ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ନିଆଁ ଲାଗି ଜଳିଗଲା ଦୋକାନ, ପୋଡି ହୋଇ ମହିଳା ଗୁରୁତର

Published By : Prameya | April 14, 2025 4:39 PM

 ବୌଦ୍ଧ,୧୪।୪  ବୌଦ୍ଧ ଚାରିଛକ ଠାରେ ନିଆଁ ଲାଗି ଜଳିଗଲା ଦୋକାନ ଘର । ଏଥିସହ ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରତର ମହିଳା ଜଣକ ହେଲେ କୌଶଲ୍ୟା ସ୍ୱାଇଁ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୁଣା କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଚାରିଛକ ଦମକଳ ବାହିନୀ  ପହଞ୍ଚି ନିଆଁକୁ ଆୟତ୍ତ କରିଛି।  

ସୂଚନା ଅନୁଯାୟୀ ଚାରିଛକ ବଜାର ର କୌଶଲ୍ୟା ସ୍ୱାଇଁ ନିଜ ଘରେ ପାଣିମଟର ଲଗାଇବା ପାଇଁ ଯାଇଥିବା ବେଳେ ହଠାତ ବିଦ୍ୟୁତ ତାର ସଟସର୍କିଟ ହୋଇଥିଲା । ସେଠାରେ ନିଆଁ ଲାଗି ନିକଟରେ ଥିବା ପେଟ୍ରୋଲ ବୋତଲ ରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଅଣାୟତ୍ତ ହୋଇ କୌଶଲ୍ୟା ଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଫଳରେ କୌଶଲ୍ୟା ପାଟି କରି   ତାଙ୍କ ପୁଅ କୁ ଡାକିଥିଲେ।  ଗ୍ରାମବାସୀ ଓ ତାଙ୍କ ପୁଅ ଆସି ନିଆଁ ରୁ କୌଶଲ୍ୟା ଙ୍କୁ ବାହାରକୁ ଆଣିଥିଲେ । ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ଅନ୍ୟପଟେ ନିଆଁ ରେ ଜଳିଯାଇ ଗୁରୁତର ଅବସ୍ଥାରେ କୌଶଲ୍ୟା ସ୍ୱାଇଁଙ୍କୁ ପୁରୁଣାକଟକ ଗୋଷ୍ଠୀ ଚିକିତ୍ସାକେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ତାଙ୍କର ଗୋଡ଼ ହାତ ନିଆଁ ରେ ପୋଡ଼ି ଯାଇଥିବା ବେଳେ ଅନ୍ୟପଟେ ଦୋକାନ ଓ ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ନିଆଁ ରେ ପୋଡ଼ି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.