ହାଇଦ୍ରାବାଦ,୨୪।୧୨: ଥାନାରେ ହାଜର ହେଲେ ପୁଷ୍ପା ଷ୍ଟାର ଅଲ୍ଲୁ ଅର୍ଜୁନ। ଚିକଡପଲ୍ଲୀ ଥାନାରେ ହାଜର ହୋଇଛନ୍ତି ଅଲ୍ଲୁ। ସଂଧ୍ୟା ଥିଏଟରରେ ଦଳାଚକଟା ମାମଲାରେ ପୋଲିସ ତାଙ୍କୁ ପଚରାଉଚରା କରିବ । ଏନେଇ ହାଜର ପାଇଁ ତାଙ୍କୁ ସମନ କରାଯାଇଥିଲା । ପୋଲିସ ସମନ ଅନୁସାରେ ନିଜ ଲିଗାଲ ଟିମ୍ଙ୍କ ସହ ପହଁଞ୍ଚିଥିଲେ ଥାନାରେ। ଯଦି ଦରକାର ପଡେ ତେବେ ପୋଲିସ ତାଙ୍କୁ ସନ୍ଧ୍ୟା ଥିଏଟର ନେଇପାରେ।
ପୁଷ୍ପା-୨ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କମୁନି ଅଡୁଆ। ଫିଲ୍ମର ପ୍ରିମୟର ସମୟରେ ଦଳାଚକଟାରେ ଘଟଣାରେ ମଙ୍ଗଳବାର ପୁଣିଥରେ ଥାନାରେ ହୋଇଛନ୍ତି ହାଜର। ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପ୍ରିମିୟର ବେଳେ ଘଟିଥିଲା ଅଘଟଣ। ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା। ପରେ ସେ ବେଲ୍ରେ ବାହାରିଥିଲେ। ଏଥିରେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହା ସହ ତାଙ୍କ ପୁଅ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ହଜାର ହଜାର ପ୍ରଶଂସକ ସୁପରଷ୍ଟାରଙ୍କ ନିକଟକୁ ଚାଲିଆସିବାରୁ ଏହି ଦଳାଚକଟା ଘଟିଥିଲା। ଏହି ଘଟଣାକୁ ନେଇ ଚିକ୍କଡାପଲ୍ଲୀ ଥାନାରେ ବିଏନଏସର ବିଭିନ୍ନ ଧାରା ଅନୁସାରେ ଅଲୁ ଅର୍ଜୁନ, ସିକ୍ୟୁରିଟି ଟିମ ଓ ସନ୍ଧ୍ୟା ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗତ ଡିସେମ୍ବର ୧୩ରେ ଅଲୁଙ୍କୁ ଗିରଫ କରିଥିଲା ପୋଲିସ। ପରଦିନ ସେ ଜାମିନରେ ଆସିଥିଲେ