ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜିନର ୩୨ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସ ଦଳକୁ ୧୮୯ ରନର ଟାର୍ଗେଟ ପ୍ରଦାନ କରିଛି। ଅରୁଣ ଜେଟଲି ଷ୍ଟାଡିୟମରେ ହେଉଥିବା ଏହି ମ୍ୟାଚରେ ଟସ୍ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ଚୟନ କରିଥିଲା। ଦିଲ୍ଲୀ ୫ ୱିକେଟ ହରାଇ ୧୮୮ ରନ ସଂଗ୍ରହ କରିଥିଲା। ଅଭିଷେକ ପୋରେଲ ୪୯ ରନ ବନାଇଥିବା ବେଳେ କେଏଲ ରାହୁଲ ୩୮, ଟ୍ରିଷ୍ଟନ ଷ୍ଟବ୍ସ ୩୪ ଓ କ୍ୟାପଟେନ ଅକ୍ଷରପଟେଲ ୩୪ ରନ ସଂଗ୍ରହ କରିଥିଲେ।
ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୨ ୱିକେଟ ହାସଲ କରିଛି। ମହିଶ ତିକ୍ଷଣା ଓ ବନିନ୍ଦୁ ହସରଙ୍ଗା ମଧ୍ୟ ୧-୧ ୱିକେଟ ନେଇଛନ୍ତି। ଆଉ ଜଣେ ବ୍ୟାଟର ରନ ଆଉଟ୍ ହୋଇଛନ୍ତି।