ନୂଆଦିଲ୍ଲୀ,୧୬/୦୪:ପୂର୍ବତନ କ୍ରିକେଟର ଶିଖର ଧଓ୍ବନ ନିଜର ଗର୍ଲଫ୍ରେଣ୍ଡକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଧଓ୍ବନ ପ୍ରାୟ ନିଶ୍ଚିତ କରିସାରିଛନ୍ତି ଯେ ସେ ସୋଫି ସାଇନଙ୍କୁ ଡେଟ୍ କରୁଛନ୍ତି। ଆଉ ଉଭୟଙ୍କୁ ଆଜିକାଲି ପ୍ରାୟତଃ ଏକାଠି ମଧ୍ୟ ଦେଖାଯାଉଛି। ଏହାରି ମଧ୍ୟରେ ଧୱନଙ୍କୁ ସୋଫିଙ୍କ ସହିତ ମୁମ୍ବାଇର ଶ୍ରୀ ବାଗେଶ୍ୱର ବାଲାଜୀ ସନାତନ ମଠରେ ଦେଖିବାକୁ ମିଳିଛି। ଉଭୟ ବାଗେଶ୍ୱର ଧାମର ପୀଠେଶ୍ୱର ଧିରେନ୍ଦ୍ର ଶାସ୍ତ୍ରୀଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ।
ଏହି ସମୟରେ ଧୀରେନ୍ଦ୍ର ଶାସ୍ତ୍ରୀ ପୂର୍ବତନ କ୍ରିକେଟର ଧଓ୍ବନଙ୍କୁ ମଞ୍ଚକୁ ଡାକି କ୍ରିକେଟରେ ତାଙ୍କର ଅବଦାନ ଏବଂ ଏବେ ଅସହାୟ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶଂସା କରିଥିଲେ। ଧୀରେନ୍ଦ୍ର ଶାସ୍ତ୍ରୀ ଶିଖର ଧାୱନଙ୍କୁ ଏକ ପଗଡ଼ି ପିନ୍ଧାଇ ସ୍ୱାଗତ କରିଥିଲେ। ଏହା ପରେ, ପୂର୍ବତନ କ୍ରିକେଟର ସୋଫିଙ୍କ ସହ ସେଠାରେ ଅବସ୍ଥିତ ପାରାଦ ଶିବଲିଙ୍ଗର ମଧ୍ୟ ପୂଜା କରିଥିଲେ। ସେହିପରି ଶିଖର ଧଓ୍ବନ ଧୀରେନ୍ଦ୍ର ଶାସ୍ତ୍ରୀ ସହିତ କ୍ରିକେଟ ମଧ୍ୟ ଖେଳିଛନ୍ତି । ପ୍ରଥମେ ଧଓ୍ବନ ବୋଲିଂ କରିଥିଲେ।
ଏହା ମଧ୍ୟ ପଢନ୍ତୁ- ଟ୍ରମ୍ପଙ୍କୁ ଚେକ୍ ଦେବାକୁ ଚୀନର ନୂଆ ତରିକା, ଭାରତୀୟଙ୍କ ପାଇଁ ଜାରି କଲା ୮୫,୦୦୦ ଭିସା
ପ୍ରକାଶ ଥାଉକି, ଶିଖର ଧଓ୍ବନ କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ବିଷୟରେ ପଚରା ଯାଇଥିଲା । ସେତେବେଳେ ସେ କହିଥିଲେ ଯେ, ନାଁ କହିବିନି କିନ୍ତୁ ଏହି ରୁମ୍ରେ ବସିଥିବା ସବୁଠୁ ସୁନ୍ଦର ଝିଅ ମୋ ଗର୍ଲଫ୍ରେଣ୍ଡ ବୋଲି କହିଥିଲେ । ସୋଫି ସେହି ସମୟରେ ସେଠାରେ ହିଁ ଥିଲେ । ଏହା ପୂର୍ବରୁ ମଧ୍ୟ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି।