ପ୍ରମୂଖ ଖବର
  • କଟକ ବେଲିଭ୍ୟୁ ଛକରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ମାଲକାନଗିରି; ସିଆରପିଏଫ୍ କ୍ୟାମ୍ପ ଉପରେ ମାଓ ହମଲା, ୨ ଯବାନ ଆହତ
  • ||
  • ମହାବଳ ଛାଲ ଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ,୧୧ ଜଣ ଗିରଫ
  • ||
  • ଶୀତ ଅବକାଶ ପାଇଁ ୨୫ରୁ ହାଇକୋର୍ଟ ଛୁଟି, ଜାନୁଆରୀ ୨ରୁ ଖୋଲିବ କୋର୍ଟ
  • ||
  • ଜୟପୁର-ଅଜମେର ହାଇୱେରେ ବଡ ଦୁର୍ଘଟଣା, ବସ୍କୁ ଧକ୍କା ଦେଲା ଟ୍ରକ, ୧୦ରୁ ଅଧିକ ଗୁରୁତର
  • ||
  • ମୋବାଇଲ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି ଟାରିଫ୍ ନିୟମରେ ସଂଶୋଧନ ଆଣିଲା ଟ୍ରାଇ,ପୁଣି ଫେରିବ ରିଚାର୍ଜ କୁପନ୍
  • ||
  • ‘ନୋ ଡିଟେନ୍‌ସନ ପଲିସି’ ଉଠାଇଦେଲେ କେନ୍ଦ୍ର ସରକାର: ଏଥର ୫ମ, ୮ମରେ ଫେଲ୍‌ ହେଲେ ଫେଲ୍‌
  • ||
  • ଦକ୍ଷିଣ ଓ ଉପକୂଳରେ ଦୁଇ ଦିନ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ୱାର୍ଣ୍ଣିଂ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ SRC
  • ||

ବିଶ୍ବର ପ୍ରତି ବ୍ୟକ୍ତିଙ୍କ ମୁଣ୍ଡ ଉପରେ ୧୧ ଲକ୍ଷ ଟଙ୍କା ଲେଖାଏଁ ଋଣ, ତାଲିକାର ସପ୍ତମ ସ୍ଥାନରେ ଭାରତ

Published By : Tapas Panda | December 23, 2024 11:11 PM

ନୂଆଦିଲ୍ଲୀ: ଦୁନିଆରେ ଋଣ ଭାର ବଢ଼ିବାରେ ଲାଗିଛି । ପିଲାଟିଏ ଜନ୍ମ ନେବା ମାତ୍ରେ ତା ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ଋଣ ହୋଇଯାଉଛି । ଦୁନିଆରେ ଋଣଭାର ଏତେ ଅଧିକ ହୋଇଯାଇଛି ଯେ, ଯଦି ପ୍ରତି ବ୍ୟକ୍ତିଙ୍କୁ ହିସାବକୁ ନିଆଯାଏ ତେବେ ମୁଣ୍ଡ ପିଛା ଋଣ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ । ଏକ ରିପୋର୍ଟ ଅନୁସାରେ, ବିଶ୍ବ ଉପରେ ମୋଟ ୧୦୨ ଟ୍ରିଲିୟନ ଡଲାର ଅର୍ଥାତ ୮,୬୭,୫୩,୯୫,୮୦,୦୦,୦୦,୦୦୧ ଟଙ୍କାର ଋଣ ରହିଛି । ଦୁନିଆରେ ମୋଟ ଜନସଂଖ୍ୟା ୮.୨ ବିଲିୟନ୍‌ । ବିଶ୍ବର ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ଆମେରିକା ଉପରେ ଅଧିକ ଋଣ ରହିଥିବା ଜଣାପଡ଼ିଛି । 

ଏହା ବ୍ୟତୀତ ଚୀନ୍‌, ଜାପାନ, ୟୁରୋପୀୟ ଦେଶ ମଧ୍ୟ ଏହି ତାଲିକାରେ ରହିଛନ୍ତି । ସବୁଠାରୁ ବଡ଼ କଥା ଏହି ତାଲିକାରେ ସପ୍ତମ ସ୍ଥାନରେ ରହିଛି ଭାରତ ।  ଭାରତ ଉପରେ ୩ ଟ୍ରିଲିୟନ୍‌ ଡଲାରର ଋଣ ରହିଛି  । ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)ର ରିପୋର୍ଟ ଅନୁସାରେ, ୨୦୨୪ରେ ବିଶ୍ବ ଉପରେ ବଢ଼ୁଥିବା ଋଣ ଚିନ୍ତା ବଢ଼ାଇ ଦେଇଛି । ଦୁନିଆର ସବୁଠାରୁ ବଡ଼ ଇକୋନୋମି ଆମେରିକା ଓ ଚୀନ୍‌ ଉପରେ ଋଣ ଭାର ଅଧିକ ବୃଦ୍ଧି ପାଇଛି । ବିଶ୍ବର ଋଣ ଭାର ମୋଟ ଜିଡିପିର ୯୩ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିସାରିଛି । 

ଅନେକ ଦେଶ ନିଜ ଜିଡିପିରୁ ଅଧିକ ଋଣ ନେଇଛନ୍ତି । ବିଶ୍ବରେ ମୋଟ ଜନସଂଖ୍ୟା ୮୨୦ କୋଟି ଥିବା ବେଳେ ପ୍ରତି ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଋଣ ୧୧ ଲକ୍ଷ ଟଙ୍କା । ତେବେ ଏହି ତଥ୍ୟରେ ପରିବର୍ତ୍ତନ ହୋଇପାରେ । କାରଣ ବିଶ୍ବ ଜନସଂଖ୍ୟାର ସଠିକ ଆକଳନ କରିବା ଏତେ ସହଜ ବ୍ୟାପାର ନୁହେଁ । 




ସେପଟେ ଭାରତ କଥା କହିଲେ, ଋଣ ମାମଲାରେ ଆମ ଦେଶ ସପ୍ତମ ସ୍ଥାନରେ ରହିଛି । ଦୁନିଆର ପଞ୍ଚମ ବଡ଼ ଅର୍ଥନୀତି ଭାରତ ଉପରେ ୩.୦୫୭ ଟ୍ରିଲିୟନ ଡଲାରର ଋଣ ରହିଛି । ଭାରତର ମୋଟ ଜିଡିପି ୩.୭ ଟ୍ରିଲିୟନ ଡଲାର । ଯଦିଓ ଜିଡିପି ଠାରୁ ଋଣ କମ୍‌ ଅଛି, କିନ୍ତୁ ଭାରତ ଭଳି ବିକାଶଶୀଳ ଦେଶ ଲାଗି ଏହା ଭୟଙ୍କର ସାବ୍ୟସ୍ତ ହୋଇପାରେ । ସେହିଭଳି ବିଶ୍ବର ମୋଟ ଋଣରେ ଭାରତର ଭାଗିଦାରୀ ୩.୨ ପ୍ରତିଶତ ରହିଛି । ଅନ୍ୟପଟେ ଇରାକ, ଚିଲି, ଚେକ୍‌ ଗଣରାଜ୍ୟ, ହଙ୍ଗେରି, ୟୁଏଇ, ବାଂଲାଦେଶ, ୟୁକ୍ରେନ, ତାଇଓ୍ବାନ, ରୋମାନିଆ, ନରଓ୍ବେ, ସ୍ବିଡେନ, କଲୋମ୍ବିଆ, ଆୟର୍ଲାଣ୍ଡ ଏବଂ ଫିନଲ୍ୟାଣ୍ଡ ଉପରେ ଖୁବ କମ୍‌ ଋଣ ରହିଥିବା ଜଣାପଡ଼ିଛି । ଭାରତର ପଡ଼ୋଶୀ ପାକିସ୍ତାନର ଋଣ ଭାର କିଛି କମ ନାହିଁ। ବିଶ୍ବର ମୋଟ ଋଣର ୦.୩ ପ୍ରତିଶତ ଋଣ ପାକିସ୍ତାନ ମୁଣ୍ଡ ଉପରେ ରହିଛି ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.