ଭୁବନେଶ୍ୱର: ବେଙ୍ଗାଲୁରୁରେ ଗ୍ୟାସ ଟାଙ୍କି ବିସ୍ପୋରଣ ଘଟି ପାଞ୍ଚ ଯୁବକ ଗୁରୁତର। ଆହତ ସମସ୍ତ ଯୁବକ ଓଡିଶାର ବୋଲି ମିଳିଲା ସୂଚନା। ଖବର ଲେଖାହେବାଯାଏ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ଘଟିନଥିବା ଜଣାପଡିଛି।
ସୂଚନା ମୁତାବକ, ବ୍ରହ୍ମପୁର ଜ଼ିଲ୍ଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧିନସ୍ତ ଜେନାପୁର ଗ୍ରାମର ପାଞ୍ଚଜଣ ଯୁବକ କାମ କରିବା ପାଇଁ ଗତ ମାସରେ ବେଙ୍ଗାଲୁରୁ ଯାଇଥିଲେ। ସମସ୍ତ ଶ୍ରମିକ ସେଠାରେ ଗୋଟିଏ ସ୍ପେଆର ପାର୍ଟ କଂପାନୀରେ କାମ କରିଆସୁଥିଲେl ତେବେ ଗତ ରବିବାର ଦିନ ଉକ୍ତ ଶ୍ରମିକ ମାନେ ନିଜର କାମ ଧନ୍ଦା ସାରି ଘରକୁ ଫେରିଥିଲେ। ସେମାନେ ରୋଷେଇ କରିବା ପାଇଁ ଗ୍ୟାସ ଷ୍ଟୋବ ଲଗାଇବା ବେଳେ ହଠାତ ଟାଙ୍କିରେ ନିଆଁ ଲାଗି ବିସ୍ପୋରଣ ହୋଇଥିଲାl
ବିସ୍ପେରଣ ଏତେ ଭୟଙ୍କର ଥିଲାଯେ ଘରେ ଥିବା ସମସ୍ତଙ୍କ ଦେହରେ ନିଆଁ ଲାଗିଯିବା ସହ ଘରର ଆଜବେଷ୍ଟ ଛାତ ଉଡିଯାଇଥିଲା। ଦେହରେ ନିଆଁ ଲାଗିଯିବାପରେ ଯୁବକ ମାନେ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦଉଡାଦଉଡି କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଲୋକଙ୍କ ମୃତ୍ୟୁ ହୋଇନଥିବା ବେଳେ ସମସ୍ତ ୫ ଯୁବକ ଗୁରୁତର ଆହତ ହୋଇ ସ୍ଥାନିୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ବିସ୍ପୋରଣ ସମୟର ସିସିଟିଭି ଭିଜୁଆଲ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି।
ଗ୍ୟାସ ବିସ୍ପୋରଣେ ଘଟି ଆହତ ହୋଇଥିବା ଶ୍ରମିକ ମାନେ ହେଉଛନ୍ତି ସନ୍ତୋଷ ବେହେରା, ପବିତ୍ର ସେଠି, ରୁନା ସାହୁ, ବିପିନ ସେଠି ଓ ସାରଥୀ ସେଠି। ଏହି ଦୁର୍ଘଟଣାରେ ଆହତ ସମସ୍ତ ଯୁବକମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତିl ସମସ୍ତ ଶ୍ରମିକ ଚିକିଟି ବିଜ୍ଞାପିତ ଅଞ୍ଚଳର ଜେନାପୁର ଗ୍ରାମର ବାସିନ୍ଧା। ଅନ୍ୟପଟେ ଏହି ଦୁଖଃଦ ଖବର ପାଇ ଆହତ ମାନଙ୍କ ପରିବାର ଲୋକ ଆତଙ୍କିତ ହୋଇ ସେମାନଙ୍କୁ ଦେଖିବା ପାଇଁ ଚାହିଁ ରହିଛନ୍ତି l