପିସିବି ଚେୟାରମ୍ୟାନ୍, ଜାଣନ୍ତୁ ପୂରା ଘଟଣା

୨୦୨୧ରେ ମୀରାବାଈ ଚାନୁ ଟୋକିଏ ଅଲମ୍ପିକ୍ସରେ ୪୯କେଜି ବର୍ଗରେ ରୌପ୍ୟ ପଦକ ଜିତିଥିଲେ । କରନାମ ମାଲେଶ୍ୱରୀଙ୍କ ପରେ ମୀରା ଦ୍ୱିତୀୟ ଭାରତୀୟ ଭାରଉତ୍ତୋଳନ କ୍ରୀଡ଼ାବିତ୍ ଯିଏକି ଅଲମ୍ପିକ୍ସ ମେଡ଼ାଲ ଜିତିଥିଲେ । ୨୦୨୩ ଏସିଆନ୍ ଗେମ୍ସରେ ପଦକ ଜିତିବାର ସ୍ୱପ୍ନ ଦେଖିଥିଲେ ହେଲେ ଆହତ ସମସ୍ୟା ପାଇଁ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୦୧୮ ଓ ୨୦୨୨ରେ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମୀରା । ୨୦୧୭ରେ ବିଶ୍ୱ ଚାମ୍ପିଅନସିପ୍‌ରେ ଚମ୍ପିଅନ୍ ହୋଇଥିଲେ । ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.