ପ୍ରମୂଖ ଖବର
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ନମନ ଓଝାଙ୍କ ବାପାଙ୍କୁ ସଜା, ୧୧ ବର୍ଷ ପୁରୁଣା ମାମଲାରେ ୭ ବର୍ଷ ଜେଲ୍‌

Published By : Tapas Panda | December 24, 2024 11:41 PM

Image Courtesy: mymahanagar

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ନମନ ଓଝାଙ୍କ ବାପା ଚର୍ଚ୍ଚାରେ । ତାଙ୍କୁ ୭ ବର୍ଷ ଜେଲ୍ ଓ ୧୪ ଲକ୍ଷ ଟଙ୍କାର ଜୋରିମାନ ହୋଇଛି। ଟଙ୍କା ହଡ଼ପ ମାମଲାରେ କୋର୍ଟ ତାଙ୍କୁ ସଜା ଶୁଣାଇଛନ୍ତି । ୨୦୧୩ ମସିହାରେ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଜୌଲଖେଡ଼ା ଶାଖାରେ ପ୍ରାୟ ୧.୨୫ କୋଟି ଟଙ୍କା ଠକେଇ ମାମଲା ରୁଜୁ ହୋଇଥିଲା । ୧୧ ବର୍ଷ ପୁରୁଣା ଏହି ମାମଲାରେ ମୁଲତାଇର ଅତିରିକ୍ତ ସେସନ କୋର୍ଟ ନମନ ଓଝାଙ୍କ ବାପା ବିନୟ କୁମାର ଓଝାଙ୍କୁ ସଜା ଶୁଣାଇଛନ୍ତି।

୨୦୧୩ରେ ଘଟିଥିବା ଏହି ଠକେଇ ମାମଲାରେ ବିନୟ ଓଝାଙ୍କୁ ୨୦୨୨ରେ ବେତୁଲ ପୁଲିସ ଗିରଫ କରିଥିଲା । ବିନୟଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହେବା ପରେ ସେ ଦୀର୍ଘ ସମୟ ଧରି ଫେରାର୍ ଥିଲେ । ଜାଲିଆତି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ   ଠକେଇ ଅଭିଯୋଗରେ ୨୦୧୩ ମସିହାରେ ବିନୟ ଓଝାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା ପୋଲିସ । ତାପରେ ସେ ଫେରାର ହୋଇ ଯାଇଥିଲେ । 

ବିନୟ ୩୪ ଟି ନକଲି ଆକାଉଣ୍ଟ ଖୋଲି ଅର୍ଥ ହଡ଼ପ କରିଥିଲେ । କିସାନ କ୍ରେଡିଟ କାର୍ଡରୁ ଋଣ ନେଇ ସେହିସବୁ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ନକଲି ଆକାଉଣ୍ଟକୁ ପ୍ରାୟ ୧.୨୫ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ରତ୍ନାମ , ଧନରାଜ ଏବଂ ଲଖାନଲାଲଙ୍କୁ ମଧ୍ୟ ସଜା ହୋଇଛି । ବିନୟ ଓଝାଙ୍କୁ ୭ ବର୍ଷ ଜେଲ ସମେତ ୭ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଅଭିଷେଖ ରତ୍ନମଙ୍କୁ ୧୦ ବର୍ଷ ଜେଲ ସହ ୮୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି କୋର୍ଟ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.