ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଶିକ୍ଷାକୁ ଫୋକସ୍ : ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨ ହଜାର ୯ଶହ ୬୦ କୋଟି

Published By : Prameya | February 17, 2025 6:14 PM

ଭୁବନେଶ୍ବର,୧୭।୨ ବିଧାନସଭାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆସନ୍ତା ଆର୍ଥିକ ବର୍ଷ  ୨୦୨୫-୨୬ ପାଇଁ ବଜେଟ  ଉପସ୍ଥାପନ କରିଛନ୍ତି।   ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଆଗତ କରିଛନ୍ତି।   ନୂଆ ସରକାରଙ୍କ ଏହା ହେଉଛି ୨ୟ ବଜେଟ ଉପସ୍ଥାପନ ଏବଂ ପ୍ରଥମ  ପୂର୍ଣ୍ଣାଙ୍ଗ ବଜେଟ।  କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଯୁବବର୍ଗକୁ ଏଥିରେ ଫୋକସ ଦିଆଯାଇଛି।   

ଐତିହ୍ୟ ବିଦ୍ୟାଳୟ ଯୋଜନାରେ ୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ୨ ହଜାର ୯ଶହ ୬୦ କୋଟି  ଅନୁଦାନ ଘୋଷଣା କରାଯାଇଛି।  ପଞ୍ଚ ସଖା ଶିକ୍ଷା ସେତୁ ଅଭିଯାନ ଯୋଜନାରେ ୧୪୦ କୋଟି ଟଙ୍କାର ବ୍ୟୟବରାଦ  କରାଯାଇଛି । ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ଯୋଜନାରେ ୧୯୩ କୋଟି ଟଙ୍କା। ସତ୍ୟବାଦୀ ବକୁଳ ବନ ଉନ୍ନୟନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅନୁସୂଚୀତ ଜାତି ଓ ଜନଜାତି ମେଧା ବୃତ୍ତି ପାଇଁ ୧ ହଜାର ୪୨୬ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ସେହିପରି  ବିଶ୍ବ ବିଦ୍ୟାଳୟ ଓ କଲେଜର ଭିତ୍ତିଭୂମି ବିକାଶ ପାଇଁ ୩୭୫ କୋଟି ଟଙ୍କା ବ୍ୟବସ୍ଥା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.