ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ଡେ’ର ପୂର୍ବ ସନ୍ଧ୍ୟାରେ ବଡ଼ ଖବର ସାମ୍ନାକୁ ଆସିଛି । ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ଥିବା ଆଇଫିଲ୍ ଟାଓ୍ବାରରେ ଅଗ୍ନିକାଣ୍ଡ ନେଇ ସୂଚନା ମିଳିଛି । ଖ୍ରୀଷ୍ଟମାସ୍ ପୂର୍ବରୁ ସେଠାରେ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ଲାଗିଥିଲା । ବର୍ତ୍ତମାନ ଘଟଣାସ୍ଥଳରୁ ୧୨୦୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଖ୍ରୀଷ୍ଟମାସ୍ ପୂର୍ବ ସନ୍ଧ୍ୟାରେ ଆଇଫିଲ୍ ଟାଓ୍ବାରର ପ୍ରଥମ ଏବଂ ଦ୍ବିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଏହା ପରେ ସେଠାରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛି । ପ୍ରାୟ ୧୨୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ତେବେ ଆଇଫିଲ ଟାଓ୍ବାର ପ୍ୟାରିସର ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳ ହୋଇଥିବା ବେଳେ ଏଠାକୁ ଦୁନିଆର ପ୍ରତି କୋଣରୁ ଲୋକେ ବୁଲିବାକୁ ଆସନ୍ତି । ଆସନ୍ତାକାଲି ଖ୍ରୀଷ୍ଟମାସ ଥିବା ବେଳେ ଆଜି ସେଠାରେ ଅସମ୍ଭାଳ ଗହଳି ଲାଗିଥିଲା ବୋଲି ଜଣାପଡ଼ିଛି ।