ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର
  • ||
  • ପାଟଣା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ପବିତ୍ର ବଡ ଦିନ : ଧରାବତରଣ କରିଛନ୍ତି ଯୀଶୁ, ଚଳ ଚଞ୍ଚଳ ଚର୍ଚ୍ଚ

Published By : Ankita S | December 25, 2024 7:52 AM

ଭୁବନେଶ୍ୱର,୨୪/୧୨ : ଆଜି ପବିତ୍ର ବଡ ଦିନ ବା ଖ୍ରୀଷ୍ଟମାସ । ଧରାବତରଣ କରିଛନ୍ତି ଯୀଶୁ । ବଡ ଦିନ ନେଇ ମଲରୁ ଚର୍ଚ୍ଚ ସବୁଠି ଗହଳି। ସଜେଇ ହୋଇଛି ଚର୍ଚ୍ଚ ପରିସର । ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇପଡିଛି ଚର୍ଚ୍ଚ ପରିସର ।  ପିଲାଙ୍କ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ମଲ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଖ୍ରୀଷ୍ଟମାସ ଟ୍ରି ପାଖରେ ସମସ୍ତେ ସେଲ୍ଫି ନେଉଛନ୍ତି । ବଡ ଦିନ ଦିନ ତମାନ ଚର୍ଚ୍ଚରେ ଭିଡ ଲାଗି ରହିବ । କିଏ ହାତରେ ଗୋଲାପ ଫୁଲ ତ ପୁଣି କିଏ କ୍ୟାଣ୍ଡେଲ ଧରି ଯୀଶୁଙ୍କୁ ସ୍ମରଣ କରିଛନ୍ତି । ସେଲିବ୍ରେସନ ମୁଡରେ ରହିଛି ସାରା ଦେଶ ।

ମଙ୍ଗଳବାର ମଧ୍ୟରାତ୍ରୀରୁ ଧରାବତରଣ କରିଛନ୍ତି ଯୀଶୁ ।  ମଧ୍ୟରାତି ଯାଏ କ୍ୟାରୋଲ ସଙ୍ଗୀତ ସାଙ୍ଗକୁ ଯୀଶୁଙ୍କୁ ପ୍ରାର୍ଥନା କରିବାରେଲାଗିଥିଲା ଗହଳି। ଯୀଶୁଙ୍କ ଧରାବତରଣ ପରେ କେକ୍ କାଟି ଏହି ଶୁଭଦିନର ଆରମ୍ଭ ହୋଇଛି । ବଡ ଦିନ ଲାଗି ସୁଉଚ୍ଚ ଖ୍ରୀଷ୍ଟମାସ ଟ୍ରି, ଲିଚୁ ଲାଇଟର ଆଲୋକରେ ରଙ୍ଗୀନ ହୋଇଛି ଚର୍ଚ୍ଚ । ଚାରିଆଡେ ଉତ୍ସାହର ମାହୋଲ ।

ଖ୍ରୀଷ୍ଟମାସ ଅବସରରେ ଚଳଚଞ୍ଚଳ ହୋଇଛି ସମସ୍ତ ଚର୍ଚ୍ଚ । ଖ୍ରୀଷ୍ଟଧର୍ମାଲମ୍ବୀଙ୍କ ସୁଅ ଛୁଟିଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ମେରୀ ଖ୍ରୀଷ୍ଟମାସ ମେରୀ ଖ୍ରୀଷ୍ଟମାସ... ପରସ୍ପରରୁ ଶୁଭେଚ୍ଛା ଜଣାଇଛନ୍ତି । ଚର୍ଚ୍ଚମାନଙ୍କରେ ଯୀଶୁଙ୍କ ଦର୍ଶନ ଲାଗି ପ୍ରବଳ ଗହଳି ଦେଖିବାକୁ ମିଳିଛି । ଖ୍ରୀଷ୍ଟଧର୍ମାଲମ୍ବୀମାନେ ମଧ୍ୟରାତ୍ରିରୁ ଚର୍ଚ୍ଚକୁ ଯାଇ ଯୀଶୁଙ୍କ ମୂର୍ତ୍ତିକୁ ଛୁଇଁ ପ୍ରଣାମ କରି ଆର୍ଶୀବାଦ ନେଇଥିଲେ । କେବଳ ଖ୍ରୀଷ୍ଟଧର୍ମୀ  ସମ୍ପ୍ରଦାୟ ନୁହନ୍ତି ଅନ୍ୟ ଧର୍ମାବଲମ୍ବୀମାନେ ବି ମଧ୍ୟରାତ୍ରିରେ ଚର୍ଚ୍ଚ ଯାଇ କ୍ୟାଣ୍ଡେଲ ଜାଳି ଉତ୍ସବ ମନାଇଥିଲେ ।

ଭୁବନେଶ୍ବରରେ ବଡଦିନ- ଖ୍ରୀଷ୍ଟମାସ ଅବସରରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଖୁସିର ମାହୋଲ ଦେଖିବାକୁ ମିଳିଛି । ଚଳଚଞ୍ଚଳ ହୋଇଛି ଭୁବନେଶ୍ବର ୩୫ରୁ ଅଧିକ ଚର୍ଚ୍ଚ । ସତ୍ୟନଗର କ୍ୟାଥୋଲିକ ଚର୍ଚ୍ଚରେ ବି ପ୍ରବଳ ଗହଳି ଦେଖିବାକୁ ମିଳିଛି । ୟୁନିଟ ୪ ସ୍ଥିତ ୟୁନିୟନ ଚର୍ଚ୍ଚ, ବରମୁଣ୍ଡା, ୟୁନିଟ-୮ ଆଦି ସ୍ଥାନରେ ଥିବା ଚର୍ତ୍ତମାନଙ୍କର ଯୀଶୁଙ୍କ ଦର୍ଶନ ଲାଗି ପ୍ରବଳ ଗହଳି ଦେଖିବାକୁ ମିଳିଛି ।

ବଡ ଦିନ ଇତିହାସ- ଦେଶ ତମାମ୍ ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟମାସ ଡେ ଭାବରେ ପାଳନ କରାଯାଏ। ଏହା ଖ୍ରୀଷ୍ଟିଆନ ଧର୍ମାଲମ୍ବୀଙ୍କ ବଡ ପର୍ବ ହୋଇଥିଲେ ବି ସବୁ ଧର୍ମର ଲୋକ ଏହାକୁ ପାଳିଥାନ୍ତି । ଏହି ପର୍ବକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳେ ।  ଘରକୁ ସୁନ୍ଦର ଭାବରେ ସଜେଇଛନ୍ତି ଲୋକ  । ଖ୍ରୀଷ୍ଟମାନ ଟ୍ରି ଲଗାଇଛନ୍ତି । ବଡ ଦିନ ପଛରେ ଅଲଗା ଅଲଗା କାହାଣୀ ରହିଛି । ଡିସେମ୍ବର ୨୫ ତାରିଖରେ ପ୍ରଭୁ ଯୀଶୁଙ୍କ ଜନ୍ମ ହୋଇଥିଲା । ତାଙ୍କ ଜନ୍ମଦିନକୁ ଖ୍ରୀଷ୍ଟମାସ ରୂପେ ପାଳନ କରାଯାଏ । କ୍ରାଇଷ୍ଟ ଶଦ୍ଦରୁ ଖ୍ରୀଷ୍ଟମାସ ଆସିଛି । କୁହାଯାଏ କି ଯୀଶୁଙ୍କ ମାତା ମରିୟମ ପ୍ରଥମେ ଭବିଷ୍ୟବାଣୀ କରିଥିଲେ କି ଡିସେମ୍ବର ୨୫ ତାରିଖରେ ହିଁ ଯୀଶୁଙ୍କ ଜନ୍ମ ହେବ ବୋଲି । ଠିକ୍ ୯ମାସ ପରେ ଡିସେମ୍ବର ୨୫ ତାରିଖରେ ପ୍ରଭୁ ଯୀଶୁଙ୍କ ଜନ୍ମ ହୋଇଥିଲା ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.