ପ୍ରମୂଖ ଖବର
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ବଡ଼ ଦିନରେ ମଣିପୁର ଅଶାନ୍ତ: ଗୁଳିମାଡ଼ରେ ଥରିଲା ଦୁଇ ଗାଁ, ମୁତୟନ ହେଲେ ସୁରକ୍ଷାକର୍ମୀ

Published By : Prameya | December 25, 2024 8:23 PM

ନୂଆଦିଲ୍ଲୀ,୨୫।୧୨:  ବଡ଼ ଦିନରେ ପୂର୍ବାଞ୍ଚଳ ରାଜ୍ୟ ମଣିପୁର ଅଶାନ୍ତ। ଗୁଳିକାଣ୍ଡରେ ଥରିଲା ରାଜଧାନୀ ଇମ୍ଫାଲ। ଇମ୍ଫାଲ ଇଷ୍ଟ ଓ କାଙ୍ଗପୋକପି ଜିଲ୍ଲାର ସୀମାବର୍ତ୍ତୀ ଦୁଇ ଗାଁରେ ପ୍ରବଳ ଗୁଳିମାଡ ଘଟଣା ଦେଖିବାକୁ ମିଳିଛି। ତେବେ ଏହି ଗୁଳିମାନେ କେତେ ଲୋକ ହତାହତ ହୋଇଛନ୍ତି, ଏହାର ସଠିକ ସୂଚନା ମିଳିପାରିନି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ଦେଖି ପ୍ରଭାବିତ ଗାଁକୁ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି।

ଅନ୍ୟପକ୍ଷେ ଚୁରାଚାନ୍ଦପୁର ଜିଲ୍ଲାରେ ସୁରକ୍ଷା ବଳ ଏକ ବ୍ରିଜ ତଳେ ୩.୬ କିଲୋଗ୍ରାମ ବିସ୍ଫୋରକ ଜବତ କରିଛନ୍ତି। ଏନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ, ଆସାମ ରାଇଫଲ୍ସ ଓ ମଣିପୁର ପୋଲିସର ଏକ ମିଳିତ ଅଭିଯାନରେ ଇମ୍ଫାଲ-ଚୁରାଚାନ୍ଦପୁର ମାର୍ଗରେ ଥିବା ଲିସାଙ୍ଗ ଗାଁରୁ ବିସ୍ଫୋରକ ଜବତ କରାଯାଇଛି।

‘ସ୍ପିୟର କୋର’ ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛି ‘ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ଲିସାଙ୍ଗ ଗାଁରେ ଆଇଆଇଡି ଥିବାର ଗୁଇନ୍ଦ ସୂଚନା ମିଳିଥିଲା। ଏହା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଆସାମ ରାଇଫଲ୍ସ ଏକ ମିଳିତ ତଲାସୀ ଅଭିଯାନ ଆରମ୍ଭ କରିଥିଲା। ଟିମ୍ ଇମ୍ଫାଲ-ଚୁରାଚାନ୍ଦପୁରରେ ଏକ ବ୍ରିଜ୍ ତଳୁ ୩.୬ କେଜି ବିସ୍ଫୋରକ, ଡିଟୋନେଟର, କାର୍ଡଟେକ୍ସ ଓ ଅନ୍ୟ ଜିନିଷ ଜବତ କରିଛି।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.