ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଅବୈଧ ଟ୍ରାଭେଲ୍‌ ଏଜେଣ୍ଟ ନାଁରେ ଅମୃତସରରେ ପ୍ରଥମ FIR ରୁଜୁ , ଆମେରିକା ପଠାଇବାକୁ ନେଇଥିଲେ ୬୦ଲକ୍ଷ ଟଙ୍କା

Published By : Prameya | February 7, 2025 5:53 PM

ଚଣ୍ଡିଗଡ଼ :  ଆମେରିକାରୁ ଡିପୋର୍ଟ କରାଯାଇ ଥିବା ପଞ୍ଜାବୀଙ୍କ ମାମଲାରେ ଅବୈଧ ଟ୍ରାଭେଲ୍‌ ଏଜେଣ୍ଟ ଉପରେ ଅମୃତସରରେ ପ୍ରଥମ ଏଫଆଇଆର୍‌ ରୁଜୁ ହୋଇଛି। ଆମେରିକାରୁ ଫେରିଥିବା ଯୁବକ ଦିଲେର ସିଂହଙ୍କ ଅଭିଯୋଗରେ , ପୁଲିସ ଅବୈଧ ଟ୍ରାଭେଲ୍‌ ଏଜେଣ୍ଟ ଗାଁ କୋଟଲୀର ଏଜେଣ୍ଟ ସତନାମ ସିଂହ ବିରୋଧରେ ଏଫଆଇଆର ରୁଜୁ କରିଛି।

ପଞ୍ଜାବର ଏନଆରଆଇ ମନ୍ତ୍ରୀ କୁଲଦୀପ ସିଂହ ଧାଲିୱାଲ ଗାଁ କୋଟଲିର ଏଜେଣ୍ଟ ସତନାମ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆଦେଶ ଦେଇଛନ୍ତି। ପୀଡ଼ିତଙ୍କ ବୟାନ ରେକର୍ଡ କରିବାକୁ ମନ୍ତ୍ରୀ ଡିଏସପି ଇନ୍ଦ୍ରଜିତ ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏଜେଣ୍ଟ ସତନାମ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଏହା ଉପରେ ମାମଲା ରୁଜୁ କରି ଖୁବ୍‌ ଶୀଘ୍ର ଗିରଫ କରିବାକୁ କହିଛନ୍ତି।

ଅମୃତସରର ଗାଁ ସଲେମପୁରର ଦଲେର ସିଂହ ମିନି ବସ୍‌ ଚଲାଉ ଥିଲେ। ଏଜେଣ୍ଟ ସତନାମ ସିଂହଙ୍କ ଝାନ୍ସିରେ ହିଁ ଫସି ଆମେରିକା ଯାଇଥିଲେ। ସେ ଆମେରିକା ଯିବା ପାଇଁ ୬୦ ଲକ୍ଷ ଟଙ୍କା ଦେଇ ଥିଲେ। ହେଲେ ତାଙ୍କ କଥା ୪୫ ଲକ୍ଷ ଟଙ୍କାରେ ସ୍ଥିରି ହୋଇଥିଲା। ଏଜେଣ୍ଟ ତାଙ୍କୁ ବ୍ରାଜିଲରେ କିଡନାପ୍‌ କରି ଥିଲା ଏବଂ ତାଙ୍କ ପରିବାର ଠାରୁ ୧୫ ଲକ୍ଷ ଟଙ୍କା  ଆଦାୟ କରିଥିଲା।  

ଟଙ୍କା ଦେବା ସତ୍ତ୍ୱେ ଦଲେର ସିଂହ ଅନେକ ଅସୁବିଧା ସହ୍ୟ କରି ଆମେରିକାରେ ପହଞ୍ଚି ଥିଲେ। ମେକ୍ସିକୋ ମଧ୍ୟ ଦେଇ ତେଜୱାନା ବର୍ଡରରେ ପହଞ୍ଚି ଥିଲେ ଏବଂ ସେଠାରୁ ତାଙ୍କର ଆମେରିକାରେ ଏଣ୍ଟ୍ରି ହୋଇ ଥିଲା , କିନ୍ତୁ ତାଙ୍କୁ ସେଠାରୁ ଧରି ନିଆ ଯାଇ ଥିଲା।

ଆମେରିକାରୁ ଡିପୋର୍ଟ ହୋଇ ଆସିଥିବା କରନାଲାର କାଲରମ୍ ନିବାସୀ ଆକାଶର ଭାଇ ଶୁଭମଙ୍କର ଅଭିଯୋଗରେ , ଜଳନ୍ଧରର ଦୁଇ ଏଜେଣ୍ଟଙ୍କ ନାଁରେ ମଧୁବନ ଥାନା ପୁଲିସ୍‌ କେସ୍‌ ରୁଜୁ କରିଛି। ଆକାଶଙ୍କୁ ତାଙ୍କୁ ବିଦେଶ ପଠାଇବା ପାଇଁ ୪୨.୫୦ ଲକ୍ଷ ଟଙ୍କାର ଚୁକ୍ତି ସ୍ଥିର ହୋଇଥିଲା, ଏହି ଅର୍ଥ ଅଭିଯୁକ୍ତମାନେ ୪ଟି କିସ୍ତିରେ ନେଇଥିଲେ। ଆମେରିକା ଯିବା ପରେ ଆକାଶ ପାଖାପାଖି ଗୋଟିଏ ଦିନ ସେଠାରେ ରହି ଥିଲେ ଏବଂ ପୁଲିସର କବଳକୁ ଆସି ଥିଲେ। ଏବେ ତାଙ୍କୁ ହାତକଡ଼ିରେ ବାନ୍ଧି ୟୁଏସ୍‌ର ସେନା ବିମାନରେ ଭାରତରେ ଛାଡି ଦେଇଛି।

ଆମେରିକାରୁ ପଠାଇ ଦିଆ ଯାଇଥିବା ହରିଆଣାର ଯୁବପିଢିଙ୍କୁ ଯେଉଁ ଏଜେଣ୍ଟମାନେ ଡଙ୍କି ରୁଟ୍‌ ମାଧ୍ୟମରେ ପଠାଇ ଥିଲେ, ତାଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। ଏହି ମାମଲା ପାଇଁ ରାଜ୍ୟରେ ପୂର୍ବରୁ ଗଠିତ ଏସଆଇଟି ସବୁ ଜିଲ୍ଲାର ଏସପିଙ୍କୁ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି କି, ଏମିତି ଏଜେଣ୍ଟଙ୍କ ତାଲିକା କରାଯାଉ ଏବଂ ତାଙ୍କୁ ଗିରଫ କରାଯାଉ। ଯେଉଁ ଯେଉଁ ଜିଲ୍ଲାର ଯୁବବର୍ଗଙ୍କ ଲେଉଟାଣି ହୋଇଛି, ସେଠାରେ ସ୍ଥାନୀୟ ପୁଲିସ ଯୁବବର୍ଗଙ୍କ ଘରକୁ ନିଜେ ଯିବ ଏବଂ ତାଙ୍କର ଅଭିଯୋଗ ନେବ। ଏହାପରେ ତାଙ୍କୁ ପଠାଇ ଥିବା ସବୁ ଟ୍ରାଭେଲ୍‌ ଏଜେଣ୍ଟଙ୍କ ବିରୋଧରେ ଷଡ଼ଯନ୍ତ୍ର ଅନୁସାରେ ଫ୍ରଡ୍‌ କରିବା ସହ ଅନ୍ୟ ଧାରା ଗୁଡି଼କ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.